Russia Ukraine War: ବାଲ୍ଟିକ୍ ସାଗରରେ ରୁଷ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ: ୟୁକ୍ରେନ ନୀରବ,ଫିନଲ୍ୟାଣ୍ଡ ଚିନ୍ତିତ
ମସ୍କୋ/ହେଲସିଙ୍କି: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ବାଲ୍ଟିକ୍ ସାଗରରେ ମଧ୍ୟ ଦୃଶ୍ୟମାନ ହେବାରେ ଲାଗିଛି।
ବାଲ୍ଟିକ୍ ସାଗରରେ ଏକ ରୁଷ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଛି।
ଫଳରେ ସେଥିରୁ ନିଆଁ ଲାଗି ଯାଇଥିଲା।
ଆକ୍ରମଣ ଯୋଗୁଁ ଜାହାଜଟି ନିୟନ୍ତ୍ରଣ ହରାଇ ଫିନଲ୍ୟାଣ୍ଡ ସମୁଦ୍ରିକ କ୍ଷେତ୍ରରେ ପହଞ୍ଚିଯାଇଥିଲା।
ଫିନଲ୍ୟାଣ୍ଡ ଏକ ଗମ୍ଭୀର ଚେତାବନୀ ଜାରି କରି କହିଛି ଯେ, ଏବେ ରୁଷ-ୟୁକ୍ରେନ ଯୁଦ୍ଧ ଦୁଇଦେଶର ସୀମା ଟପିଛି।
ଏନେଇ ଫିନଲ୍ୟାଣ୍ଡର ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି, ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି, ସରକାର ପୂର୍ବ ଫିନଲ୍ୟାଣ୍ଡ ଉପସାଗରରେ ବାୟୁ ଏବଂ ସମୁଦ୍ରିକ କାର୍ଯ୍ୟକଳାପକୁ ଅସ୍ଥାୟୀ ଭାବରେ ନିଷେଧ କରିଛନ୍ତି।
Advertisment ଅନ୍ତର୍ଜାତୀୟ ଜଳସୀମାରେ ଜାହାଜ ଉପରେ ଆକ୍ରମଣ 'ସ୍ପାର୍ଟା-୨' ଜାହାଜଟି ରୁଷର କାଲିନିନଗ୍ରାଡ ଅଞ୍ଚଳ ଅଭିମୁଖେ ଯାଉଥିଲା ବୋଲି ରୁଷ ଆକ୍ରମଣକୁ ନିଶ୍ଚିତ କରି କହିଛି।
ଫିନଲ୍ୟାଣ୍ଡ ପ୍ରତିରକ୍ଷା ବାହିନୀ ଅନୁଯାୟୀ, ରୁଷିଆର ଗୋଗଲ୍ୟାଣ୍ଡ ଦ୍ୱୀପର ପଶ୍ଚିମରେ ଅନ୍ତର୍ଜାତୀୟ ଜଳସୀମାରେ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା।
ଫିନଲ୍ୟାଣ୍ଡ ସାମରିକ ମୁଖପାତ୍ର ଆକି-ମୌରି ହୁହଟିନେନ୍ ଆକ୍ରମଣରେ ୟୁକ୍ରେନର ସମ୍ପୃକ୍ତି ସନ୍ଦେହ କରିଛନ୍ତି।
ତେବେ ୟୁକ୍ରେନ ଏପର୍ଯ୍ୟନ୍ତ ଘଟଣା ନେଇ ନୀରବ ରହିଛି।
ଫିନଲ୍ୟାଣ୍ଡ ଉପସାଗର ତଟରକ୍ଷୀ ବାହିନୀର କମାଣ୍ଡର ମିକ୍କୋ ସିମୋଲା କହିଛନ୍ତି ଯେ ଜାହାଜକୁ ଲଙ୍ଗର କରାଯାଇଛି ଏବଂ କର୍ମଚାରୀମାନଙ୍କୁ ବାହାର କରାଯାଉଛି।
ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରି ଓର୍ପୋ ସୋସିଆଲ ମିଡିଆରେ କହିଛନ୍ତି ଯେ, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ପଡ଼ୋଶୀ ଦେଶର ଅଞ୍ଚଳଗୁଡ଼ିକରେ ପହଞ୍ଚିଛି।
ଆକ୍ରମଣ: ୨୪ ଘଣ୍ଟାରେ ୭୧ଟି ଷ୍ଟ୍ରାଇକ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
