Snana purnima: ସାଆନ୍ତେ ଆସିବେ ବୋଲି... ସୁନାକୂଅ ଜଳରେ ସ୍ନାନ କରିବେ ନୀଳାଦ୍ରିନାଥ
"ନରେନ୍ଦ୍ର ସରୋବରରେ ଜଳକ୍ରୀଡ଼ା ପରେ ବି ଗ୍ରୀଷ୍ମ ଦାଉ ଉପଶମ ହୋଇନାହିଁ।
ସ୍ନାନବେଦିରେ ବସି ଭକ୍ତଙ୍କ ସମ୍ମୁଖରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବାକୁ ମନ କରିଛନ୍ତି ମହାପ୍ରଭୁ।
ଏଣେ ବିଶ୍ବନିୟନ୍ତାଙ୍କ ଚରଣ ସ୍ପର୍ଶ ପାଇଁ ଆତୁର ହେଲାଣି ସ୍ନାନବେଦି।
ପହଣ୍ଡିରେ ଶ୍ରୀବିଗ୍ରହଙ୍କ ଟାହିଆରେ ଲାଗିବାକୁ ପ୍ରତିଯୋଗିତା କଲେଣି ସୋଲଠୁ ଫୁଲ ଯାଏଁ।
ଅଣ୍ଟା କଷିଲେଣି ସେବାୟତ।
ଭକ୍ତମାନେ ତାଙ୍କ ମହାପ୍ରଭୁଙ୍କୁ ସ୍ନାନବେଦିରେ ଦେଖିବାକୁ ବ୍ୟାକୁଳ ନେତ୍ରରେ ଚାହିଁ ବସିଲେଣି।
ବେଶ ସଜାରେ ନିମଗ୍ନ ହୋଇଛନ୍ତି ଦୟଣାମାଳି ସେବକ।
ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିବାରୁ ଏହାକୁ ମହାପ୍ରଭୁଙ୍କ ଜନ୍ମଦିନ ଭାବେ ଅଭିହିତ କରାଯାଏ।
ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳାର ଏହି ମହାପର୍ବରେ ସାମିଲ ହେବାକୁ ଗୋଡ଼ଟେକି ଓଲଟଗଣତି ଆରମ୍ଭ କରିଦେଲେଣି ଭକ୍ତଗଣ।
ହାତୀବେଶରେ ଦର୍ଶନ କରିବେ ଭକ୍ତ।
ସେନେଇ ସ୍ନାନ ପୂର୍ଣ୍ଣିମାର ନୀତିକାନ୍ତି, ବେଶ ଓ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।Advertisment Rathakhala: ରଥଖଳା: ଦୁଆର ବେଢ଼ା ରଙ୍ଗ କାର୍ଯ୍ୟ ଶେଷ ପୁରୀ, ୨୮/୬ (ଇମିସ): ସ୍ନାନ ପୂର୍ଣ୍ଣିମାରେ ଭକ୍ତ ସାହାଣମେଲା ଦର୍ଶନ କରିବେ, କିନ୍ତୁ ସ୍ନାନବେଦି ଉପରକୁ ଚଢ଼ିବେ ନାହିଁ।
ଶ୍ରୀବିଗ୍ରହଙ୍କ ନିକଟକୁ ଯିବେ ନାହିଁ କି ସ୍ପର୍ଶ କରିବେ ନାହିଁ।
ସ୍ନାନମଣ୍ଡପ ତଳ ସମ୍ମୁଖ ଭାଗରେ ଥିବା ସ୍ଥାୟୀ ରାମ୍ପରେ ଭକ୍ତମାନେ ଦର୍ଶନ କରିବେ।
ଦକ୍ଷିଣପଟୁ ପ୍ରବେଶ କରି ଉତ୍ତରପଟେ ପ୍ରସ୍ଥାନ କରିବେ।
ସାହାଣମେଲା ଦର୍ଶନ ସମୟରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ସେବକ ସ୍ନାନବେଦି ଉପରେ ରହିବେ ନାହିଁ।
ଯାତ୍ରୀ ସହାୟକ କିମ୍ବା ଶ୍ରୀମନ୍ଦିର ପୁଲିସ ସେବକ ପରିବାରର ହୋଇଥିଲେ ମଧ୍ୟ କର୍ତ୍ତବ୍ୟରେ ଥାଇ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ।
