Flood-Free Plan ଧର୍ମଶଳାରୁ ରାଜନଗର ‘ୱାନ ପ୍ଲଟ୍ ୱାନ ସ୍କିମ୍’ ରେ ବନ୍ୟାମୁକ୍ତ ଯୋଜନା କରିବାକୁ ଦାବି

Sep 07, 2026 - 19:42
Flood-Free Plan ଧର୍ମଶଳାରୁ ରାଜନଗର ‘ୱାନ ପ୍ଲଟ୍ ୱାନ ସ୍କିମ୍’ ରେ ବନ୍ୟାମୁକ୍ତ ଯୋଜନା କରିବାକୁ ଦାବି

"ବରୀ (ସଞ୍ଜୟ କୁମାର ବେହେରା): ଧର୍ମଶଳାର ଉତ୍ତର ପ୍ରତାପ ଠାରୁ ରାଜନଗରର ମଦନପୁରକଟ୍ ପର୍ଯ୍ୟନ୍ତ  ଅଞ୍ଚଳକୁ ଗୋଟିଏ ପ୍ଲଟ୍‌ ଭାବେ ଗ୍ରହଣ କରାଯାଇ ବନ୍ୟାଜଳ ନିଷ୍କାସନ ପାଇଁ ଯୋଜନା ପ୍ରସ୍ତୁତ କରାଗଲେ ସଂପୂର୍ଣ୍ଣ ଅଞ୍ଚଳକୁ ବନ୍ୟାମୁକ୍ତ କରାଯାଇପାରିବ ବୋଲି ବରୀସ୍ଥିତ ରମାଦେବୀ ଆଶ୍ରମ ପରିସରରେ ଗତକାଲି ( ରବିବାର) ଆୟୋଜିତ ଏକ ବୈଠକରେ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।Advertisment Flood Hits Bari ବରୀରେ ଦ୍ବିତୀୟ ବନ୍ୟା: ୨୯ ପଞ୍ଚାୟତ ଜଳବନ୍ଦୀ, ୮୪ ଗ୍ରାମର ୧,୨୦,୭୨୦ ଜଣ ବିପନ୍ନ ନବନିର୍ମାଣ କୃଷକ ସଂଗଠନ, ଦୀପାଞ୍ଚଳ ଉନ୍ନୟନ ପରିଷଦ, ପର୍ଯ୍ୟଟନ ବିକାଶ ପରିଷଦ ଓ ବରୀର ଗଣମାଧ୍ୟମ ସଂଗଠନ ସମୂହକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ମତ ଦେଇ ବୁଦ୍ଧିଜୀବୀ ଓ କୃଷକନେତା ମାନେ କହିଥିଲେ, ୧୦୬ ବର୍ଷ ମଧ୍ୟରେ ତଥା ସ୍ବାଧୀନତାର ଦୀର୍ଘ ୮୦ ବର୍ଷ ପରେ ମଧ୍ୟ ବରୀରେ ପୁଣି ବନ୍ୟା ପ୍ରଭାବ ଦେଖିବାକୁ ମିଳୁଛି।

ଏହି ୮୦ ବର୍ଷ ମଧ୍ୟରେ ଶହଶହ କିଲୋମିଟର ନଦୀବନ୍ଧ ନିର୍ମାଣ କରାଯାଇଛି ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି, ମାତ୍ର  କୌଣସି ଅଞ୍ଚଳ ବନ୍ୟାମୁକ୍ତ ହୋଇ ପାରି ନାହିଁ।

ବରଂ ପୂର୍ବରୁ ଅନେକ ବଡ଼ଧରଣର ବନ୍ୟାର ଆସିଛି ମାତ୍ର ଦିନ କେଇଟାରେ ନିଷ୍କାସିତ ହୋଇଯାଇଥିଲା।

ଏବେ ଯଦି ଥରେ କୌଣସି ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟାପାଣି ପଶିଯାଉଛି ତେବେ ମାସ ମାସ ଧରି ଅଞ୍ଚଳକୁ ବୁଡ଼ାଇ ରଖୁଛି।

Bari: ବାଙ୍କସାହି ନିକଟରେ ୧୫୦ ଫୁଟର ଘାଇ, ଜଳାର୍ଣ୍ଣବ ହେବ ବରୀ ଧର୍ମଶଳା, ରସୁଲପୁର, ଯାଜପୁର, ବଡ଼ଚଣା, ବରୀ, ବିଂଝାରପୁର, ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ବ୍ଲକ ଅଞ୍ଚଳକୁ ନେଇ ଗୋଟିଏ ପ୍ଲଟ ଗୋଟିଏ ଯୋଜନା ଭାବେ ଗ୍ରହଣ କରି ଯଦି ବନ୍ୟା ନିୟନ୍ତ୍ରଣ ଯୋଜନା କରାଯାଇ ପାରନ୍ତା ତେବେ ସଂପୂର୍ଣ୍ଣ ଅଞ୍ଚଳ ବନ୍ୟାମୁକ୍ତ ହୋଇ ପାରନ୍ତା ବୋଲି ଅନେକ ମତପ୍ରକାଶ କରିଛନ୍ତି।

Jajpur flood relief: ଯାଜପୁର ରିଲିଫ୍‌ ହଡ଼ପର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ: କଂଗ୍ରେସ କୃଷକ ନେତା ନିମାଁଇ ରାୟଙ୍କ ଆବାହକତ୍ବରେ ଆୟୋଜିତ ବୈଠକରେ କୁଳମଣି ଶୁକ୍ଲ, ଅଶୋକ କୁମାର ସାମଲ, ପ୍ରଭାସ ଚନ୍ଦ୍ର ଦାସ, ବଲ୍ଲଭ ଜେନା, ମାଧବାନନ୍ଦ ଶାନ୍ତି, ବିବେକାନନ୍ଦ ନାଥ, ହରିଶ୍ ଦଳାଇ, ରମାକାନ୍ତ ମଣ୍ଡଳ, ଗଣମାଧ୍ୟମ ପ୍ରତିନିଧି ପ୍ରତାପ ଦାସ, ସଂଜୟ କୁମାର ବେହେରା ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)