Fit vs Healthy: ଆନ୍ତର୍ଜାତୀୟ ପୁରୁଷ ଦିବସ: ଭାରତୀୟ ପୁରୁଷମାନେ କ’ଣ ପ୍ରକୃତରେ ‘ସୁସ୍ଥ’ ଅଛନ୍ତି କି?

Nov 19, 2026 - 17:04
Fit vs Healthy: ଆନ୍ତର୍ଜାତୀୟ ପୁରୁଷ ଦିବସ: ଭାରତୀୟ ପୁରୁଷମାନେ କ’ଣ ପ୍ରକୃତରେ ‘ସୁସ୍ଥ’ ଅଛନ୍ତି କି?

ଧୀରେ ଧୀରେ ପୁରୁଷମାଙ୍କ ମଧ୍ୟରେ ଜିମ୍‌ ଯିବା, ଫିଟ୍‌ନେସ୍‌ ଟ୍ରାକ୍‌ କରିବା ସ ପ୍ରୋଟିନ୍‌ ସପ୍ଲିମେଣ୍ଟ୍‌ ନେବାର ପ୍ରବଣତା ଖୁବ୍‌ ବଢ଼ିଛି।

ଶରୀରକୁ ସୁନ୍ଦର ଓ ମାଂସପେଶୀୟୁକ୍ତ କରିବା ପାଇଁ ସେମାନେ ବହୁତ ପରିଶ୍ରମ କରୁଛନ୍ତି।

କିନ୍ତୁ ଏହି ଆନ୍ତର୍ଜାତୀୟ ପୁରୁଷ ଦିବସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି କେତେ ଓଜନ ଉଠାଉଛନ୍ତି ବା କେତେ ପାଦ ଚାଲୁଛନ୍ତି, ତା'ଠାରୁ ବଡ଼ କଥା ହେଲା ସେମାନେ କ'ଣ ପ୍ରକୃତରେ ସୁସ୍ଥ ଅଛନ୍ତି?

Advertisment ଆହୁରି ପଢ଼ନ୍ତୁ: 'ଟାଇମ୍‌୧୦୦ ନେକ୍ସଟ: ଇଣ୍ଡିଆ' ତାଲିକାରେ ସବିତା ଜିମ୍, ୱାର୍କଆଉଟ୍ ରୁଟିନ୍, ପ୍ରୋଟିନ୍ ପାଉଡର ଏବଂ ସ୍ମାର୍ଟ ଫିଟନେସ୍ ୱାଚ୍ ଆଜି ଆଧୁନିକ ପୁରୁଷଙ୍କ ଜୀବନଶୈଳୀର ଅଂଶ ପାଲଟିଛି।

ମାଂସପେଶୀ ଗଠନ ଓ ଶାରୀରିକ ଗଠନକୁ ନେଇ ସଚେତନତା ବଢ଼ିଛି ସତ, କିନ୍ତୁ ଏହା ସହିତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରତି ସେତିକି ଧ୍ୟାନ ଦିଆଯାଉନାହିଁ।

ବାହାରୁ ଦେଖିବାକୁ ଖୁବ୍ ଫିଟ୍ ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ଉଚ୍ଚ ରକ୍ତଚାପ, ବଢ଼ିଥିବା ରକ୍ତ ଶର୍କରା (ବ୍ଲଡ୍ ସୁଗାର), ଅସ୍ୱାସ୍ଥ୍ୟକର କୋଲେଷ୍ଟ୍ରଲ୍, ଫ୍ୟାଟି ଲିଭର୍ କିମ୍ବା ପ୍ରୋଷ୍ଟେଟ୍ ସମସ୍ୟା ଥାଇପାରେ।

ଏଭଳି ଅନେକ ରୋଗ ବିନା କୌଣସି ପ୍ରାଥମିକ ଲକ୍ଷଣରେ ଶରୀର ଭିତରେ ବଢ଼ିପାରେ।

ଡାକ୍ତରମାନଙ୍କ ମତରେ, ବାହାରୁ ଫିଟ୍ ଦେଖାଯିବା ଏକ କଥା, କିନ୍ତୁ ଭିତରୁ ମେଡିକାଲି ସୁସ୍ଥ ରହିବା ପାଇଁ ମେଟାବଲିକ୍ ସ୍ୱାସ୍ଥ୍ୟ, ହରମୋନ୍ ସନ୍ତୁଳନ, ଭଲ ନିଦ, ମାନସିକ ଶାନ୍ତି ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ରହିଛି।