ସ୍ନାନମଣ୍ଡପରେ ଠାକୁରଙ୍କ ରୁନ୍ଧା ବଢ଼ିବା ପରେ ଠାକୁରଙ୍କ ସମ୍ମୁଖ ଭାଗରେ ସେବକମାନେ ରହିବେ ନାହିଁ।
ଶ୍ରୀବିଗ୍ରହଙ୍କ ଶ୍ରୀଭୁଜ ଭିତରେ କିମ୍ବା କୌଣସି ଅଙ୍ଗରେ କେହି ଭରା ଦେଇ ଛିଡ଼ା ହେବେ ନାହିଁ।
ଭୁଜ ବାହାରେ ଦୁଇ ପାର୍ଶ୍ବରେ ଦଇତାପତି ସେବକମାନେ ରହିପାରିବେ।
ଭକ୍ତଙ୍କ ସ୍ବଚ୍ଛନ୍ଦ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳୀରେ ଏହି ନିର୍ଦ୍ଦେଶ ଦିଆଯାଇଛି।
ବ୍ୟବସ୍ଥାବଳୀରେ ବ୍ୟତିକ୍ରମ କଲେ, ପୂଜାବିଧିରେ ବିଘ୍ନ ଘଟାଇଲେ କିମ୍ବା ଅସମ୍ମାନ ସୂଚକ କାର୍ଯ୍ୟ କରିବା ଦୃଷ୍ଟିକୁ ଆସିଲେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନା ଗ୍ରହଣ କରାଯିବ।
ଶ୍ରୀଭୁଜରେ ଭରାଦେବା ମନାପୂଜାବିଧିରେ ବିଘ୍ନ ଘଟାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନଦର୍ଶନ କରିବେ, ସ୍ପର୍ଶ କରିପାରିବେ ନାହିଁ ସେବା ନଥିବା ସେବକ ସ୍ନାନ ମଣ୍ଡପକୁ ଉଠିବା ବାରଣ ଶ୍ରୀବିଗ୍ରହ ପହଣ୍ଡି ବିଜେ ବେଳେ ଦର୍ଶନାର୍ଥୀମାନେ ଶ୍ରୀବିଗ୍ରହଙ୍କୁ ଯେପରି ସ୍ପର୍ଶ ନ କରିବେ କିମ୍ବା ବାଧା ସୃଷ୍ଟି ନ କରିବେ ସେନେଇ ଗୁରୁତ୍ବ ଦିଆଯାଇଛି।
ଦଇତାପତି, ପ୍ରତିହାରୀ ଓ ପୁଲିସ ଏଥିପ୍ରତି ବିଶେଷ ଦୃଷ୍ଟି ଦେବେ।
ସ୍ନାନ ମଣ୍ଡପ ପ୍ରବେଶ ପଥ ପାହାଚର ଡାହାଣ ପାର୍ଶ୍ବରେ ଥିବା ପିଣ୍ଡି ଉପରେ କୌଣସି ବ୍ୟକ୍ତି ଛିଡ଼ା ହୋଇ ରହିବେ ନାହିଁ କି ନୃତ୍ୟ ପ୍ରଦର୍ଶନ କରିପାରିବେ ନାହିଁ।
ଜଳ ବିଜେ, ଜଳପୂଜା ଓ ଜଳଲାଗି ସମୟରେ କୌଣସି ସେବକ ଶ୍ରୀବିଗ୍ରହଙ୍କ ପ୍ରଭା ଉପରେ କିମ୍ବା ପ୍ରଭା ପାର୍ଶ୍ବ କାନ୍ଥରେ ବସି ପାରିବେ ନାହିଁ।
ଏହି ସମୟରେ ସେବା ନଥିବା ସେବକଙ୍କୁ ସ୍ନାନ ମଣ୍ଡପକୁ ଉଠିବା ବାରଣ କରାଯିବ।
ସ୍ନାନଜଳ ପୂଜା ବସିବା ସମୟରେ ଓ ଜଳଲାଗି ସମୟରେ ଗରାବଡ଼ୁ ସେବକଙ୍କ ବ୍ୟତୀତ ଅନ୍ୟ ସେବକମାନେ ଜଳଗଡ଼ୁ ସ୍ପର୍ଶ କରିବେ ନାହିଁ।
