SIR controversy: ‘ଶଙ୍ଖାମେଦୀ’ରେ ଏସ୍ଆଇଆର୍ ବିବାଦ: ବିରୋଧ ଯୋଗୁ ଫେରିଆସିଲେ ବିଏଲ୍ଓ
"ଫୁଲବଣୀ: ପଶ୍ଚିମବଙ୍ଗ ଓ ଓଡ଼ିଶାର ଦ୍ବୈତ ଭୋଟର ରହୁଥିବା ଗାଁ ଶଙ୍ଖାମେଦୀରେ ଅଭାବନୀୟ ଘଟଣା ଘଟିଛି।
ଓଡ଼ିଶା ସରକାରଙ୍କ ଦ୍ବାରା କରାଯାଉଥିବା ଏସ୍ଆଇଆର୍ ସର୍ଭେକୁ ଗ୍ରାମବାସୀ ବର୍ଜନ କରିଛନ୍ତି।
ବିରୋଧ ଯୋଗୁଁ ବିଏଲ୍ଓ ଫେରି ଆସିଛନ୍ତି।
ସୂଚନା ଅନୁସାରେ, ଓଡ଼ିଶାର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଅଧୀନରେ ରହିଛି ଶଙ୍ଖାମେଦୀ ଗାଁ।
୧୯୨୭ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାର ଏହି ଗାଁ"ରୁ ରାଜସ୍ୱ ଆଦାୟ କରୁଥିଲେ।
ହେଲେ ବିଭିନ୍ନ କାରଣ ପାଇଁ ୧୯୭୮ ମସିହାରୁ ଆଉ ରାଜସ୍ବ ଆଦାୟ ହେଲାନି।
ଫଳରେ ଏଠିକାର ବିକାଶ ଅଟକିଗଲା।
ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପାତ୍ର ନ ମିଳିବାରୁ ଅନେକ ଉଚ୍ଚଶିକ୍ଷା ଓ ଚାକିରିରୁ ବଞ୍ଚିତ ହେଲେ।
ଏପରି ସମୟରେ ପଶ୍ଚିମବଙ୍ଗ ସରକାର ଏହି ଗାଁ ଉପରେ ଆଖି ପକାଇଛନ୍ତି।
ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଛନ୍ତି।
କେବଳ ପଶ୍ଚିମବବଙ୍ଗ ସରକାର ନୁହେଁ, ଓଡ଼ିଶା ସରକାର ମଧ୍ୟ ମୌଳିକ ସୁବିଧା ଯୋଗାଉଛନ୍ତି।Advertisment Demand: ମୟୂରଭଞ୍ଜର ଦୁଇ ଉପଖଣ୍ଡକୁ ନୂତନ ଜିଲ୍ଲା ଗଠନ ଦାବି ଶଙ୍ଖାମେଦୀରେ ଉଭୟ ରାଜ୍ୟର ଶାସନ ଚାଲୁଥିବାରୁ ଗ୍ରାମବାସୀ ଓଡ଼ିଶା ଓ ପଶ୍ଚିମବଙ୍ଗର ଆଧାର କାର୍ଡ, ଭୋଟର୍ କାର୍ଡ ହାତେଇଛନ୍ତି।
ଉଭୟ ରାଜ୍ୟର ନିର୍ବାଚନରେ ମତଦାନ ମଧ୍ୟ କରୁଛନ୍ତି।
ଏଠାରେ ଏସ୍ଆଇଆର୍ ସର୍ଭେକୁ ନେଇ ବିବାଦ ଉପୁଜିଛି।
ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାନୀୟ ବିଏଲ୍ଓ ସୁମତୀ ମାଝୀ ସର୍ଭେ ପାଇଁ ଶଙ୍ଖାମେଦୀ ଯାଇଥିବା ବେଳେ ତାଙ୍କୁ ବିରୋଧର ସାମନା କରିବାକୁ ପଡ଼ିଛି।
ଗ୍ରାମବାସୀ କହିଛନ୍ତି, "ଓଡ଼ିଶା ସରକାର ଆମ କଥା ବୁଝିଲେନି।
ତେଣୁ ଓଡ଼ିଶାର ଏସ୍ଆଇଆର୍ ସର୍ଭେରେ ସାମିଲ ହେବୁନି।
ପଶ୍ଚିମବଙ୍ଗ ଏସ୍ଆଇଆର୍ ସର୍ଭେରେ ଆମେ ଆବେଦନପତ୍ର ପୂରଣ କରିସାରିଛୁ।" ଫଳରେ ବିଏଲ୍ଓ ଶ୍ରୀମତୀ ମାଝୀ ସର୍ଭେ କରି ନ ପାରି ଫେରିଆସିଛନ୍ତି।
ଭୋଗରାଇ ତହସିଲଦାର ଘଟଣାକୁ ଗୁରୁତ୍ବର ସହ ନେଇ ଏ ସଂପର୍କରେ ବୈଠକ କରିଛନ୍ତି।
ଆଗକୁ କ"ଣ ପଦକ୍ଷେପ ନିଆଯିବ ତା" ଉପରେ ସମସ୍ତଙ୍କ ନଜର ରହିଛି।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ"