Environment Panchayat: ତଳସରା ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ,ପରିବେଶ ସୁରକ୍ଷା ଘରୁ ଆରମ୍ଭ ହେଉ: ଉପବାଚସ୍ପତି

Jun 29, 2026 - 08:17
Environment Panchayat: ତଳସରା ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ,ପରିବେଶ ସୁରକ୍ଷା ଘରୁ ଆରମ୍ଭ ହେଉ: ଉପବାଚସ୍ପତି

"ସୁନ୍ଦରଗଡ଼: ଆମ ପୂର୍ବ ପୁରୁଷ ସମୟର ସୁସ୍ଥ, ଶାନ୍ତ, ସବୁଜ ପୃଥିବୀକୁ ଆମେ ଊଣା ଅଧିକେ ନଷ୍ଟ କରିଦେଲେଣି।

ଉଜୁଡ଼ା ପରିବେଶ ଜୀବଜଗତ ପାଇଁ ଚିନ୍ତାର ବିଷୟ।

ଯାହାର ପରିଣାମ ସମସ୍ତେ ଭୋଗୁଛନ୍ତି।

ଏବେ ସେହି ପୃଥିବୀକୁ ପୁଣି ଥରେ ଫେରାଇ ଆଣିବାକୁ ପଡ଼ିବ।

ପରିବେଶ ନ ବଞ୍ଚିଲେ ଆମେ କେହି ବଞ୍ଚିବା ନାହିଁ। "ସମ୍ବାଦ" ଓ "କନକ ନ୍ୟୁଜ୍‌"ର ପରିବେଶ ପଞ୍ଚାୟତ ଆମକୁ ବାଟ ଦେଖାଉଛି।

ସମସ୍ତେ ମିଶି  ଏହାକୁ ଆନ୍ଦୋଳନର ରୂପ ଦେବାକୁ ପଡ଼ିବ।

ରବିବାର ତଳସରା ବିଧାନସଭା କ୍ଷେତ୍ର ଅଧୀନ କୁ‌ରେଇ ପଞ୍ଚାୟତର ଜଙ୍ଗଲଘେରା ଶିବାଳୟ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଏହି ଆହ୍ବାନ ଦେଇଛନ୍ତି।

ସେ କହିଥିଲେ ଯେ ଆଦିବାସୀମାନେ ପ୍ରକୃତିର ଉପାସକ।

ସେମାନେ ପାହାଡ଼, ଜଙ୍ଗଲ, ଗଛକୁ ପୂଜା କରିଥାନ୍ତି।

ଏହା ପଛରେ ଜୀବଜଗତର ଜୀବନ ନାଟିକା ସେହି ପରିବେଶ କଥା ହିଁ ରହିଛି।

ପୂର୍ବ ପୁରୁଷ ସୁସ୍ଥ ଜୀବନ ଜିଉଁଥିଲେ।

ଘର, ପରିବାର, ଗାଁ ଜାଗିଲେ ପରିବେଶ ବଞ୍ଚିବ।

ଗାଁ ଅଧିବାସୀ କେବେ ଜନ୍ମଦିନ ପାଳନ କରନ୍ତି ନାହିଁ।

କିନ୍ତୁ ଏଣିକି ସମସ୍ତେ କେବଳ ଗଛ ଲଗାଇବା ପାଇଁ ଜନ୍ମଦିନ ପାଳନ କରିବା ବୋଲି ସେ କହିଥିଲେ।

Advertisment Collective efforts: ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ Rathkhala: ରଥଖଳା: ଚାଲିଛି କନକମୁଣ୍ଡି କାର୍ଯ୍ୟ "ସମ୍ବାଦ" ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, ସବଡେଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଗୁଲସନ ବାରୁଆ, ସଉନମରା ପଞ୍ଚାୟତ ସମିତିସଭ୍ୟା ବେଲମତି ଧରୁଆ, ସମାଜସେବୀ ମନୋଜ କୁମାର ଦାନୀ, ବିଶିଷ୍ଟ ପରିବେଶପ୍ରେମୀ ସୁଧାଂଶୁ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇ ପୃଥିବୀ ଉପରକୁ ମାଡ଼ି ଆସୁଥିବା ସଂକଟକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। "କନକ ନ୍ୟୁଜ୍‌" ରାଉରକେଲା ବ୍ୟୁରୋ ମୁଖ୍ୟ ଦେବାଶିଷ କବି ଅଭିଯାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୨୫ ଭାଗ ଅର୍ଥ ପରିବେଶ ସୁରକ୍ଷାରେ ଖର୍ଚ୍ଚ କରିବାକୁ ବିଧାନସଭାରେ ପ୍ରସ୍ତାବ ରଖିବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉଚ୍ଛବ ତନ୍ତୀ, ଦୀନବନ୍ଧୁ ସାଏ, ଲବଣୀଧର ଦାନୀ, ରବିଚନ୍ଦ୍ର ପଟେଲ, ବନମାଳି ବାରସତିଆ, ରମେଶ ସିଂହ ଉପସ୍ଥିତ ଥିଲେ।

ବାଲିଶଙ୍କରା ବ୍ଲକ୍‌ "ସମ୍ବାଦ" ପ୍ରତିନିଧି ପ୍ରଦୀପ କୁମାର ନନ୍ଦ, ଭିଡିଓ ସାମ୍ବାଦିକ ଦେବାଶିଷ ମହାଲିଙ୍ଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଶେଷରେ ବୃକ୍ଷରୋପଣ କରାଯାଇଥିଲା।"