ଫିଟ୍ ଦେଖାଯିବା ମାନେ ସୁସ୍ଥ ରହିବା ନୁହେଁ ଭାରତୀୟ ପୁରୁଷଙ୍କ ଫିଟନେସ୍ ପ୍ରତି ଆଗ୍ରହ ନିଶ୍ଚିତ ଭାବେ ଏକ ଭଲ କଥା, କିନ୍ତୁ କେବଳ ଶାରୀରିକ ଗଠନକୁ ଦେଖି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟର ଆକଳନ କରିବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ସତର୍କ କରାନ୍ତି।

ନୋଏଡାର ଫୋର୍ଟିସ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରିନୋଲୋଜି ବିଭାଗର ସିନିୟର କନସଲଟାଣ୍ଟ ଡା.

ଅନୁପମ ବିଶ୍ୱାସ କୁହନ୍ତି ଯେ ଫିଟନେସ୍ ସଂସ୍କୃତି ଏବଂ ପ୍ରକୃତ ସ୍ୱାସ୍ଥ୍ୟ ଫଳାଫଳ ମଧ୍ୟରେ ଏକ ଦୂରତା ଦେଖାଦେଉଛି।

ତାଙ୍କ କହିବା ଅନୁଯାୟୀ, “ଆଜିର ପୁରୁଷମାନେ ଫିଟନେସ୍ ପ୍ରତି ସଚେତନ ହେଉଛନ୍ତି, ଜିମ୍‌ରେ ଭିଡ଼ ରହୁଛି, ସପ୍ଲିମେଣ୍ଟ ଟ୍ରେଣ୍ଡ୍ ଚାଲିଛି।

କିନ୍ତୁ ମେଟାବଲିକ୍ ଭାବେ ସୁସ୍ଥ ରହିବା ଆଉ ଫିଟ୍ ଦେଖାଯିବା—ଦୁଇଟି ଭିନ୍ନ କଥା।” ମେଦବହୁଳତା, ଟାଇପ୍-୨ ଡାଇବେଟିସ୍, ହାଇପରଟେନସନ୍, ଫ୍ୟାଟି ଲିଭର୍ ଏବଂ ଡିସଲିପିଡେମିଆ (ରକ୍ତରେ ଚର୍ବିର ଅସନ୍ତୁଳନ) ଭଳି ସମସ୍ୟା ଭାରତରେ ଏକ ବଡ଼ ଆହ୍ୱାନ ହୋଇ ରହିଛି, ଯାହା ସକ୍ରିୟ ଦେଖାଯାଉଥିବା ଲୋକଙ୍କଠାରେ ମଧ୍ୟ ଧରାପଡ଼ିପାରେ।ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍‌ର ଇଣ୍ଟରନାଲ୍ ମେଡିସିନ୍‌ର ସିନିୟର କନସଲଟାଣ୍ଟ ଡା.

ରାକେଶ ଗୁପ୍ତା ମଧ୍ୟ ସମାନ କଥା କୁହନ୍ତି।

ନିୟମିତ ବ୍ୟାୟାମ, ଓଜନ ନିୟନ୍ତ୍ରଣ ଏବଂ ପ୍ରୋଟିନ୍ ସପ୍ଲିମେଣ୍ଟ ସତ୍ତ୍ୱେ ଇନସୁଲିନ୍ ରେଜିଷ୍ଟାନ୍ସ, ଉଚ୍ଚ କୋଲେଷ୍ଟ୍ରଲ୍, ଫ୍ୟାଟି ଲିଭର୍ କିମ୍ବା ଉଚ୍ଚ ରକ୍ତଚାପ ରହିପାରେ, କାରଣ ପ୍ରାରମ୍ଭିକ ଅବସ୍ଥାରେ ଏହାର କୌଣସି ଲକ୍ଷଣ ନ ଥାଇପାରେ।

ପ୍ରୋଟିନ୍ ସପ୍ଲିମେଣ୍ଟକୁ ନେଇ ଧାରଣା: ଭାରତର ଫିଟନେସ୍ ଦୁନିଆରେ ପ୍ରୋଟିନ୍ ପାଉଡର ଓ ମାଂସପେଶୀ ବଢ଼ାଉଥିବା ସପ୍ଲିମେଣ୍ଟର ଲୋକପ୍ରିୟତା ଖୁବ୍ ବଢ଼ିଛି।

