Education: ପଶ୍ଚିମ ଓଡ଼ିଶାର ଏହି ଜିଲ୍ଲାରେ ଖରା ଛୁଟି ଅବଧି ବୃଦ୍ଧି, ଜୁନ ୨୧ରେ ସ୍କୁଲ ଯିବେ ପିଲା
"ଭୁବନେଶ୍ବର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିଛି।
କିନ୍ତୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।
ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳିଗୁଳି ଜନଜୀବନ ଅସ୍ତବ୍ୟସ୍ତ କରୁଛି।
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ନିର୍ଦ୍ଧାରିତ ସୂଚୀ ଅନୁସାରେ ଜୁନ ୧୮ରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲା ଯିବାର ଥିଲା।
କିନ୍ତୁ ଏବେ ଗ୍ରୀଷ୍ମ ପ୍ରବାହରେ ବ୍ରେକ୍ ଲାଗି ନଥିବାରୁ ଜିଲ୍ଲାପାଳମାନଙ୍କୁ ସରକାର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Advertisment ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ସ୍କୁଲଗୁଡ଼ିକରେ ଖରାଛୁଟି ବୃଦ୍ଧି କରାଯାଇଛି।
ଆସନ୍ତାକାଲି ସ୍କୁଲ ଖୋଲିବାକୁ ଧାର୍ଯ୍ୟ ହୋଇଥିଲା ବେଳେ ଛୁଟିକୁ ୨୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
୨୧ ତାରିଖ ରବିବାର ଥିବାରୁ ଆସନ୍ତା ୨୨ ତାରିଖରେ ବିଦ୍ୟାଳୟଗୁଡ଼ିକ ଖୋଲିବ।
ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଏହି ଛୁଟି ଘୋଷଣା କରାଯାଇଛି।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ।
ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି କମିନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଲାଗି ରହିଛି।
ଦୈନିକ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି।
ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଜିଲ୍ଲାପାଳ ଡ.ନୃପରାଜ ସାହୁ ଜିଲ୍ଲାର ସ୍କୁଲ କଲେଜକୁ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଫଳରେ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
କୌଣସି ପରୀକ୍ଷା ଥିଲେ ସକାଳ ସମୟରେ କରିବା ସହ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି।
ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଖରାଛୁଟି ଅବଧି ବଢ଼ିଛି।
ଜିଲ୍ଲାରେ ୨୦ ତାରିଖ ଯାଏଁ ଖରାଛୁଟି ଅବଧି ବଢ଼ିଛି।
ଜୁନ ୨୧ ତାରିଖ ରବିବାର ଥିବାର ୨୨ ତାରିଖରେ ବଲାଙ୍ଗୀରରେ ଖୋଲିବ ଶିକ୍ଷାନୁଷ୍ଠାନ।
ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଓ ବୌଦ୍ଧରେ ମଧ୍ୟ ଖରା ଛୁଟି ବଢିଛି।
ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ।
ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସ୍କୁଲ ଛୁଟି ଅବଧିକୁ ଆସନ୍ତା ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ବନ୍ଦ ରହିବ।
୨୧ ରବିବାର ଥିବା ହେତୁ ୨୨ରେ ବିଦ୍ୟାଳୟ ଖୋଲିବ।
ଶିଶୁବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ।
ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ଅନ୍ଲାଇନ କ୍ଲାସ ମାଧ୍ୟମରେ ଶିକ୍ଷାଦାନ କରିବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।
ତେବେ, ବୋର୍ଡ଼ ପକ୍ଷରୁ ପରିଚାଳିତ ପୂର୍ବ ନିର୍ଦ୍ଧାରିତ ଅନ୍ୟାନ୍ୟ ପରୀକ୍ଷା ନିୟମିତ ଭାବେ ଅନୁଷ୍ଠିତ ହେବ।
ଏହି ସମୟରେ ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଜରୁରୀ କାମ ଚାଲୁ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚାଯାଇଛି।
ଆହୁରି ପଢ଼ନ୍ତୁ: Weak monsoons: ଉପକୂଳ ଛୁୁୁଉଁ ଛୁଉଁ ମୌସୁମୀ ଦୁର୍ବଳ ରାଜଧାନୀ ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ଗୁରୁବାର ଠାରୁ ଖୋଲିବ।
ସ୍ବଭାବିକ ସମୟରେ ସ୍କୁଲ ଖୋଲିବ ବୋଲି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ସୂଚନା ଦେଇଛନ୍ତି।
ଗ୍ରୀଷ୍ଣ ଛୁଟି ଶେଷ ହୋଇଥିଲେ ହେଁ ଏଯାବତ୍ ଗ୍ରୀଷ୍ଣର ଗୁଳୁଗୁଳି ଶେଷ ହୋଇନାହିଁ।
ସେଥିପାଇଁ ଜିଲ୍ଲାର ସ୍କୁଲ୍ ଖୋଲିବ କି" ନାହିଁ, ତାହାର ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ରାଜ୍ୟ ସରକାର ଛାଡ଼ିଛନ୍ତି।
ଗୁଳୁଗୁଳିକୁ ଆଖି ଆଗରେ ରଖି କିଛି ଜିଲ୍ଲା ପ୍ରଶାସନ ସ୍କୁଲ୍ ଛୁଟିକୁ ବୃଦ୍ଧି ମଧ୍ୟ କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସେମିତି କିଛି ପରିସ୍ଥିତି ଉପୁଜି ନାହିଁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାୟ ପ୍ରକାଶ କରିଛନ୍ତି।
ସେଥିପାଇଁ ପୂର୍ବ ନିର୍ଧାରିତ ସମୟ ମୁତାବକ ଆସନ୍ତାକାଲିଠାରୁ ଜିଲ୍ଲାର ସବୁ ସ୍କୁଲ୍ ନିର୍ଧାରିତ ସମୟ ମଧ୍ୟରେ ଖୋଲାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଅନ୍ୟପଟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଜିଲ୍ଲାରେ ୧୮ରୁ ୨୦ ସକାଳୁଆ ସ୍କୁଲ୍ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୟରେ ସକାଳ ସାଢ଼େ ୬ରୁ ସାଢ଼େ ୧୧ ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ।
"