Badminton: ୟୁଏସ୍‌ ଓପନ ବ୍ୟାଡମିଣ୍ଟନ: ଶ୍ରୀକାନ୍ତ ଉପବିଜେତା

Jun 29, 2026 - 09:36
Badminton: ୟୁଏସ୍‌ ଓପନ ବ୍ୟାଡମିଣ୍ଟନ: ଶ୍ରୀକାନ୍ତ ଉପବିଜେତା

"ଫୁଲର୍ଟନ: ଲଢୁଆ ଖେଳ ପ୍ରଦର୍ଶନ ସତ୍ତ୍ବେ ଭାରତର କିଦାମ୍ବି ଶ୍ରୀକାନ୍ତ ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଫାଇନାଲ୍‌ରେ ପରାସ୍ତ ହୋଇ "ଉପବିଜେତା" ଟାଇଟଲ୍‌ରେ ସନ୍ତୁଷ୍ଟ ରହିଛନ୍ତି।

ପୁରୁଷ ଏକକ ଫାଇନାଲ୍‌ରେ ସେ ଚାଇନିଜ୍‌ ତାଇପେଇର ସୁ ଲି ୟାଙ୍ଗଙ୍କଠାରୁ ୧୫-୨୧,୨୧-୧୫, ୯-୨୧ରେ ହାରିଯାଇଥିଲେ।Advertisment ଏଲ.କ୍ରିଷ୍ଟୋଫରସେନ ବିଜୟୀ ହୋଇଛନ୍ତି ୨୦୨୧ ବିଶ୍ବ ଚାମ୍ପିଅନସିପରେ ରୌପ୍ୟ ବିଜେତା ଶ୍ରୀକାନ୍ତ ପ୍ରଥମ ସେଟ୍‌କୁ ୧୫-୨୧ରେ ହାରିବା ପରେ ଦ୍ବିତୀୟ ସେଟ୍‌ରେ ଜୋର୍‌ଦାର୍‌ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ୨୧-୧୫ରେ ଜିତିନେଇଥିଲେ।

କିନ୍ତୁ ତୃତୀୟ ସେଟ୍‌କୁ ସେ ୯-୨୧ରେ ହାରି ମ୍ୟାଚ୍‌ ହାତଛଡ଼ା କରିଥିଲେ।

ଶ୍ରୀକାନ୍ତ ଗତ ବର୍ଷ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଓ ସୟଦ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍‌ ସୁପର ୩୦୦ରେ ଉପବିଜେତା ହୋଇଥିଲେ।

ଚଳିତ ଋତୁରେ ଏହା ତାଙ୍କର ପ୍ରଥମ ଫାଇନାଲ୍‌ ଥିଲା।

ମହିଳା ଏକକରେ ଡେନମାର୍କର ଏଲ.କ୍ରିଷ୍ଟୋଫରସେନ ବିଜୟୀ ହୋଇଛନ୍ତି ।

ସେ ବୁଲଗେରିଆର କାଲୋୟାନା ନାଲବାନଟୋଭାଙ୍କୁ ୨୧-୧୬,୧୬-୨୧, ୨୧-୧୧ରେ ପରାସ୍ତ କରିଛନ୍ତି।

World War: ବିଶ୍ୱଯୁଦ୍ଧ ଆଶଙ୍କା ଟଳିଲା!: ଆକ୍ରମଣ ବନ୍ଦ କରିବାକୁ ଆମେରିକା-ଇରାନ ରାଜି, କତାରରେ ହର୍ମୁଜ ସମ୍ପର୍କରେ ହେବ ଆଲୋଚନା "