Jajpur: ସରକାରୀ ବସ୍ରୁ ଓହ୍ଲାଇଗଲେ ସମସ୍ତ ୬୦ ଯାତ୍ରୀ, ଜାଣନ୍ତୁ କାରଣ
"କାଳିଆପାଣି (ରବି ନାରାୟଣ କର): ଓଡ଼ିଶା ରାଜ୍ୟ ପରିବହନ ନିଗମ ଦ୍ବାରା ପରିଚାଳିତ ମୁଖ୍ୟମନ୍ତ୍ରୀ ବସ୍ ସେବା (ଲକ୍ଷ୍ମୀ ବସ୍) ଉପରେ ଯାତ୍ରୀ ଅସନ୍ତୁଷ୍ଟ ଦେଖାଯାଇଥିବା ଘଟଣା ସାମ୍ନାକୁ ଆସିଛି।
ଏକ ସରକାରୀ ବସ୍ (ଓଡି-୦୪ୟୁ-୪୭୩୬) ଚଳାଉଥିବା ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଓ ନିଶାସକ୍ତ ଆଚରଣ ପାଇଁ ଏଥିରେ ବସିଥିବା ସମସ୍ତ ୬୦ ଜଣରୁ ଅଧିକ ଯାତ୍ରୀ ମଙ୍ଗଳବାର ସଂଧ୍ୟାରେ ଯାଜପୁର ଜିଲ୍ଲା ଡୁବୁରୀ ଛକରେ ଓହ୍ଲାଇ ପଡ଼ିଥିଲେ।
ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
Advertisment ଦାନଗଦୀରୁ ଟମକା ଆଡ଼କୁ ଆସୁଥିବା ଏହି ବସ୍ ଭିଡ଼ ଥିବା ସତ୍ତ୍ବେ ଏକାଧିକ ସ୍ଥାନରେ ବାଟରେ ପିଟି ହୋଇଯିବା ଓ ଓଲଟି ପଡ଼ିବା ସ୍ଥିତି ଦେଖା ଦେଇଥିଲା।
ବାଟରେ ଓହ୍ଲାଇବା ପାଇଁ ଯାତ୍ରୀ ପାଟି କରିଥିଲେ ମଧ୍ୟ ଡ୍ରାଇଭର ଶୁଣିନଥିଲେ।
ଡୁବୁରୀ ହାଟ ଛକରେ ଲୋକ ଗହଳି ଦେଖି ଗାଡ଼ି ଅଟକିବା ମାତ୍ରେ ସମସ୍ତ ଯାତ୍ରୀ ଏଥିରୁ ଓହ୍ଲେଇ ପଡ଼ିଥିଲେ।
ଏହାକୁ ଦେଖି ଉତ୍ତ୍ୟକ୍ତ ଲୋକେ ଗାଡ଼ି ଅଟକାଇ ଥିଲେ।
ଆହୁରି ପଢ଼ନ୍ତୁ: Transport: ଗାଁକୁ ଗଡ଼ୁନି ବେସରକାରୀ ବସ, ସହା ପାଲଟିଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯାତ୍ରୀମାନଙ୍କର କହିବା ଅନୁସାରେ ଡ୍ରାଇଭର କଥା କହିବା ଅବସ୍ଥାରେ ନଥିଲେ।
ଲୋକେ ତାଙ୍କ ମୁହଁରେ ପାଣି ଛାଟିବା ପରେ ତାଙ୍କ ଚେତା ଫେରିଥିଲା।
ସେ ବାଟରେ ରସି(ହାଣ୍ଡିଆ) ପିଇଥିବା ସ୍ବୀକାର କରିଥିଲେ। ହେଲେ ମଉକା ଦେଖି ଏହି ଡ୍ରାଇଭର ଓ କଣ୍ଡକ୍ଟର ବସ୍ ଧରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ତଦନ୍ତକରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
"