Electricity Workers Life-Threatening Protest: ୧୩୩ କେଭି ଟାୱାର ଉପରେ ଚଢ଼ିଲେ ବିଦ୍ୟୁତ କର୍ମଚାରୀ, ରାଜଧାନୀରେ ହାଇଡ୍ରାମା
ଜୀବନକୁ ବାଜି ଲଗାଇ କିଏ ୧୩୩ କେଭି ଟାୱାର ଉପରେ ଚଢିଲା ତ କିଏ ୧୧୦ କେଭି ଉପରେ।
କିଏ ଟାୱାର ଅଧା ତ କିଏ ଚଢିଗଲା ପୁରା ଟପ୍ ଯାଏଁ।
ଛଟେଇ ପ୍ରତିବାଦରେ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଏଭଳି ବିପଦପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇଥିଲେ ବିଦ୍ୟୁତ କର୍ମଚାରୀ।
ରାଜଧାନୀର ସତ୍ୟ ବିହାର, ଆଚାର୍ଯ୍ୟ ବିହାର ଓ ୯ତାଲା ନିକଟରେ ଆଜି ଦେଖିବାକୁ ମିଳିଥିଲା ଛଟେଇ ବିଦ୍ୟୁତ କର୍ମଚାରୀଙ୍କ ବିପଦପୂର୍ଣ୍ଣ ପ୍ରତିବାଦ।
ପିପିଲି ନିକଟ ସିଫା ଛକ ଏବଂ ଖୋର୍ଦ୍ଧା ପିତାପଲ୍ଲୀରେ ବି ଟାୱାର ଉପରେ ଚଢି ପ୍ରତିବାଦ ଜଣାଇଥିଲେ କିଛି କର୍ମଚାରୀ।
ଟାଟା ପାୱାର ବିରୋଧରେ ଦେଇଥିଲେ ସ୍ଲୋଗାନ।
ଦାବି କରିଥିଲେ ହସ୍ତକ୍ଷେପ କରନ୍ତୁ ସରକାର।
Advertisment ଦିନ ୧୨ଟାରୁ ଅପରାହ୍ଣ ଯାଏଁ ଚାଲିଥିଲା ଏଭଳି ହାଇଡ୍ରାମା।
ମାଇକ ଦ୍ବାରା ବାରମ୍ବାର ଅନୁରୋଧ କରାଯାଉଥିଲା ତଳକୁ ଓହ୍ଲାଇ ଆସିବାକୁ, ସମସ୍ୟା କହିବାକୁ।
ପୋଲିସ ଓ ଅଗ୍ନିଶମ ବିଭାଗ ଯେତେ ବୁଝାଇଲେ ବି କେହି ବୁଝୁନଥିଲେ।
ଫଳରେ ସେମାନଙ୍କୁ ତଳକୁ ଆଣିବା ପାଲଟିଥିଲା ବଡ଼ ଚ୍ୟାଲେଞ୍ଜ।
ଅଘଟଣ ଆଶଙ୍କାରେ ବିଜୁଳି କଟାଯାଇଥିଲା, ଟାୱାର ତଳେ ବନ୍ଧା ଯାଇଥିଲା ନେଟ୍।
ଶେଷରେ ୪-୫ ଘଣ୍ଟା ପରେ ସମସ୍ତଙ୍କୁ ବୁଝାଇ ସୁଝାଇ ଟାୱାରରୁ ତଳକୁ ଆଣିଥିଲେ ଅଗ୍ନିଶମ ଟିମ୍।
୧୧ ଦଫା ଦାବି ନେଇ ୫୬ ଦିନ ହେବ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ବିଦ୍ୟୁତ୍ ଠିକା ମହାମଞ୍ଚର ସଦସ୍ୟ।
ପାଖାପାଖି ୧୦ ହଜାର ଛଟେଇ ବିଦ୍ୟୁତ କର୍ମଚାରୀ ସାମିଲ ହୋଇଛନ୍ତି ପ୍ରତିବାଦରେ।
୨୬ ଦିନ ହେଲା ଆମରଣ ଅନଶନ କରୁଛନ୍ତି।
୩ଟି ପ୍ରମୁଖ ଦାବି, ବେଆଇନ୍ ଛଟେଇ ବନ୍ଦ କରାଯାଉ, ମିଟର ରିଡର ଓ ବିଦ୍ୟୁତ୍ ବିଲ୍ କଲେକ୍ଟରଙ୍କୁ ଦରମା ପ୍ରଦାନ ଓ ସ୍ଥାୟୀ ନିଯୁକ୍ତି ଦିଆଯାଉ।
ଏତେଦିନ ଧରି ଆନ୍ଦୋଳନ କରିବା ପରେ କେହି ନଶୁଣିବାରୁ ଆଜି ଟାୱାରରେ ଚଢି ପ୍ରତିବାଦ କରିବାକୁ ନେଇଥିଲେ ନିଷ୍ପତ୍ତି।
ସେପଟେ ଛଟେଇ ବିଦ୍ୟୁତ୍ କର୍ମଚାରୀଙ୍କ ଏଭଳି ବିପଦପୂର୍ଣ୍ଣ ପ୍ରତିବାଦ ଉପରେ ଟାଟା ପାୱାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Advertisment ହକ୍ ପାଇଁ ପ୍ରତିବାଦ କରିବା ସମସ୍ତଙ୍କ ମୌଳିକ ଅଧିକାର।
ହେଲେ ଏଭଳି ବିପଦପୂର୍ଣ୍ଣ ଭାବେ ପ୍ରତିବାଦ କରିବା ଅନୁଚିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
