Fire At A Wedding: କଙ୍ଗୋ ବାହାଘର ଭୋଜିରେ ଭୟାବହ ଅଗ୍ନିକାଣ୍ଡ: ୨୨ ମୃତ, ଅନେକ ଗୁରୁତର

Sep 06, 2026 - 14:12
Fire At A Wedding: କଙ୍ଗୋ ବାହାଘର ଭୋଜିରେ ଭୟାବହ ଅଗ୍ନିକାଣ୍ଡ: ୨୨ ମୃତ, ଅନେକ ଗୁରୁତର

"କିନଶାସା: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ରାଜଧାନୀ କିନଶାସାରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ଉତ୍ତର କିନଶାସାର ଲିଙ୍ଗୱାଲା ଅଞ୍ଚଳରେ ଥିବା ଏକ କୋଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିଲା, ଯାହା ଶନିବାର ସକାଳ ପର୍ଯ୍ୟନ୍ତ ଜଳୁଥିଲା।

ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ କୋଠାର ସଙ୍କୁଚିତ ଗଳି ଓ ପ୍ରବେଶ ପଥ ଦେଇ ବାହାରିବାକୁ ଚେଷ୍ଟା କରୁଥିବା ଅତିଥିମାନେ ସେଠାରେ ଫସି ରହିଥିଲେ।Advertisment ଶନିବାର ସକାଳ ପର୍ଯ୍ୟନ୍ତ ଜଳୁଥିଲା ନିଆଁ ତେବେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି ଏବଂ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରି କଙ୍ଗୋର ଉପ-ପ୍ରଧାନମନ୍ତ୍ରୀ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଜାକ୍ୱିମିନ୍ ଶାବାନୀ ଏହାକୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଛନ୍ତି।

ପାରାନ୍ଦୁର ଯୋଜନା ବାତିଲ ହେବା ପରେ ନୂଆ ବିମାନ ବନ୍ଦର ପାଇଁ ୨ଟି ସ୍ଥାନ ଚୟନ କଲେ ବିଜୟ ସରକାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)