Murder: ଗୁଆହାଟୀରେ ବର୍ବର ହତ୍ୟାକାଣ୍ଡ: ଫ୍ରିଜ୍‌ରୁ ମିଳିଲା ମହିଳାଙ୍କ କଟା ମୁଣ୍ଡ, ସ୍ୱାମୀ ଗିରଫ

Sep 07, 2026 - 19:42
Murder: ଗୁଆହାଟୀରେ ବର୍ବର ହତ୍ୟାକାଣ୍ଡ: ଫ୍ରିଜ୍‌ରୁ ମିଳିଲା ମହିଳାଙ୍କ କଟା ମୁଣ୍ଡ, ସ୍ୱାମୀ ଗିରଫ

"ଗୁଆହାଟୀ: ଗୁଆହାଟୀରେ ଅତି ଭୟଙ୍କର କାଣ୍ଡ ଘଟିଛି।

ଜଣେ ୨୫ ବର୍ଷୀୟା ମହିଳାଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଘରୁ ମିଳିଛି।

ଉକ୍ତ ମହିଳା ଜଣକ ଗତ କିଛି ମାସ ତଳେ ବିବାହ କରିଥିଲେ।

ତାଙ୍କ ସ୍ବାମୀ ତାଙ୍କୁ ହତ୍ୟା କରି ତାଙ୍କ ମର ଶରୀରକୁ ଏହି ଘରେ ରଖିବା ସହ ତାଙ୍କ ମୁଣ୍ଡକୁ କାଟି ଫ୍ରିଜ୍‌ରେ ରଖିଥିଲା।

ଅଙ୍ଗୁଳିଗୁଡ଼ିକ ବି ସେ କାଟି ଦେଇଥିଲା।

ତେବେ ୨ ଦିନ ପର୍ଯ୍ୟନ୍ତ ପାଖ ପଡ଼ୋଶୀ ଉଭୟ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଘରୁ ବାହାରକୁ ନ ବାହାରିବା ଦେଖି ପୁଲିସରେ ଜଣାଇଥିଲେ।

ସେମାନେ ମଧ୍ୟ ଦମ୍ପତିଙ୍କୁ ଫୋନ୍‌ ଲଗାଇଥିଲେ କିନ୍ତୁ ସେମାନଙ୍କ ଫୋନ୍‌ ଲାଗିନଥିଲା।

ଘରୁ ପଚା ଗନ୍ଧ ବାହାରିବା ପରେ ସେମାନେ ପୁଲିସରେ ଜଣାଇଥିଲେ।Advertisment ଆହୁରି ପଢ଼ନ୍ତୁ: Utkal Grameen Bank Robbery ଗ୍ରାହକ ହୋଇ ବ୍ୟାଙ୍କରେ ପଶିଲା, ମହିଳା କର୍ମଚାରୀଙ୍କୁ ନ୍ଧୁକ ଦେଖାଇ ଅଢ଼େଇ ଲକ୍ଷଟଙ୍କା ନେଇ ଛୁ ପୁଲିସ ଆପାର୍ଟମେଣ୍ଟରେ ପହଞ୍ଚିବାପରେ ଘର କବାଟ ଭାଙ୍ଗି ମହିଳାଙ୍କ ମର ଶରୀର ପାଇଥିଲା।

ମର ଶରୀରଟି ପଚି ଆସିବା ସହ ଅଙ୍ଗୁଳିଗୁଡ଼ିକ ଅଧା କଟିଥିଲା।

ତାଙ୍କ ମୁଣ୍ଡ ନ ଥିଲା।

ପୁଲିସ ପରେ ଘରେ ଥିବା ଫ୍ରିଜ୍‌ରେ ଏକ ପଲିଥିନ୍‌ରୁ ମହିଳାଙ୍କ ମୁଣ୍ଡ ପାଇଥିଲା।

ମହିଳାଙ୍କୁ ରିୟା ତାଲୁକ୍‌ଦାର ଭା‌ବେ ଚିହ୍ନଟ କରାଯାଇଛି।

ମହିଳାଙ୍କ ସ୍ୱାମୀ ରାମାନୁଜନ ଗୋସ୍ୱାମୀ ପ୍ରଥମେ ଫେରାର୍‌ ଥିଲା।

ତେବେ ରବିବାର ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।

ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ସ୍ବାମୀକୁ ଜେରା କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)