Gangster's car: ଚୌଦ୍ବାର ଜେଲ୍ ଭିତରେ ଗ୍ୟାଙ୍ଗଷ୍ଟର୍ଙ୍କ ଗାଡ଼ି: ଅଧୀକ୍ଷକଙ୍କୁ କୈଫିୟତ ତଲବ
"କଟକ: ଚୌଦ୍ବାର ସର୍କଲ ଜେଲ୍ କ୍ୟାମ୍ପସ୍ ଭିତରେ ଥାର୍ ଗାଡ଼ି ପୂରାଇ ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତ ସହଯୋଗୀ ଲିଟୁଆ ବେହେରା ସମର୍ଥକଙ୍କ ସହ ରିଲ୍ସ କରିବା ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି।
ଲିଟୁଆ ୨ ନମ୍ବର ବ୍ଲକ୍ ୧୬ ନମ୍ବର ୱାର୍ଡ଼ରେ ରହୁଥିବା ବେଳେ ୱାର୍ଡ଼ ଜେଲ୍ର ଜଣେ ମହିଳା ଅଧିକାରୀ ଯାଞ୍ଚ ବେଳେ ମୋବାଇଲ୍, ୫୦ ହଜାର ଟଙ୍କା ଓ ଗଞ୍ଜେଇ ଜବତ ହୋଇଥିଲା।
ସେତେବେଳେ ଲିଟୁଆ ଓ ସମ୍ପୃକ୍ତ ମହିଳା ଅଧିକାରୀ ମୁହାଁମୁହିଁ ହେବାରୁ ମହିଳା ଅଧିକାରୀ ୩୦ ହଜାର ଟଙ୍କା ନିଜ ପାଖରେ ରଖି ୨୦ ହଜାର ଟଙ୍କା ଲିଟୁଆକୁ ଫେରାଇଥିବା ଭଳି ସଂଗିନ ଘଟଣା ସାମନାକୁ ଆସିଛି।
ଅନ୍ୟପଟେ ଲିଟୁଆର ଥାର୍ ଗାଡ଼ି ଜେଲ୍ରେ ପଶିବା ଘଟଣାରେ କଟକ ରେଞ୍ଜ୍ ଜେଲ୍ ଡିଆଇଜିଙ୍କ ପକ୍ଷରୁ ଚୌଦ୍ବାର ସର୍କଲ ଜେଲ୍ର ବରିଷ୍ଠ ଜେଲ୍ ଅଧୀକ୍ଷକଙ୍କୁ କୈଫିୟତ ତଲବ କରାଯାଇଛି।
କେଉଁ ପରିସ୍ଥିତିରେ ଓ କିଏ ଲିଟୁଆର ଥାର୍ ଗାଡ଼ି ଭିତରକୁ ଛାଡ଼ିଲେ ଏ ସଂକ୍ରାନ୍ତରେ ଆସନ୍ତା ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।Advertisment Chaudhary Jail: ଚୌଦ୍ବାର ଜେଲ୍ ଭିତରକୁ ଗ୍ୟାଙ୍ଗଷ୍ଟର୍ର ଗାଡ଼ି ଯିବା ଘଟଣା: ଜେଲ୍ ଡିଜି ନିରବ, ଅଧୀକ୍ଷକଙ୍କୁ ସୁରକ୍ଷା ଡିଆଇଜିଙ୍କ ସ୍ବୀକାର: ଜେଲ୍ ବିଭାଗ ଅପଦସ୍ଥ ହୋଇଛିଲିଟୁଆର ଜବତ ଟଙ୍କା ନେଇ ଯାଇଥିଲେ ମହିଳା ଅଧିକାରୀ ଲିଟୁଆ ଗଲା ୬ ତାରିଖରେ ଜେଲରୁ ଖଲାସ ହେବା ସମୟରେ ତା ଥାର୍ ଗାଡ଼ି ଧରି ସହଯୋଗୀ ବଣ୍ଟିଆ ଓ ପେଚୁ ଜେଲ୍ କ୍ୟାମ୍ପସ ଭିତରକୁ ଯାଇ ସ୍ବାଗତ କରିବା ଓ ରିଲ୍ସ କରିବା ଘଟଣା "ସମ୍ବାଦ"ରେ ପ୍ରକାଶ ପାଇବା ପରେ ଭୁବନେଶ୍ବର ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ କଟକ ରେଞ୍ଜ କାରାଗାର ଡିଆଇଜି ଅନସୂୟା ଜେନାଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀମତୀ ଜେନା ଚୌଦ୍ବାର ସର୍କଲ ଜେଲ୍ର ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଦୁଇ ଦିନ ମଧ୍ୟରେ କୈଫିୟତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦୁର୍ଦ୍ଦାନ୍ତ ଅପରାଧୀର ଗାଡ଼ି ଜେଲରେ ପଶିବା ଓ ରିଲ୍ସ କରିବା ଘଟଣା ଦ୍ବାରା ଜେଲର ସୁରକ୍ଷା ବ୍ୟବସ୍ଥା ଭଙ୍ଗ ହେବା ସହିତ ଜେଲ୍ ବ୍ୟବସ୍ଥା ପାଇଁ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଥିବା ଏହି ନୋଟିସ୍ରେ ଦର୍ଶାଯାଇଛି।
A day in jail: କିମାଶ୍ଚର୍ଯ୍ୟମ୍: ଦୁଇ ହଜାର ଟଙ୍କାରେ ଜେଲ୍ରେ ଦିନଟିଏ କଟକ ରେଞ୍ଜ କାରାଗାର ଡିଆଇଜି ଅନସୂୟା ଜେନା କହିଛନ୍ତି ଯେ ଲିଟୁଆ ଗାଡ଼ିରେ ରିଲ୍ସ କରି ଯାଉଥିବା ଭାଇରାଲ୍ ଭିଡ଼ିଓରେ ଦେଖିବାକୁ ମିଳିଛି।
ସେ ହିରୋ ଷ୍ଟାଇଲ୍ରେ ଚାଲି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।
ଜେଲ୍ ସିସି କ୍ୟାମେରା ଫୁଟେଜ ଯାଞ୍ଚ ସମୟରେ ଏସବୁର ପ୍ରମାଣ ଦେଖିବାକୁ ମିଳିଛି।
ଏହାଦ୍ବାରା ଜେଲ୍ ବିଭାଗ ଅପଦସ୍ଥ ହୋଇଛି।
କେଉଁ ପରିସ୍ଥିତିରେ ଜେଲ୍ କର୍ମଚାରୀ ଘରୋଇ ଗାଡ଼ିକୁ ଅନୁମତି ଦେଲେ, କିଏ ଅନୁମତି ଦେଲା, ସୁରକ୍ଷା ଦାୟିତ୍ବରେ ଥିବା ଗାର୍ଡିଂ ଷ୍ଟାଫ୍ କ"ଣ କରୁଥିଲେ ଏ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି।
ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ଜେଲ ଡିଜିଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବଗତ କରାଯିବ।
ଏଥିରେ ସୁରକ୍ଷା ତ୍ରୁଟି ହୋଇଛି।
ଜେଲ୍ ଅଧୀକ୍ଷକ ସିସିଟିଭି ନିହାତି ଦେଖିବାର ଥିଲା ବୋଲି ଶ୍ରୀମତୀ ଜେନା କହିଛନ୍ତି।"