ପ୍ରୋଟିନ୍ ଶରୀର ପାଇଁ ନିହାତି ଜରୁରୀ ସତ, କିନ୍ତୁ “ଅଧିକ ଖାଇଲେ ଅଧିକ ଭଲ” ଧାରଣା ସବୁବେଳେ ଠିକ୍ ନୁହେଁ।

ବ୍ୟକ୍ତିର ଓଜନ, ବୟସ, କାମ ଓ ବ୍ୟାୟାମର ତୀବ୍ରତା ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଅନୁସାରେ ଏହାର ପରିମାଣ ଭିନ୍ନ ହୁଏ।

ଯେଉଁମାନେ ନିୟମିତ ଷ୍ଟ୍ରେନ୍ଥ ଟ୍ରେନିଂ ଓ ମାଂସପେଶୀ ବଢ଼ାଇବା ଉପରେ ଧ୍ୟାନ ଦିଅନ୍ତି, ସେମାନଙ୍କ ପାଇଁ ଏହା ପ୍ରତି କିଲୋଗ୍ରାମ ଓଜନ ପିଛା ପ୍ରାୟ ୧.୫ ରୁ ୨ ଗ୍ରାମ ପର୍ଯ୍ୟନ୍ତ ହୋଇପାରେ।

ତେବେ ସଭିଙ୍କ ପାଇଁ ଗୋଟିଏ ନିୟମ ଲାଗୁ ହୁଏ ନାହିଁ; ନିଜର ସ୍ୱାସ୍ଥ୍ୟ ଓ ଆବଶ୍ୟକତା ଅନୁସାରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।

ନିଦ, ମାନସିକ ଚାପ: ଫିଟନେସ୍‌ର ଅଣଦେଖା ଦିଗ ମାଂସପେଶୀ ଓ ବ୍ୟାୟାମର ତୀବ୍ରତା ଉପରେ ଧ୍ୟାନ ଦେବା ଭିତରେ ଶରୀରର ବିଶ୍ରାମ ଓ ପୁନରୁଦ୍ଧାର କଥା ଅନେକେ ଭୁଲି ଯାଆନ୍ତି।ଡା.

ଭଟନାଗରଙ୍କ ମତରେ, ସୁସ୍ଥ ଜୀବନଶୈଳୀ ପାଇଁ ମାନସିକ ସ୍ୱାସ୍ଥ୍ୟ, ଚାପ ପରିଚାଳନା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ଅତ୍ୟନ୍ତ ଜରୁରୀ।

ଅଧିକ ସମୟ କାମ କରିବା, ଚାପ, ଅନିୟମିତ ଖାଦ୍ୟ ଏବଂ କମ୍ ନିଦ ଭଲ ୱାର୍କଆଉଟ୍‌ର ପ୍ରଭାବକୁ ମଧ୍ୟ କମାଇ ଦେଇପାରେ।

ଡା.

ବିଶ୍ୱାସ ମଧ୍ୟ କୁହନ୍ତି ଯେ ଖରାପ ନିଦ, ନିରନ୍ତର ଚାପ, ଅଳସୁଆ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଅଧିକ ମଦ୍ୟପାନ ମେଟାବଲିକ୍ ସ୍ୱାସ୍ଥ୍ୟ, ଯୌନ ସ୍ୱାସ୍ଥ୍ୟ ଏବଂ ହରମୋନ୍ ସନ୍ତୁଳନ ଉପରେ କୁପ୍ରଭାବ ପକାଇପାରେ।

ଏହି ଆନ୍ତର୍ଜାତୀୟ ପୁରୁଷ ଦିବସରେ ବାର୍ତ୍ତା ସ୍ପଷ୍ଟ: ଫିଟ୍ ରହିବା ଆଉ ସୁସ୍ଥ ରହିବା ସବୁବେଳେ ସମାନ ନୁହେଁ।

ବ୍ୟାୟାମ, ଶକ୍ତି ଓ ସକ୍ରିୟ ଜୀବନଶୈଳୀ ନିଶ୍ଚିତ ଭାବେ ଭଲ, କିନ୍ତୁ ତାହା ନିଦ, ଖାଦ୍ୟ, ମାନସିକ ସ୍ୱାସ୍ଥ୍ୟ ଏବଂ ନିୟମିତ ଡାକ୍ତରୀ ପରୀକ୍ଷାକୁ ପଛରେ ପକାଇବା ଉଚିତ ନୁହେଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)