Earthquake: ବେଙ୍ଗାଲୁରୁରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୩

Oct 23, 2026 - 13:49
Earthquake: ବେଙ୍ଗାଲୁରୁରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୩

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।

ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୦ ରେକର୍ଡ କରାଯାଇଛି।

ନ୍ୟାସନାଲ୍ ସେଣ୍ଟର୍ ଫୋର୍ ସିସମୋଲୋଜି ଏବଂ କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଅନୁଯାୟୀ, ସକାଳ ୯ଟା ୧ ମିନିଟରେ ଏହି ଭୂମିକମ୍ପ ସଂଘଟିତ ହୋଇଥିଲା।

Advertisment ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବେଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲାର ଦୋଡ୍ଡାବଲ୍ଲାପୁର ତାଲୁକ ଅନ୍ତର୍ଗତ ଟୁବାଗେରେ ଗ୍ରାମ ପଞ୍ଚାୟତର ତିମ୍ମୋଜାନାହଲ୍ଲୀ ଗାଁର ଉତ୍ତର ଦିଗରେ ରହିଥିଲା।

କେନ୍ଦ୍ରସ୍ଥଳରୁ ପ୍ରାୟ ୨୦ ରୁ ୩୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିବା କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସୂଚନା ଦେଇଛି।

ତୀବ୍ରତା ଅତ୍ୟନ୍ତ କମ୍ ତେବେ ଭୂମିକମ୍ପର ତୀବ୍ରତା ଅତ୍ୟନ୍ତ କମ୍ ଥିବାରୁ ଏହାଦ୍ୱାରା କୌଣସି ଜନଧନ କ୍ଷୟକ୍ଷତି କିମ୍ବା ଘରଦ୍ୱାର ଭାଙ୍ଗିବାର ସୂଚନା ନାହିଁ।

ଏହି ଅଞ୍ଚଳ ଭୂକମ୍ପୀୟ ମାନଚିତ୍ରର ''ଜୋନ୍-୨'' ଅନ୍ତର୍ଗତ ଆସୁଥିବାରୁ ଏହା ସାଧାରଣତଃ ନିରାପଦ।

ଭୂମିକମ୍ପର ମାତ୍ରା କମ୍ ଥିବାରୁ ଜନସାଧାରଣ ଆତଙ୍କିତ ନହେବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

SEM Court: ଏସ୍‌ଇଏମ୍‌ କୋର୍ଟରେ ଆଜି ହାଜର ହେବେ ସୌରଭ ଦାସ ଓ ଆଶୁତୋଷ ରାଙ୍କା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)