Vedaprakash: ବେଦପ୍ରକାଶ ନାୟକ, ଅନସୂୟା ନାଥ ଓ ଉମାକାନ୍ତ ସୁବୁଦ୍ଧି ପାଇଲେ ‘ଭୀମସେନ ସମ୍ମାନ’

Jun 29, 2026 - 07:57
Vedaprakash: ବେଦପ୍ରକାଶ ନାୟକ, ଅନସୂୟା ନାଥ ଓ ଉମାକାନ୍ତ ସୁବୁଦ୍ଧି ପାଇଲେ ‘ଭୀମସେନ ସମ୍ମାନ’

"କଟକ: ସଂଗୀତ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ।

ସଂଗୀତ ସାଧନା ବ୍ୟକ୍ତିକୁ ଶୃଙ୍ଖଳା ଓ ସମର୍ପଣ ଭାବର ଶିକ୍ଷାଦିଏ।

ଶୃଙ୍ଖଳା ଓ ସମର୍ପଣ ବ୍ୟକ୍ତିର ଜୀବନକୁ ସଫଳ କରାଇଥାଏ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମି‌ଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ‌ସୌମ୍ୟରଂଜନ ପଟ୍ଟନାୟକ।

ଶତାବ୍ଦୀ ଭବନ ଠାରେ ଅନୁଷ୍ଠିତ "ସାଇ ଆରାଧନା ସଂଗୀତ ସୁଧା ମ୍ୟୁଜିକ୍‌ ଏକାଡେମି"ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଅନୁଷ୍ଠାନର ମୁଖ୍ୟ ପୁରୋଧା ଶିକ୍ଷାବିତ ଭୀମସେନ ଦାଶଙ୍କ ସଂପୂର୍ଣ୍ଣ ପରିବାର ସଂଗୀତରେ ରୁଚି ରଖିବା ଶୁଭ ସଂକେତ।

ଆଦର୍ଶ ସମାଜ ଗଠନ କରିବାକୁ ହେଲେ ଘରେ ଘରେ ସମସ୍ତେ ସଂଗୀତ ଶିକ୍ଷା କରିବାର ବ୍ୟବସ୍ଥା କରାଯିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।Advertisment Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ  ଅନୁଷ୍ଠାନର ସଭାପତି ଭକ୍ତପ୍ରିୟ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ କଣ୍ଠଶିଳ୍ପୀ-ଶିକ୍ଷାବିତ୍‌ ଡକ୍ଟର ଅନସୂୟା ନାଥ ଯୋଗଦେଇ ବିଜ୍ଞାନ ଓ ସଂଗୀତ ପରସ୍ପର ପରିପୂରକ ବୋଲି କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଡକ୍ଟର୍‌ ମେଜର ଦିଲ୍ଲୀପ କୁମାର ଦାଶ, ଶିକ୍ଷାବିତ୍‌ ଭୀମସେନ ଦାଶଙ୍କ ବ୍ୟକ୍ତିତ୍ବ ବିଷୟରେ ବର୍ଣ୍ଣନା କରିଥିଲେ।

ସେବା ଓ ଶିକ୍ଷାଦାନ ଭୀମସେନ ଦାଶଙ୍କ ଆଭୂଷଣ ବୋଲି ଡକ୍ଟର ଦାଶ କହିଥିଲେ।

ଏହି ଅବସରରେ ସମାଜ‌ସେବା ପାଇଁ ବେଦପ୍ରକାଶ ନାୟକ, ସଂଗୀତ ପାଇଁ ଡକ୍ଟର ଅନସୂୟା ନାଥ, ଶିକ୍ଷା ପାଇଁ ବୈଜ୍ଞାନିକ ଡକ୍ଟର ଉମାକାନ୍ତ ସୁବୁଦ୍ଧିଙ୍କୁ ମର୍ଯ୍ୟାଦାଜନକ "ଭୀମସେନ ସମ୍ମାନ" ପ୍ରଦାନ କରାଯାଇଥିଲା।

ସେହିପରି ପଣ୍ଡିତ ଲୋକନାଥ ରଥ, ଗୀତିକାର ଜୟନ୍ତ କୁମାର ଦାଶଙ୍କୁ "ସାଇ ଆରାଧନା ସମ୍ମାନ-୨୦୨୬" ପ୍ରଦାନ କରାଯାଇଥିଲା।

The hairy criminal: ଥରହର କଲେଣି ବାଳ ଅପରାଧୀ  ଅନୁଷ୍ଠାନର ପ୍ରତିଷ୍ଠାତା ଇଞ୍ଜିନିୟର ସାଇ ସନ୍ତୋଷ କୁମାର ଉତ୍ସବର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିବା ବେଳେ ବରିଷ୍ଠ ସଭ୍ୟ ସୁବ୍ରତ କୁମାର ନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ।

ଅନୁଷ୍ଠାନର ଉପଦେଷ୍ଟା ସଚ୍ଚିକାନ୍ତ ନାଥ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡକ୍ତର ସତ୍ୟପ୍ରିୟ ଦାଶ ଓ ଶୈଳୀ ସାଇପ୍ରିୟା ମଞ୍ଚ ସଂଯୋଜନା କରିଥିଲେ।

ଏ.

ଭାସ୍କର ବେଦପାଠ କରିଥିବା ବେଳେ ମନୋଜ ଦାଶ ଧନ୍ୟବାଦ ଦେଇଥିଲେ।

ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ନିଖିଳାନନ୍ଦ ଦାଶ, ଡକ୍ଟର ମମତା ଜେନା, ଶକ୍ତିପ୍ରସନ୍ନ ପଣ୍ଡା, ଦେବସ୍ମିତା ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।"