ନିର୍ଦ୍ଦେଶ ମତେ ଅନୁମୋଦିତ ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀବିଗ୍ରହଙ୍କ ମଙ୍ଗଳାର୍ପଣ, ଡୋରଲାଗି, ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ।
ସ୍ନାନପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ ସମୟରେ କେବଳ ନୀତି ସମ୍ପୃକ୍ତ ସେବକ, ଅଧିକୃତ ଅଧିକାରୀ ଭିତର କାଠ ପାଖରେ ଉପସ୍ଥିତ ରହିପାରିବେ।
ଜଗମୋହନ କିମ୍ବା ନାଟମଣ୍ଡପରେ କୌଣସି ମାନ୍ୟଗଣ୍ୟ ବ୍ୟକ୍ତି କିମ୍ବା ଦର୍ଶନାର୍ଥୀ ରହିପାରିବେ ନାହିଁ।
ପହଣ୍ଡିରେ ଭାଗ ନେଉଥିବା ଦକ୍ଷ ଓ ଦାୟିତ୍ବସମ୍ପନ୍ନ ଦଇତାପତି ସେବକଙ୍କୁ ଶୃଙ୍ଖଳିତ ପହଣ୍ଡି ପାଇଁ ଅଭିଜ୍ଞମାନେ ଦିଗ୍ଦର୍ଶନ ଦେବେ।
ଆନନ୍ଦ ବଜାର ଓ ସ୍ନାନମଣ୍ଡପର ଚତୁଃପାର୍ଶ୍ବରେ ସିସି କ୍ୟାମେରା ଲଗାଯାଇ ସ୍ନାନଯାତ୍ରାର ସମ୍ପୂର୍ଣ୍ଣ ଚିତ୍ର ଉତ୍ତୋଳନ କରାଯିବ।
ଦଇତାପତି ସେବକମାନେ ଟାହିଆଗୁଡ଼ିକର ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବେ।
ଶ୍ରୀବିଗ୍ରହ ସ୍ନାନବେଦିକୁ ସମ୍ପୂର୍ଣ୍ଣ ଉଠିବା ପରେ ଟାହିଆ ସମ୍ମାନର ସହ ଖୋଲାଯିବ।
ପହଣ୍ଡି ସମୟରେ କର୍ଡନ୍ ଭିତରେ ଦଇତାପତିଙ୍କ ସହ କେବଳ ଆବଶ୍ୟକ ସଂଖ୍ୟକ ପ୍ରାଧିକୃତ ପହଣ୍ଡି ବିଜେ ସମ୍ପୃକ୍ତ ସେବକ ରହିବେ।
ପହଣ୍ଡି ବେଳେ ବେଦପାଠୀମାନେ କର୍ଡନ୍ ବାହାରେ ଆଗେଆଗେ ଯିବେ।
ପ୍ରତି ଠାକୁରଙ୍କ ସମ୍ମୁଖରେ ୭ଜଣ ବେଦପାଠୀ ରହିବେ।
ଶୋଧ ପରେ ଜଳ ବିଜେ, ଜଳପୂଜା ଓ ଜଳଲାଗି ସମୟରେ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛ ମହାପାତ୍ର, ତଳୁଚ୍ଛ ମହାପାତ୍ର, ବଡ଼ପଣ୍ଡା, ମୁଦିରସ୍ତ, ସେଇଦିନର ସେବାପାଳିରେ ନିୟୋଜିତ ପୂଜାପଣ୍ଡା, ପୁଷ୍ପାଳକ, ପ୍ରତିହାରୀ, ଗରାବଡ଼ୁ, ସୁଆରବଡ଼ୁ, ପତ୍ରୀବଡ଼ୁ, ଖୁଣ୍ଟିଆ, ମେକାପ, ବାଡ଼ଗ୍ରାହୀଙ୍କ ସହ ଦଇତାପତି ସେବକମାନେ ସ୍ନାନମଣ୍ଡପ ଉପରେ ରହିବେ।
ଶ୍ରୀବିଗ୍ରହଙ୍କ ସମ୍ମୁଖ ଭାଗ ପାହାଚ ଉପରେ ସେଇଦିନର ପାଳିଆ ଛଡ଼ା ଅନ୍ୟ କେହି ରହିବେ ନାହିଁ।
ସହଯୋଗୀ ପାଳିଆମାନେ ପାହାଚ ତଳେ ରହିପାରିବେ।
