Editorial: ଅପହଞ୍ଚ ପଦ୍ମ

Nov 26, 2026 - 02:59
Editorial: ଅପହଞ୍ଚ ପଦ୍ମ

ଯେହେତୁ ଅତୀତରେ ଆଜିର ବିକଶିତ ଦେଶମାନେ କରିଥିବା ନିର୍ଗମନ ଯୋଗୁଁ ଜଳବାୟୁରେ ଏଭଳି କ୍ଷତିକାରକ ପରିବର୍ତ୍ତନ ଘଟିଛି, ସେମାନେ ହିଁ ବର୍ତ୍ତମାନ ଏହାର ମୁକାବିଲା ପାଇଁ ବିକାଶଶୀଳ ଦେଶମାନେ ଆବଶ୍ୟକ କରୁଥିବା ସମ୍ବଳ ଯୋଗାଇବା ନ୍ୟାୟସଂଗତ ବୋଲି ବିଚାର କରାଯାଇଥାଏ।

ଆଣ୍ଟାଲ୍ୟାଠାରେ କିନ୍ତୁ ଏ ସଂପର୍କିତ ବିବାଦର କୌଣସି ସମାଧାନର ସୂତ୍ର ବାହାରି ପାରିନାହିଁ।

ଏହାର ଅର୍ଥ 'କପ୍୩୧'ର ବିଫଳତା ଦର୍ଶାଇଥାଏ ଯେ ଜଳବାୟୁ ସୁରକ୍ଷାର ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାରେ ଲାଗିଛି।

ଯଦି ଏଇ ଧାରା ଅବ୍ୟାହତ ରହେ, ତେବେ ଆମେ ପଦ୍ମ ପାଖରେ ପହଞ୍ଚିବା ବେଳକୁ ସାରା ପୃଥିବୀ ଯେ ପ୍ରଳୟରେ ବିଲୀନ ହୋଇ ଯାଇ ନ ଥିବ, କିଏ କହିବ?

Advertisment ସାଂପ୍ରତିକ ପୃଥିବୀ ବିଭିନ୍ନ ଗୁରୁତର ମନୁଷ୍ୟକୃତ ସମସ୍ୟାମାନଙ୍କର ସମ୍ମୁଖୀନ ହୋଇ ଚାଲିଥିବା ବେଳେ ସେଇ ତାଲିକାରେ ଏବେ ଆଉ ଯେଉଁ ଏକ ଚିନ୍ତାଜନକ ସମସ୍ୟା ଯୋଗ ଦେଇଛି, ତାହା ହେଉଛି ୨୨ ନଭେମ୍ବରରେ ତୁର୍କୀର ଆଣ୍ଟାଲ୍ୟାଠାରେ ବିଫଳତାରେ ସମାପ୍ତ ହୋଇଥିବା ଜାତିସଂଘର ଜଳବାୟୁ ସମ୍ମିଳନୀ- 'କପ୍୩୧'।

ନିର୍ଦ୍ଧାରିତ ସମୟସୀମାକୁ ଅତିକ୍ରମ କରି ଦୁଇ ସପ୍ତାହରୁ ଅଧିକ କାଳ ଧରି କଥାବାର୍ତ୍ତା ଓ ଟଣାଓଟରା ଚାଲିବା ପରେ ଏଇ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ପ୍ରାୟ ୨୦୦ ଦେଶ ଏକ ସର୍ବସମ୍ମତ ଘୋଷଣାନାମା ପ୍ରସ୍ତୁତ କରିବା ପାଇଁ ସହମତ ହୋଇପାରି ନ ଥିଲେ।

ଯେଉଁ ସୁପରିଚିତ ବିବଦମାନ ପ୍ରସଙ୍ଗ ଏଇ ଅସହମତିର କାରଣ ହୋଇ ଉଭା ହୋଇଥିଲା, ତାହା ହେଲା: ପେଟ୍ରୋଲ, ଡିଜେଲ, କୋଇଲା ଆଦି ଭଳି ଜୀବାଶ୍ମ ଇନ୍ଧନର ବ୍ୟବହାର ସଂପୂର୍ଣ୍ଣ ରୂପେ ବର୍ଜନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯିବ ନା ପୃଥିବୀର ଦେଶମାନେ ଏ ପର୍ଯ୍ୟନ୍ତ କରିଚାଲିଥିବା ଭଳି କେବଳ ସ୍ବଚ୍ଛ ଶକ୍ତିର ଗୁଣଗାନ କରିବା ସଙ୍ଗେ ସଙ୍ଗେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜୀବାଶ୍ମ ଇନ୍ଧନ ବ୍ୟବହାର କରିଚାଲିଥିବେ?

