Gold and Silver Prices Fall Again: ଆଜି ପୁଣି ଖସିଲା ସୁନା ଓ ରୁପା ଦର, ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି

Nov 16, 2026 - 13:24
Gold and Silver Prices Fall Again: ଆଜି ପୁଣି ଖସିଲା ସୁନା ଓ ରୁପା ଦର, ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି

ଆଜି ପୁଣି ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି।

ବିବାହ ଋତୁ ଆରମ୍ଭ ହେବାକୁ ଥିବା ବେଳେ ସୁନା ଓ ରୁପା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଏହା ଆଶ୍ୱସ୍ତିକର ଖବର।

ସୋମବାର ଘରୋଇ ବଜାରରେ ଉଭୟ ମୂଲ୍ୟବାନ ଧାତୁର ଦର ହ୍ରାସ ପାଇଛି।

ବିଶେଷ କରି ରୁପା ଦରରେ ଅଧିକ ହ୍ରାସ ରେକର୍ଡ କରାଯାଇଛି।

Advertisment ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୋମବାର ସକାଳ ପ୍ରାୟ ୯ଟା ୧୩ ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୧,୩୬,୨୨୦ ଟଙ୍କାରେ କାରବାର କରୁଥିଲା।

ପୂର୍ବ କାରବାର ତୁଳନାରେ ଏଥିରେ ୦.୮୧ ପ୍ରତିଶତ ହ୍ରାସ ହୋଇଥିଲା।

ସେହିପରି ରୁପା ଦର କିଲୋଗ୍ରାମ ପିଛା ୧,୭୧,୬୮୦ ଟଙ୍କାକୁ ଖସିଥିଲା।

ଏଥିରେ ପ୍ରାୟ ୩.୧୬ ପ୍ରତିଶତ ହ୍ରାସ ରେକର୍ଡ ହୋଇଥିଲା।

ନଭେମ୍ବର ୧୬ ତାରିଖ ସୋମବାର ଦେଶର ପ୍ରମୁଖ ସହରଗୁଡ଼ିକରେ ସୁନା ଦରରେ ହ୍ରାସ ଦେଖାଦେଇଛି।

୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୩୬,୮୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହୋଇଛି।

ସେହିପରି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୦୨,୬୦୦ ଟଙ୍କା ହୋଇଛି।

ପୂର୍ବ ଦିନ ତୁଳନାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୮୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୭୫୦ ଟଙ୍କା ହ୍ରାସ ପାଇଛି।

Advertisment ସୁନା ଭଳି ରୁପା ଦର ମଧ୍ୟ କମିଛି।

ନଭେମ୍ବର ୧୬ ତାରିଖରେ ଦେଶରେ ୧ କିଲୋଗ୍ରାମ ରୁପାର ଦର ପ୍ରାୟ ୧,୯୦,୦୦୦ ଟଙ୍କା ରହିଛି।

ଅର୍ଥାତ୍ ୧୦୦ ଗ୍ରାମ ରୁପାର ଦାମ୍ ୧୯,୦୦୦ ଟଙ୍କା ରହିଛି।

ଆଜି ଦେଶର ପ୍ରମୁଖ ସହରରେ ଥିବା ସୁନା ଦର (୧୦ ଗ୍ରାମ୍ ପିଛା) ବିଷୟରେ ଜାଣନ୍ତୁ: • ହାଇଦ୍ରାବାଦ – ୧,୩୬,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୨୫,୪୦୦ (୨୨ କ୍ୟାରେଟ୍), ୧,୦୨,୬୦୦ (୧୮ କ୍ୟାରେଟ୍) • ମୁମ୍ବାଇ – ୧,୩୬,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୨୫,୪୦୦ (୨୨ କ୍ୟାରେଟ୍), ୧,୦୨,୬୦୦ (୧୮ କ୍ୟାରେଟ୍) • ଦିଲ୍ଲୀ – ୧,୩୬,୯୫୦ ଟଙ୍କା (୨୪ କ୍ୟାରେଟ୍), ୧,୨୫,୫୫୦ (୨୨ କ୍ୟାରେଟ୍), ୧,୦୨,୭୫୦ (୧୮ କ୍ୟାରେଟ୍) • କୋଲକାତା – ୧,୩୬,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୨୫,୪୦୦ (୨୨ କ୍ୟାରେଟ୍), ୧,୦୨,୬୦୦ (୧୮ କ୍ୟାରେଟ୍) • ଚେନ୍ନାଇ – ୧,୩୬,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୨୫,୪୦୦ (୨୨ କ୍ୟାରେଟ୍), ୧,୦୨,୬୦୦ (୧୮ କ୍ୟାରେଟ୍)

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)