ସାହାଣମେଲା ଦର୍ଶନ ସମୟରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ସେବକ ସ୍ନାନବେଦି ଉପରେ ରହିବେ ନାହିଁ। େଶାଧହେଲା ସୁନାକୂଅଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ଉତ୍ତରଦ୍ବାର ପାଖରେ ମା" ଶୀତଳା ଠାକୁରାଣୀଙ୍କ ସାମନା ପ୍ଲଟ୍ ନମ୍ବର ୩୫୫ ଓ ୨୮୪ରେ ଏହି ସୁନା କୂଅ ରହିଛି।
ଏହି କୂଅର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା" ଶୀତଳା।
ମା" ପାତାଳରୁ ଆବିର୍ଭୂତା ବୋଲି କୁହାଯାଏ।
ଏହି କୂଅ କେବଳ ସ୍ନାନଯାତ୍ରା ପାଇଁ ଉନ୍ମୁକ୍ତ ହୁଏ।
ବିଶ୍ବାସ ରହିଛି ଏହି କୂଅରେ ଭାରତର ସମସ୍ତ ତୀର୍ଥ ଜଳର ସମାଗମ ହୁଏ।
ସେଠାରୁ ମହାପ୍ରଭୁଙ୍କ ସ୍ନାନ ପାଇଁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ୩୫ କୁମ୍ଭ, ଶ୍ରୀବଳଭଦ୍ରଙ୍କ ପାଇଁ ୩୩ କୁମ୍ଭ, ଦେବୀ ସୁଭଦ୍ରାଙ୍କ ଲାଗି ୨୨ କୁମ୍ଭ ଓ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ନିମନ୍ତେ ୧୮ କୁମ୍ଭ ଜଳ ପୃଥକ୍ ଭାବେ ସଂଗ୍ରହ କରାଯାଇ ଚନ୍ଦନ, କର୍ପୂର, କେଶର ମିଶ୍ରିତ ହେବା ପରେ ଅଧିବାସିତ କରାଯାଏ।
ଦୟଣାମାଳି ସେବକ ନିଯୋଗ ସଭାପତି ଲକ୍ଷ୍ମୀଧର ରଣା ଓ ସମ୍ପାଦକ ଗଣେଶ ରଣାଙ୍କ ତତ୍ତ୍ବାବଧାନରେ ପ୍ରାୟ ୪୫ରୁ ଅଧିକ ଦୟଣାମାଳି ସେବକ ନିୟୋଜିତ ହୋଇ ପଙ୍କ ଉଝାଳିଥିଲେ।
ଲୋକେ ସେଇ କୂଅରେ ଟଙ୍କା ଓ ବେଳେବେଳେ ସୁନା ପକାଇ ନିଜର ମାନସିକ ରଖିଥାଆନ୍ତି।
ଯେବେ ଏହି କୂଅକୁ ଦୟଣାମାଳି ସେବକମାନେ ସଫା କରନ୍ତି କୂଅରୁ ପାଉଥିବା ଜିନିଷ ସେମାନେ ନିଜ ପାଖରେ ରଖନ୍ତି।
ଏପରିକି କୂଅରୁ ପଙ୍କ ଉଝାଳିବା ପାଇଁ ବ୍ୟବହୃତ ଦଉଡ଼ି, ବାଲ୍ଟି ଓ ରଥ ନିର୍ମାଣ ପାଇଁ ଆସିଥିବା ଏକ କାଠ ସେଠାରେ ବ୍ୟବହୃତ ହେବା ପରେ ଘରକୁ ନେଇଯିବାର ବିଧି ରହିଛି ବୋଲି ଦୟଣାମାଳି ସେବକ ଶିବଶଙ୍କର ରଣା କହିଛନ୍ତି।
Ratha yatra: ରଥଖଳା: ସରିଲା ଚକ-ଅଖ ଡେରା ଚାଲିଛି ଟାହିଆ ପ୍ରସ୍ତୁତିସ୍ନାନ ପୂର୍ଣ୍ଣିମା ପାଇଁ ଟାହିଆ ପ୍ରସ୍ତୁତି ପର୍ବ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି।
୧୯୯୬ ରୁ ଟାହିଆ ପ୍ରସ୍ତୁତ କରି ଆସୁଥିବା ବସନ୍ତ ରଣାଙ୍କ କହିବା ମୁତାବକ, ରାଘବ ଦାସ ମଠ ଆନୁକୂଲ୍ୟରେ ଏହି ସେବା ଚାଲୁରହିଛି।
