3 cyber fraudsters: ଆସାମରୁ ବନ୍ଧାହେଲେ ୩ ସାଇବର ଠକ
"ଭୁବନେଶ୍ବର: ଅଜଣା ନମ୍ବରରୁ ହ୍ବାଟ୍ସଆପ୍କୁ ଲିଙ୍କ୍ ପଠାଇଲେ।
ପରେ ଫୋନ୍କରି ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଲେ।
ପେନ୍ସନ୍ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଅପ୍ଡେଟ୍ କରିବା ଆଳରେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୮.୫ଲକ୍ଷ ଟଙ୍କା ଉଠାଇ ନେଲେ।
ଏଭଳି ଏକ ଅନ୍ତଃରାଜ୍ୟ ସାଇବର ଠକ ରୢାକେଟ୍ର ୩ ଜଣଙ୍କୁ କମିସନରେଟ୍ ପୁଲିସର ସାଇବର ଥାନା ପୁଲିସ ଗିରଫ କରିଛି। ।
ସେମାନେ ହେଲେ ଆସାମର ମୋରିଗାଁଓ ଜିଲ୍ଲା ଲାହରିଘାଟ୍ ଥାନା ଅଞ୍ଚଳର ଜୁନାଇଦୁର ଇସ୍ଲାମ(୨୨), ଇଜାଜୁଲ୍ ହକ୍(୨୩) ଏବଂ ନାଗାଁଓ ହାରୁନ ରସିଦ (୨୯)।
ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଏସିପି ସୂଚୀସ୍ମିତା ଦାସ ରୢାକେଟ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗିରଫ ଠକଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।
ଏହି ରୢାକେଟ୍ର ମାଷ୍ଟରମାଇଣ୍ଡ ଆଶ୍ରାଫୁଲ ଓ ପରଭେଜ୍ ଆଲାମ୍ ଚୌଧୁରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।
ଉଭୟଙ୍କୁ ଗିରଫ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।Advertisment Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ ସୂଚନା ମୁତାବକ, ଭୁବନେଶ୍ୱର ତ୍ରିନାଥ ବଜାରର ବୁଲୁ ଦାଶ ନାମକ ଜଣେ ବରିଷ୍ଠ ନାଗରିକ ୨୦୨୫ ମସିହା ନଭେମ୍ବର ୩ ତାରିଖରେ ୟୁକୋ ବ୍ୟାଙ୍କ ପକ୍ଷରୁ ଲାଇଫ ସାର୍ଟିଫିକେଟ୍ ଅପଡେଟ୍ କରିବା ନାମରେ ଏକ ନକଲି ଲିଙ୍କ ପାଇଥିଲେ।
ଏହାପରେ ସାଇବର ଠକ ତାଙ୍କୁ କଲ୍କରି ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇଥିଲେ।
ବିପ୍ରଦତ୍ତ ଲିଙ୍କରେ ତଥ୍ୟ ଦେବା ପାଇଁ କହିଥିଲେ।
ଶ୍ର୍ରୀ ଦାଶ ତଥ୍ୟ ଦେବା ଆରମ୍ଭ କରିଥିଲେ, ତାଙ୍କ ମୋବାଇଲକୁ ଗୋଟିଏ ପରେ ଗୋଟିଏ ଏକାଧିକ ଓଟିପି ଆସିଥିଲା।
ପରବର୍ତ୍ତୀ ସମୟରେ ତାଙ୍କ ବ୍ୟାଙ୍କ ଖାତାରୁ ୮ ଲକ୍ଷ ୫୦ ହଜାର ଟଙ୍କା କଟିଯାଇଥିଲା।
ଅନ୍ଲାଇନ୍ ମାଧ୍ୟମରେ ଠକେଇ ହୋଇଥିବା ଜଣିବାପରେ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିଥିଲେ।
ଏନେଇ ସାଇବର ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।
Monsoon: ପୁଣି ଦୁର୍ବଳ ହେଲା ମୌସୁମୀ: ନିଅଣ୍ଟିଆ ବର୍ଷା ୪୫ ପ୍ରତିଶତକୁ ବୃଦ୍ଧି, ଚିନ୍ତା ବଢ଼ାଇଲା ମେଘହୀନ ଆକାଶ ତଦନ୍ତ ସମୟରେ ବ୍ୟାଙ୍କ ରେକର୍ଡ, କେୱାଇସି ତଥ୍ୟ ଓ ଟେକ୍ନିକାଲ ବିଶ୍ଳେଷଣ ଆଧାରରେ ପୁଲିସ ଆସାମ ଓ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ଏକ ସଂଗଠିତ ସାଇବର ଠକେଇ ନେଟୱର୍କର ସନ୍ଧାନ ପାଇଥିଲା।
ରୢାକେଟ୍ର ସଦସ୍ୟମାନେ ଭିନ୍ନ ଭିନ୍ନ ସିମ୍କାର୍ଡ ବ୍ୟବହାର କରି ଏକାଧିକ ବ୍ୟାଙ୍କ ଖାତା ଖୋଲିଥିଲେ।
ହାରୁନ୍ ତାର ସହଯୋଗୀ ପରଭେଜ୍ ସହ ମିଶି ଲୋକଙ୍କ ତଥ୍ୟ ନେଇ ଡିଜିଟାଲ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଖାତା ଓ ସିମ୍ ସଂଗ୍ରହ କରି ରୢାକେଟ୍କୁ ଯୋଗାଉଥିଲେ।
ଇଜାଜୁଲ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯୋଗାଡ଼ କରୁଥିବା ବେଳେ ଜୁନାଇଦୁର ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍ କରି ମ୍ୟୁଲ୍ ଆକାଉଣ୍ଟ ପିଛା ୬ ହଜାର ଟଙ୍କା କମିସନ ଦେଇ ଏକାଧିକ ଆକାଉଣ୍ଟ ଖୋଲୁଥିଲା।
ଆଉ ଏହି ସବୁ ମ୍ୟୁଲ୍ଆକାଉଣ୍ଟ ନେଟ୍ୱର୍କର ମଙ୍ଗ ଧରିଥିଲା ଆଶ୍ରାଫୁଲ୍।
ଜେରା ବେଳେ ଆହୁରି ତଥ୍ୟ ସାମ୍ନାକୁ ଆସିଥିଲା ଯେ ପରଭେଜ ଓ ଆଶ୍ରାଫୁଲ୍ ଆସାମରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ନେଟୱର୍କ ପରିଚାଳନା କରି ଜାମତାରାର ସାଇବର ଗ୍ୟାଙ୍ଗକୁ ଯୋଗାଉଥିଲେ।
ପୁଲିସ ଆସାମରେ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିଥିଲା।
ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।ଅନ୍ୟପଟେ ଏମାନଙ୍କ ନାମରେ ପୂର୍ବରୁ ଆସାମ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଠକେଇ ଅଭିଯୋଗ ନେଇ ମାମଲା ରହିଛି।"