Enterprises: ସରକାରୀ ଉଦ୍ୟୋଗ ବିଭାଗ-ଏକ୍ସଆଇଏମ୍ବି-ଓସିଏଫ୍ ମଧ୍ୟରେ ଏମ୍ଓୟୁ
ଭୁବନେଶ୍ବର: ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର ପରିଚାଳନାଗତ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ତଥା ପ୍ରଶିକ୍ଷଣ ପାଇଁ ସରକାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ଏକ୍ସଆଇଏମ୍ବି ଓ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ (ଓସିଏଫ୍) ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି।
ସରକାରୀ ଉଦ୍ୟୋଗ ବିଭାଗ ଓ ମହାଲେଖାକାରଙ୍କ କାର୍ଯ୍ୟାଳୟ (ଅଡିଟ୍-୨)ର ମିଳିତ ସହଯୋଗ ରେ ଆୟୋଜିତ ଅଡିଟ୍ ସପ୍ତାହ ୨୦୨୬ ପାଳନ ଅବସରରେ ଏହି ବୁଝାମଣା ହୋଇଥିଲା।
କାର୍ଯ୍ୟକ୍ରମରେ ପ୍ରଭାବଶାଳୀ ବୋର୍ଡ ଓ ପରିଚାଳନା ଭୂମିକା, ରଣନୀତି, ସୁଦୃଢ଼ ଆଭ୍ୟନ୍ତରୀଣ ବ୍ୟବସ୍ଥା, କାର୍ଯ୍ୟଦକ୍ଷତା, ବିଚକ୍ଷଣ ଆର୍ଥିକ ପରିଚାଳନା ଓ ନିୟାମକ ଅନୁପାଳନ, ସଂସ୍ଥାଗତ ସମୀକ୍ଷା ଓ ଅଡିଟ୍ ପର୍ଯ୍ୟବେକ୍ଷଣର ସମୟୋଚିତ ପଦକ୍ଷେପ ଆଦି ଉପରେ ଆଲୋକପାତ କରାଯାଇଥିଲା।
Advertisment ଆହୁରି ପଢନ୍ତୁ : Arjun Singh: 'ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶ ଦଖଲ କରିବୁ' ସରକାରୀ ଉଦ୍ୟୋଗ ବିଭାଗର କମିସନର ତଥା ସଚିବ ମହମ୍ମଦ ସାକିଦ ଆଲମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଅନ୍ୟତମ ଅତିଥି ଭାବେ ଅର୍ଥ ବିଭାଗ ର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର, ପୂର୍ବାଞ୍ଚଳ ଡିଜି କେ ପି ଆନନ୍ଦ, ଓପିଏଚ୍ ଆଣ୍ଡ୍ ଡବ୍ଲ୍ୟୁସିର ସିଏମ୍ଡି ସୌମେନ୍ଦ୍ର ପ୍ରିୟଦର୍ଶୀ, ପ୍ରଧାନ ମହାଲେଖାକାର ସୁବୁ ଆର୍ ଓ ମହାଲେଖାକାର ଅତୁଲ ପ୍ରକାଶ ଯୋଗଦେଇଥିଲେ।
ମହାଲେଖାକାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସାର୍ବଜନୀନ ଅଡିଟ୍ ଉପସ୍ଥାପନ କରାଯାଇଥିଲା।
କାର୍ଯ୍ୟକ୍ରମରେ ୩ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଏଥି ସହିତ ବକେୟା ବାର୍ଷିକ ହିସାବ ଶେଷ କରି ଅଡିଟ୍ ନିୟାମକ ପୂରଣ ଓ ଠିକ୍ ସମୟରେ ହିସାବ ଶେଷ କରି ବାର୍ଷିକ ସାଧାରଣ ବୈଠକ ଆୟୋଜନ କରିଥିବା ସଂସ୍ଥାଗୁଡ଼ିକୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