ବାଉଁଶରୁ ପାତ କରାଯିବା ପରେ ବେତ, ପଟ୍ଟ, ସୂତା ଓ କଇଁଥ ଅଠା ସାହାଯ୍ୟରେ ଏହାକୁ ବନ୍ଧା ଯାଉଛି।
ଏହା ଉପରେ ସୋଲରେ ଚଉକ, ପାନପତ୍ରୀ, ତୀର, ପାଖୁଡ଼ା ଆଦି ପ୍ରସ୍ତୁତି କରାଯିବା ପରେ ଚିତ୍ରକର ରଙ୍ଗ ସ୍ପର୍ଶ ଦେବେ।
ଟାହିଆରେ ଆକର୍ଷଣ ସାଜୁଥିବା ରଙ୍ଗଣି ଫୁଲ ବ୍ରହ୍ମଗିରି ବଡ଼ତରାରୁ ରାଘବ ଦାସ ମଠ ପକ୍ଷରୁ ମଗାଯାଇସାରିଛି।
ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆରେ ୩୭ କାଠି, ବଳଭଦ୍ରଙ୍କ ଟାହିଆରେ ୩୧ କାଠି ବ୍ୟବହୃତ ହୁଏ।
ସୁଭଦ୍ରାଙ୍କ ପାଇଁ ତ୍ରିଭୁଜ ସଦୃଶ ଟାହିଆ ପ୍ରସ୍ତୁତ କରାଯାଏ।
ଏହାକୁ ପାନିଆ କୁହାଯାଏ।
ତେବେ ସୁଦର୍ଶନଙ୍କ ପାଇଁ କିଆ, ଦୁବ ଓ ଫୁଲରେ ପ୍ରସ୍ତୁତ ଚୂଳ ଚନ୍ଦ୍ରିକା ପ୍ରସ୍ତୁତ କରାଯାଏ।
ସାତ ପାହାଚକୁ ଓହ୍ଲାଇବା ପରେ ମହାପ୍ରଭୁଙ୍କ ମସ୍ତକରେ ଏହାକୁ ଲାଗି କରାଯାଏ।
ପଟି ଦିଅଁ ପ୍ରସ୍ତୁତସ୍ନାନ ପରେ ମହାପ୍ରଭୁ ଜ୍ବରରେ ପଡ଼ିବେ।
ଅଣସର ଘରେ ଅସୁସ୍ଥ ବିଗ୍ରହ ବିଜେ ପରେ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଇବେ।
ଏନେଇ ସ୍ବର୍ଗତ ନାରାୟଣ ମହାରଣାଙ୍କ ବାସେଳି ସାହିସ୍ଥିତ ପଣାପ୍ରିୟା ଗଳିରେ ଜଗନ୍ନାଥଙ୍କ ପଟି ଦିଅଁ "ଅନନ୍ତ ନାରାୟଣ"ଙ୍କ ପ୍ରସ୍ତୁତି ଚାଲିଛି।
୪ ଜଣ ସେବକ ନିୟୋଜିତ ହୋଇଛନ୍ତି।
୮ଫୁଟ ଲମ୍ବ ଓ ୬ ଫୁଟ ଓସାରର ପଟି ଦିଅଁ ପ୍ରସ୍ତୁତ ହେଉଛନ୍ତି।
ଅନନ୍ତ ନାରାୟଣଙ୍କ ଦ୍ବାରପାଳ ଭାବେ ସପ୍ତଋଷି ଓ ସୂର୍ଯ୍ୟ ଚନ୍ଦ୍ର ଶୋଭା ପାଇବେ।
ସେହିଭଳି ଚିତ୍ରକର ସାହିରେ ସ୍ବର୍ଗତ ହାତୀ ମହାରଣାଙ୍କ ଘରେ ନାତି ରବି ଶଙ୍କର ମହାରଣାଙ୍କ ତତ୍ତ୍ବାବଧାନରେ ବଳଭଦ୍ର ତଥା ଅନନ୍ତ ବାସୁଦେବ ଓ ମା" ସୁଭଦ୍ରାଙ୍କ ତଥା ଭୁବନେଶ୍ବରୀଙ୍କୁ ପଟ୍ଟରେ ରୂପ ଦେଉଛନ୍ତି ଚିତ୍ରକର ସେବକ।
ଅନନ୍ତ ବାସୁଦେବଙ୍କ ଦ୍ବାରପାଳ ଭାବେ ମହାଦେବ ଓ ନାରଦ ଏବଂ ଭୁବନେଶ୍ବରୀଙ୍କ ଦ୍ବାରପାଳ ଭାବେ ଜୟା, ବିଜୟା ଶୋଭା ପାଇବେ।
ସ୍ନାନ ପୂର୍ଣ୍ଣିମା ଦିନ ମନ୍ଦିରରେ ପହଞ୍ଚି ପ୍ରାଣ ପ୍ରତିଷ୍ଠା ପରେ ପଟି ଦିଅଁ ପୂଜା ପାଇବେ।"