Government Cracks Down on Doctors: ସ୍ୱାସ୍ଥ୍ୟ ବିଭାଗର ବଡ଼ ଆକ୍ସନ୍, ଡ୍ୟୁଟିରୁ ଗାଏବ ୧୧ ଡାକ୍ତର ବରଖାସ୍ତ
ବିହାରରେ ସରକାରୀ ଡାକ୍ତରଙ୍କ ଉପରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ।
ଦୀର୍ଘଦିନ ଧରି ଡ୍ୟୁଟିରୁ ଗାଏବ ରହିଥିବା ୧୧ ଜଣ ଡାକ୍ତରଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଛି।
କ୍ୟାବିନେଟ୍ର ମଞ୍ଜୁରୀ ପରେ ସ୍ୱାସ୍ଥ୍ୟ ବିଭାଗ ଏହି ବଡ଼ ନିଷ୍ପତ୍ତି ନେଇଛି।
ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାର ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେବା ସହ ସ୍ୱାସ୍ଥ୍ୟ ସେବାରେ ଅବହେଳା ଓ ବିଶୃଙ୍ଖଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
Advertisment ସ୍ୱାସ୍ଥ୍ୟ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ସରକାରୀ ଡାକ୍ତରଖାନାରେ ଡ୍ୟୁଟି ପ୍ରତି ଅବହେଳା କରୁଥିବା କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି।
ଦୀର୍ଘ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବା ଏବଂ ନିଜ କର୍ତ୍ତବ୍ୟ ପାଳନ ନକରିବା ଭଳି ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ସରକାର।
ମାନବ ସେବାର ସଂକଳ୍ପ ଡାକ୍ତରୀ ବୃତ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାର କହିଛନ୍ତି ଯେ, ଡାକ୍ତରୀ ବୃତ୍ତି କେବଳ ଏକ ଚାକିରି ନୁହେଁ, ଏହା ମାନବ ସେବାର ଏକ ସଂକଳ୍ପ।
ତେଣୁ ଦୀର୍ଘଦିନ ଧରି ଡ୍ୟୁଟିରୁ ଅନୁପସ୍ଥିତ ରହିବା ଏବଂ ନିଜ କର୍ତ୍ତବ୍ୟ ପାଳନ ନକରିବା ଏକ ଗୁରୁତର ବିଷୟ।
Advertisment ଏଭଳି ଅବହେଳା କରୁଥିବା ଡାକ୍ତରଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଥିଲା ବୋଲି ସେ କହିଛନ୍ତି।
ଏଥିସହ ରାଜ୍ୟର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ପୂର୍ଣ୍ଣ ସଚ୍ଚୋଟତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ ଅପିଲ୍ କରିଛନ୍ତି ମନ୍ତ୍ରୀ।
ସରକାରୀ ଡାକ୍ତରଖାନାରେ ଶୃଙ୍ଖଳା ଉପରେ ଗୁରୁତ୍ୱ ବିହାର ସରକାରଙ୍କ କହିବା ଅନୁଯାୟୀ, ସାଧାରଣ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା।
ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗରେ ଉତ୍ତରଦାୟିତ୍ୱ ଓ ଶୃଙ୍ଖଳା ରହିବା ଆବଶ୍ୟକ।
ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ଡ୍ୟୁଟି ପ୍ରତି ଅବହେଳା କରୁଥିବା କର୍ମଚାରୀଙ୍କୁ କଡ଼ା ବାର୍ତ୍ତା ଦିଆଯାଇଛି।
ସରକାରୀ ଡାକ୍ତରଖାନାରେ ନିଜ କର୍ତ୍ତବ୍ୟ ପାଳନ ନକଲେ ଆଗକୁ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