ସମ୍ମିଳନୀର ଅନ୍ତିମ ଚିଠା ଘୋଷଣାନାମାରେ ଜୀବାଶ୍ମ ଇନ୍ଧନ ବ୍ୟବହାରର ଅନ୍ତ ଘଟିବା ସମ୍ବନ୍ଧରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରାଯାଇଛି।

ଏଇ କାରଣରୁ ଇଉରୋପିଆନ ୟୁନିଅନ, ବ୍ରିଟେନ, ପାନାମା ସମେତ ଅନ୍ୟ ଅନେକ ଦେଶ ଏଇ ଅନ୍ତିମ ଚିଠାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସାଉଦିଆରବ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶମାନେ ତୈଳ ଉତ୍ପାଦନ-ବିରୋଧୀ ପ୍ରସ୍ତାବମାନଙ୍କୁ ତୀବ୍ର ବିରୋଧ କରିଥିଲେ।

ଏହି ଅବସରରେ ବିକାଶଶୀଳ ଦେଶମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନ ସହିତ ଖାପ ଖାଇବା ପାଇଁ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବା ଲାଗି ବିକଶିତ ଦେଶମାନଙ୍କଠାରୁ ଅଧିକ ନିର୍ଭରଯୋଗ୍ୟ ବିତ୍ତୀୟ ସହାୟତା ଦାବି କରିଥିଲେ।

ଏପରିକି ବହୁ ପ୍ରଚାରିତ ୧.୫ଂ ସେଲସିଅସ ତାପନ ସୀମାରେଖାକୁ ନେଇ ମଧ୍ୟ ସେଠାରେ ବିବାଦ ସୃଷ୍ଟି ହେବା ଦେଖାଯାଇଥିଲା।

ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା- ଏଇ ସମ୍ମିଳନୀରେ ଜଳବାୟୁ ରାଜନୀତିର କେନ୍ଦ୍ରସ୍ଥଳରେ ଥିବା ତିନିଟି ମୌଳିକ ପ୍ରଶ୍ନ ସେଇଭଳି ପ୍ରଶ୍ନ ହୋଇ ରହିଯାଇଥିଲେ।

ଏଇ ପ୍ରଶ୍ନଗୁଡ଼ିକ ହେଲେ: ବିଶ୍ବ ଜଳବାୟୁକୁ ରକ୍ଷା କରାଯିବା ପାଇଁ କ'ଣ କରାଯିବ?; ତାହା କରିବ କିଏ?; ଏବଂ ତାହାର ବ୍ୟୟ ଭାର କିଏ ବହନ କରିବ?

ସମ୍ମିଳନୀର ଏଇ ବିଫଳତାର ଯେଉଁ ଦିଗଟି ସର୍ବାଧିକ କ୍ଷତିକାରକ ମନେହୁଏ, ତାହା ହେଲା- ଜୀବାଶ୍ମ ଇନ୍ଧନ ଉପରେ ପୃଥିବୀର ନିର୍ଭରଶୀଳତା ସମ୍ବନ୍ଧରେ ଏକ ରାଜନୈତିକ ବକ୍ତବ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସଦସ୍ୟମାନଙ୍କର ଅସାମର୍ଥ୍ୟ।

ମନୁଷ୍ୟ ଦ୍ବାରା ଯେଉଁ ଜଳବାୟୁ ପରିବର୍ତ୍ତନ ଘଟିବାରେ ଲାଗିଛି, ତାହା ପଛରେ ଯାହା ମୁଖ୍ୟତଃ ନିହିତ ଅଛି, ତାହା ହେଲା ମନୁଷ୍ୟ ଦ୍ବାରା କୋଇଲା, ତୈଳ ଓ ପ୍ରାକୃତିକ ବାଷ୍ପର ବ୍ୟବହାର।

ଏଥିରୁ ସୃଷ୍ଟ 'ଗ୍ରିନ୍ ହାଉସ ଗ୍ୟା‌ସ'ର ତୁରନ୍ତ ହ୍ରାସ ସାଧନ ବିନା ଜଳବାୟୁ ପରିବର୍ତ୍ତନ ଓ ବିଶ୍ବତାପନକୁ ଯେ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ, ଏହା ବିଜ୍ଞାନସିଦ୍ଧ ଏବଂ ଏ ନେଇ ଆଉ କୌଣସି ବିତର୍କର ଅବକାଶ ନାହିଁ।

