Bhutan: ଏମିତି ଏକ ଦେଶ, ଯେଉଁଠି ନାହିଁ ଗୋଟିଏ ବି ‘ଟ୍ରାଫିକ୍ ଲାଇଟ୍’
ନୂଆଦିଲ୍ଲୀ: ଆଜିର ଆଧୁନିକ ଯୁଗରେ ସହରଗୁଡ଼ିକରେ ବଢ଼ୁଥିବା ଯାନବାହନ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ପୋଷ୍ଟରେ ଲାଲ୍, ହଳଦିଆ ଓ ସବୁଜ ରଙ୍ଗର ଟ୍ରାଫିକ୍ ସିଗ୍ନାଲ୍ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି।
କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଆମର ଏକ ପଡ଼ୋଶୀ ଦେଶରେ ଗୋଟିଏ ବି ଟ୍ରାଫିକ୍ ଲାଇଟ୍ ନାହିଁ!
ତଥାପି ସେଠାକାର ରାସ୍ତାରେ କୌଣସି ଜାମ୍ ଦେଖିବାକୁ ମିଳେ ନାହିଁ।
ତେବେ କେଉଁ ଦେଶ ଏହା ଏବଂ ବିନା ସିଗ୍ନାଲ୍ରେ ସେଠାରେ ଟ୍ରାଫିକ୍ ବ୍ୟବସ୍ଥା କିପରି ଚାଲେ, ଆସନ୍ତୁ ଜାଣିବା।
Advertisment ଆମେ ଯେଉଁ ଦେଶ କଥା କହୁଛୁ, ତାହା ହେଲା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ଜୀବନଶୈଳୀ ପାଇଁ ବିଶ୍ୱବିଖ୍ୟାତ 'ଭୁଟାନ' ।
ଏହି ପର୍ବତାଞ୍ଚଳ ଦେଶରେ ଟ୍ରାଫିକ୍ ସିଗ୍ନାଲ୍ ନଥାଇ ମଧ୍ୟ ସଡ଼କ ପରିଚାଳନା ଅତ୍ୟନ୍ତ ଶୃଙ୍ଖଳିତ ରହିଛି।
ଆହୁରି ପଢନ୍ତୁ: Austria Working Holiday Visa: ୟୁରୋପ ବୁଲିବା ସହ ଚାକିରି କରିବାର ସୁଯୋଗ, ଭାରତୀୟଙ୍କ ପାଇଁ ଅଷ୍ଟ୍ରିଆର ୱାର୍କିଂ ହଲିଡେ ଭିସା; କେମିତି କରିବେ ଆବେଦନ?
କିପରି ନିୟନ୍ତ୍ରିତ ହୁଏ ଯାତାୟାତ?
୧.
ପ୍ରଶିକ୍ଷିତ ଟ୍ରାଫିକ୍ ପୋଲିସ: ଏହି ବ୍ୟବସ୍ଥାର ମୂଳ ଆଧାର ହେଉଛି ଭୁଟାନର ଅତି ଦକ୍ଷ ଓ ପ୍ରଶିକ୍ଷିତ ଟ୍ରାଫିକ୍ ପୋଲିସ।
ଛକଗୁଡ଼ିକରେ ଠିଆ ହୋଇ ସେମାନେ ହାତର ସୂକ୍ଷ୍ମ ଇଙ୍ଗିତ ଦ୍ୱାରା ଯାନବାହନଗୁଡ଼ିକୁ ସୁରକ୍ଷିତ ଭାବେ ବାଟ କଢ଼ାଇଥାନ୍ତି।
୨.
ନାଗରିକଙ୍କ ଶୃଙ୍ଖଳା ଓ ସଂଯମ: ସେଠାକାର ସ୍ଥାନୀୟ ଚାଳକ ଏବଂ ପଦଚାରୀମାନେ ନିୟମ ପ୍ରତି ଅତ୍ୟନ୍ତ ସମ୍ମାନଜନକ ଓ ସଂଯମ ରକ୍ଷା କରିଥାନ୍ତି, ଯାହାଫଳରେ ରାସ୍ତାରେ କୌଣସି ଅଶାନ୍ତି ସୃଷ୍ଟି ହୁଏ ନାହିଁ।
ଭୁଟାନର ଇତିହାସରେ ଏକ ସମୟରେ ରାଜଧାନୀ ଥିମ୍ଫୁରେ ପ୍ରଥମଥର ପାଇଁ ଟ୍ରାଫିକ୍ ଲାଇଟ୍ ଲଗାଯାଇଥିଲା।
କିନ୍ତୁ ଏହି ପ୍ରୟୋଗ ସେଠାକାର ଲୋକଙ୍କୁ ପସନ୍ଦ ଆସିଲାନି।
ନାଗରିକମାନଙ୍କ ମତ ଥିଲା ଯେ, ଯାନ୍ତ୍ରିକ ସଙ୍କେତ ଆସିବା ଦ୍ୱାରା ରାସ୍ତାରେ ମାନବୀୟ ସମ୍ପର୍କ ଏବଂ ପାରସ୍ପରିକ ବୁଝାମଣା କମିଯାଏ।
ଏହାଛଡ଼ା, ଚମକୁଥିବା ବତିଗୁଡ଼ିକ ସହରର ଶାନ୍ତ ଓ ପ୍ରାକୃତିକ ପରିବେଶ ସହ ଖାପ୍ ଖାଉ ନଥିଲା।
ଏହି କାରଣରୁ ସେହି ସିଗ୍ନାଲକୁ ହଟାଇ ଦିଆଗଲା ଏବଂ ପରବର୍ତ୍ତୀ ସମୟରେ ଆଉ କେବେବି ଟ୍ରାଫିକ୍ ଲାଇଟ୍ ଲଗାଇବା ଆବଶ୍ୟକ ମନେ କରାଗଲା ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
