Debasnana Purnima: ସ୍ନାନ ପୂର୍ଣ୍ଣିମାରେ ରଥଖଳାରେ ଅସମ୍ଭାଳ ଭିଡ଼: ବ୍ୟାରିକେଡ୍ ଭାଙ୍ଗି ରଥଖଳାରେ ଧସେଇ ପଶିଲେ ଭକ୍ତ

Jun 29, 2026 - 10:34
Debasnana Purnima: ସ୍ନାନ ପୂର୍ଣ୍ଣିମାରେ ରଥଖଳାରେ ଅସମ୍ଭାଳ ଭିଡ଼: ବ୍ୟାରିକେଡ୍ ଭାଙ୍ଗି ରଥଖଳାରେ ଧସେଇ ପଶିଲେ ଭକ୍ତ

"ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।

ମହାପ୍ରଭୁଙ୍କ ଦୁର୍ଲଭ ସ୍ନାନ ବେଶ ଦର୍ଶନ ପାଇଁ ଆସିଥିବା ଲକ୍ଷାଧିକ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ରଥଖଳାରେ ଉତ୍ତେଜନା ଦେଖାଦେଇଛି।

ସ୍ନାନମଣ୍ଡପ ନିକଟ ରଥଖଳାକୁ ଯିବା ପାଇଁ କରାଯାଇଥିବା ବ୍ୟାରିକେଡ୍ ଆଗରେ ଦୀର୍ଘ ସମୟ ଧରି ଅପେକ୍ଷା କରି ବ୍ୟାକୁଳ ହୋଇପଡ଼ିଥିବା ଭକ୍ତମାନେ ହଠାତ୍ ବ୍ୟାରିକେଡ୍ ଭାଙ୍ଗି ରଥଖଳା ଭିତରକୁ ଧସେଇ ପଶିଥିଲେ।Advertisment ପ୍ରଶାସନିକ ଅବ୍ୟବସ୍ଥାକୁ ଦାୟୀ ଭକ୍ତଙ୍କ ପ୍ରବଳ ସୁଅ ଦେଖି ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ପୁଲିସ ଓ ଭକ୍ତଙ୍କ ମଧ୍ୟରେ ଜୋରଦାର ଧସ୍ତାଧସ୍ତି ହୋଇଥିଲା।

ଠେଲାପେଲା ଅନେକ ଭକ୍ତ ତଳେ ପଡ଼ିଯାଇଥିଲେ।

ବ୍ୟାରିକେଡ୍ ଉପରେ ପଡ଼ି କିଛି ଭକ୍ତ ଆହତ ହୋଇଥିବା ବେଳେ ପ୍ରବଳ ଗରମ ଓ ଗହଳି ଯୋଗୁଁ ଅନେକ ବୃଦ୍ଧ, ମହିଳା ଓ ଶିଶୁ ଅଣନିଶ୍ୱାସ ହୋଇପଡ଼ିଥିଲେ।

ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ପାଣି ଦିଆଯାଇଥିଲା ଏବଂ କିଛି ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଶ୍ରଦ୍ଧାଳୁମାନେ ପୁଲିସ ପ୍ରଶାସନର ବ୍ୟାପକ ଅବ୍ୟବସ୍ଥାକୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି।

Pakistan: ଆଫଗାନିସ୍ତାନ ସୀମାରେ ପାକିସ୍ତାନର ରାତି ଅଧିଆ ଏୟାର ଷ୍ଟ୍ରାଇକ୍: ୩୫ ମୃତ-୪୦ରୁ ଅଧିକ ଆହତ "