Fake DFO arrested: ନକଲି ଡିଏଫ୍ଓ ଗିରଫ: ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛି ଧୂର୍ତ୍ତ
"କୋରେଇ: ବାବୁ ନିଜକୁ ଡିଏଫ୍ଓ ପରିଚୟ ଦେଉଥିଲେ।
ଏମିତିକି ଜେଲ୍ରେ ଥିବା ପୁଅକୁ ମୁକୁଳାଇ ଦେବାର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲା ଏହି ଧୂର୍ତ୍ତ।
କୋରେଇ ପୁଲିସ ଏହି ଠକକୁ ଗିରଫ କରିଛି।
ଡିଏଫ୍ଓ ପରିଚୟ ଦେଇ ଏହି ଅଭିଯୁକ୍ତ ଅନ୍ୟମାନଙ୍କୁ ମଧ୍ୟ ଚୂନ ଲଗାଇଥିବା ପୁଲିସ ଜାଣିବାକୁ ପାଇଛି।
ଖାଲି ସେତିକି ନୁହେଁ, ଅଭିଯୁକ୍ତ କିଛି ବରିଷ୍ଠ ପୁଲିସ ଅଧିକାରୀ ଓ ରାଜନେତାଙ୍କ ସହିତ (ଏଆଇ ଦ୍ବାରା ଏଡିଟ୍ ହୋଇଥିବା) ନିଜ ଫଟୋ ଦେଖାଇ ଲୋକଙ୍କୁ ଫସାଉଥିବାର ପ୍ରମାଣ ପୁଲିସ ହାତରେ ଲାଗିଛି।
କୋରେଇ ଥାନା ଚାନ୍ଦମା ଗ୍ରାମର ପାର୍ବତୀ ସାହୁଙ୍କ ଅଭିଯୋଗ ମୁତାବକ ସାଦକପୁର ପଞ୍ଚାୟତ ଫାଜଲପୁର ଗ୍ରାମର ଅଭିଯୁକ୍ତ ଅବିନାଶ ସାହୁ ତାଙ୍କ ପୁଅକୁ ଜେଲ୍ରୁ ଖଲାସ କରାଇଦେବାକୁ କହି ତାଙ୍କଠାରୁ ୧ ଲକ୍ଷ ୪୦ହଜାର ଟଙ୍କା ନେଇଛି।Advertisment Indian Economy: "ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି" ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛି ଧୂର୍ତ୍ତବଡ଼ବଡ଼ିଆଙ୍କ ସହିତ ନିଜ ଏଆଇ ଫଟୋ ଦେଖାଇ ଫସାଉଥିଲା ଟଙ୍କା ଦେବା ପରେ ମଧ୍ୟ ତାଙ୍କ ପୁଅ ଏପର୍ଯ୍ୟନ୍ତ ଜେଲ୍ରୁ ମୁକୁଳି ପାରିନାହିଁ।
ଏହା ସତ୍ତ୍ୱେ ଅବିନାଶ ପୁଣିଥରେ ଅଧିକ ଟଙ୍କା ଦାବି କରିବା ସହ ଟଙ୍କା ନ ଦେଲେ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ ଦେଉଛି।
ପାର୍ବତୀଙ୍କ ଅଭିଯୋଗ ଆଧାରରେ କୋରେଇ ପୁଲିସ ବିଏନ୍ଏସ୍ର ୩୧୮ (୪), ୩୧୬ (୫) ଓ ୩୫୧ (୨) ଧାରାରେ ମାମଲା ରୁଜୁ କରିଛି।
ଅବିନାଶ ନିଜକୁ ଡିଏଫ୍ଓ ଭାବେ ପରିଚୟ ଦେଇ ଅନେକ ଲୋକଙ୍କୁ ଠକିଥିବା ପୁଲିସ ଜେରାରୁ ଜଣାପଡ଼ିଛି।
ଲୋକଙ୍କୁ ମୋହରା ବନାଇବା ପାଇଁ ବଡ଼ବଡ଼ିଆଙ୍କ ସହ ନିଜ ଫଟୋ ଉଠାଇଛି।
ବିଗତ ଦିନରେ ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତବେଳେ ସେ ପୁଲିସ କର୍ଡନ୍ ମଧ୍ୟରେ ରହିଥିବାର ଫଟୋ ରଖିଛି।
ତଦନ୍ତ ପରେ ଅଧିକ ତଥ୍ୟ ସାମନାକୁ ଆସିବ ବୋଲି କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
Health Camp: ଦି ନିଉ ଇଣ୍ଡିଆ ଆସ୍ୟୁରାନ୍ସର ସ୍ବାସ୍ଥ୍ୟ ଶିବିର"