କିନ୍ତୁ ନିଜ ନିଜର ଅର୍ଥନୈତିକ ସ୍ବାର୍ଥ ରକ୍ଷା କରିବା ପାଇଁ ‌ବିଭିନ୍ନ ଦେଶ ଏଇ ସତ୍ୟକୁ ଗ୍ରହଣ କରି ଏହାକୁ ନିୟନ୍ତ୍ରଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ନିମିତ୍ତ କୁଣ୍ଠା ପ୍ରଦର୍ଶନ କରିବାରେ ଲାଗିଛନ୍ତି।

ଏହା ଦୁର୍ଭାଗ୍ୟଜନକ, କାରଣ, ୨୦୨୩ରେ ଦୁବାଇରେ ଅନୁଷ୍ଠିତ 'କପ୍୨୮'ରେ ଗୃହୀତ ଏକ ଦିଗ୍‌ଦର୍ଶନକାରୀ ରାଜିନାମାରେ ସମସ୍ତ ଶକ୍ତି ବ୍ୟବହାର କ୍ଷେତ୍ରରେ ଜୀବାଶ୍ମ ଇନ୍ଧନର ବ୍ୟବହାରର ଅନ୍ତ ଘଟାଇବା ପାଇଁ ଆହ୍ବାନ ଦିଆଯାଇଥିଲା।

ଆଶା କରାଯାଉଥିଲା ସେଇ ପଥ ଅନୁସରଣ କରିବା ପାଇଁ 'କପ୍୩୧'ରେ ଏକ ବାସ୍ତବ ନକ୍‌ସା ପ୍ରସ୍ତୁତ କରାଯିବ।

କିନ୍ତୁ ଅବିଶ୍ବାସ୍ୟ ଭାବରେ ଉପରୋକ୍ତ ଅନ୍ତିମ ଚିଠାରେ ଏ ସଂପର୍କରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରାଯାଇଛି।

ତେବେ ଏହି ନିରବତା ଏକ ସଂପୂର୍ଣ୍ଣ ବାସ୍ତବତାର ପ୍ରତିନିଧିତ୍ବ କରି ନ ଥାଏ।

କାରଣ ଏଥିସତ୍ତ୍ବେ ଭାରତ ଭଳି ଅନେକ ଦେଶ କ୍ରମେ ଅଧିକରୁ ଅଧିକ ସ୍ବଚ୍ଛ ଶକ୍ତିର ବ୍ୟବହାର କରି ଜୀବାଶ୍ମ ଇନ୍ଧନ ବ୍ୟବହାରଠାରୁ ଦୂରେଇ ଯିବା ପାଇଁ ରୀତିମତ ଉଦ୍ୟମ ଚଳାଇବାରେ ଲାଗିଛନ୍ତି।

କିନ୍ତୁ 'କପ୍୩୧'ରେ ପରିଦୃଷ୍ଟ ହୋଇଥିବା ଏଥିପ୍ରତି ଏକ ସାମୂହିକ ପ୍ରତିବଦ୍ଧତାର ଅନୁପସ୍ଥିତି ଏଇ ପରିବର୍ତ୍ତନକୁ ଦ୍ରୁତତର କରିବା ପାଇଁ ଲୋଡ଼ା ହେଉଥିବା ସେମାନଙ୍କ ଉପରେ ନିରନ୍ତର ଆନ୍ତର୍ଜାତିକ ଚାପରେ ହ୍ରାସ ଘଟାଇବ।

'କପ୍୩୧'ରେ ଯେଉଁ ଦେଶମାନେ ଏଥିପ୍ରତି ଅସହଯୋଗ ପ୍ରଦର୍ଶନ କରିଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ବିଶ୍ବାସ କରନ୍ତି ଯେ ଅର୍ଥନୈତିକ ବିକାଶ ହାସଲ କରିବା ପାଇଁ ଜୀବାଶ୍ମ ଇନ୍ଧନର ବ୍ୟବହାର ଅପରିହାର୍ଯ୍ୟ ହୋଇଥାଏ।

ଏହା ଘୋର ଦୂରଦୃଷ୍ଟି ଅଭାବର ପରିଚାୟକ ହୋଇଥାଏ।

କାରଣ, ସେମାନଙ୍କର ଏତାଦୃଶ ଆଚରଣ ଯୋଗୁଁ ସୃଷ୍ଟ ଜଳବାୟୁ ପରିବର୍ତ୍ତନଜନିତ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଅର୍ଥନୈତିକ ଭିତ୍ତିଭୂମିମାନ ଧ୍ବଂସ ପାଇ ଯାଇପାରେ; କୃଷିର ବିନାଶ ଘଟିପାରେ, ଜନବସତି ବିସ୍ଥାପିତ ହୋଇପାରେ ଏବଂ ହାସଲ ହୋଇଥିବା ବିକାଶକୁ କେତେ ଦଶନ୍ଧି ପଛକୁ ଠେଲି ଦେଇପାରେ।

ତେଣୁ ଏଠାରେ ଯାହା ହେଉଛି ପ୍ରକୃତ ଆହ୍ବାନ, ତାହା ହେଲା ସ୍ବଚ୍ଛ ଶକ୍ତିକୁ ସୁଲଭ କରିବା ସହିତ ତାହାକୁ ନିର୍ଭରଯୋଗ୍ୟ କରିବା ସଙ୍ଗେ ସଙ୍ଗେ ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳ ଓ ଲୋକମାନଙ୍କ ପାଇଁ ବିକଳ୍ପ ଥଇଥାନର ବନ୍ଦୋବସ୍ତ କରିବା।

ବାକୁଠାରେ ଅନୁଷ୍ଠିତ 'କପ୍୨୯'ରେ ୨୦୩୫ ସୁଦ୍ଧା ବିକାଶଶୀଳ ଦେଶମାନଙ୍କ ପାଇଁ ବାର୍ଷିକ ଅନ୍ୟୂନ ୩୦୦ ବିଲିଅନ ଡଲାର ସମ୍ବଳ ଯୋଗାଇବା ନିମିତ୍ତ ବିକଶିତ ଦେଶମାନେ ସହମତି ପ୍ରକାଶ କରିଥିଲେ, ଯାହା କ୍ରମେ ୧.୩ ଟ୍ରିଲିଅନ ଡଲାରକୁ ବୃଦ୍ଧି ପାଇବ ବୋଲି କୁହାଯାଇଥିଲା।

ବିକାଶଶୀଳ ଦେଶମାନେ କିନ୍ତୁ ଏହା ଯଥେଷ୍ଟ ନୁହେଁ ବୋଲି କହି ନିଜର ଅସନ୍ତୋଷ ପ୍ରକଟ କରିଥିଲେ।

ସେମାନେ ଯୁକ୍ତି କରିଥିଲେ ଯେ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ପ୍ରଶମନ ପାଇଁ ଏବଂ ଜଳବାୟୁ-ଅନୁକୂଳ ପ୍ରବିଧି ଅବଲମ୍ବନ କରିବା ପାଇଁ ଏହାଠାରୁ ବହୁ ଅଧିକ ସମ୍ବଳ ଆବଶ୍ୟକ ହେବ।

ଯେହେତୁ ଅତୀତରେ ଆଜିର ବିକଶିତ ଦେଶମାନେ କରିଥିବା ନିର୍ଗମନ ଯୋଗୁଁ ଜଳବାୟୁରେ ଏଭଳି କ୍ଷତିକାରକ ପରିବର୍ତ୍ତନ ଘଟିଛି, ସେମାନେ ହିଁ ବର୍ତ୍ତମାନ ଏହାର ମୁକାବିଲା ପାଇଁ ବିକାଶଶୀଳ ଦେଶମାନେ ଆବଶ୍ୟକ କରୁଥିବା ସମ୍ବଳ ଯୋଗାଇବା ନ୍ୟାୟସଂଗତ ବୋଲି ବିଚାର କରାଯାଇଥାଏ।

ଆଣ୍ଟାଲ୍ୟାଠାରେ କିନ୍ତୁ ଏ ସଂପର୍କିତ ବିବାଦର କୌଣସି ସମାଧାନର ସୂତ୍ର ବାହାରି ପାରିନାହିଁ।

ଏହାର ଅର୍ଥ 'କପ୍୩୧'ର ବିଫଳତା ଦର୍ଶାଇଥାଏ ଯେ ଜଳବାୟୁ ସୁରକ୍ଷାର ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାରେ ଲାଗିଛି।

ଯଦି ଏଇ ଧାରା ଅବ୍ୟାହତ ରହେ, ତେବେ ଆମେ ପଦ୍ମ ପାଖରେ ପହଞ୍ଚିବା ବେଳକୁ ସାରା ପୃଥିବୀ ଯେ ପ୍ରଳୟରେ ବିଲୀନ ହୋଇ ଯାଇ ନ ଥିବ, କିଏ କହିବ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)