Brown Sugar : କୁଆଖିଆରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ; ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

Oct 23, 2026 - 14:20
Brown Sugar : କୁଆଖିଆରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ; ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

ନଠୁଆବର: ଯାଜପୁର ପୁଲିସର ନିଶାମୁକ୍ତ ଅଭିଯାନରେ ବଡ଼ ସଫଳତା ।

କୁଆଖିଆ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଚଢାଉ କରି ମୁଲାପାଳ ଛକରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି।

ଜବତ ବ୍ରାଉନସୁଗାରର ଆନୁମାନିକ କଳାବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ।

ଯାଜପୁର ଏସପି ଯଶପ୍ରତାପ ଶ୍ରୀମାଲଙ୍କ ନିର୍ଦ୍ଦେଶରେ ବୁଧବାର ଅପରାହ୍ନ ୧.୪୫ରେ ଏହି ଚଢାଉ ହୋଇଥିଲା।

ଏ ନେଇ କୁଆଖିଆ ଥାନା କେସ ନଂ ୪୩୭/୨୬ରେ ଏନଡିପିଏସ ଆକ୍ଟ ୨୧(ବି) ଓ ୨୯(୧) ଧାରାରେ ମାମଲା ରୁଜୁ ହୋଇଛି।

Advertisment ଗିରଫ ଅଭିଯୁକ୍ତମାନେ ହେଲେ ରାଜେନ୍ଦ୍ରପୁର ଗଙ୍ଗାଧରପୁରର ନିଶିକାନ୍ତ ମଲ୍ଲିକ (୪୬), ପିତା- ସ୍ୱର୍ଗତ ହରିହର ମଲ୍ଲିକ ଏବଂ କରଜଙ୍ଗାର ସତ୍ୟରଞ୍ଜନ ସାହୁ (୩୫), ପିତା- ବାସୁଦେବ ସାହୁ।

ପୁଲିସ ସେମାନଙ୍କ ନିକଟରୁ ୨୦୦ ଗ୍ରାମ ବ୍ରାଉନସୁଗାର, ୩ଟି ମୋବାଇଲ ଫୋନ, ୪୭୦୦ ଟଙ୍କା ନଗଦ, ୫ଟି ବ୍ୟାଙ୍କ ପାସବୁକ୍ ଓ ୫ଟି ଏଟିଏମ କାର୍ଡ ଜବତ କରିଛି।

ଏଥି ସହ ୫ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି।

ସତ୍ୟରଞ୍ଜନ ନିଶା କାରବାରର ଆର୍ଥିକ ନେଣଦେଣ ସମ୍ଭାଳୁଥିବା ସନ୍ଦେହ କରାଯାଉଛି।

ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ପୁଲିସ ଯାଞ୍ଚରୁ ଜଣାପଡିଛି ନିଶିକାନ୍ତ ନାମରେ ପୂର୍ବରୁ କୁଆଖିଆ ଥାନାରେ ୨ଟି ଏନଡିପିଏସ ମାମଲା (୨୫୪/୨୬ ଓ ୨୮୯/୨୬) ରହିଛି, ଯେଉଁଥିରେ କୋର୍ଟରୁ ଏନବିଡବ୍ଲୁ ଜାରି ହୋଇଥିଲା।

ଏହି ଅଭିଯାନରେ ଅଭିଯୋଗକାରୀ ଏସଆଇ ସୂର୍ଯ୍ୟନାରାୟଣ ସାହୁ ଓ ତଦନ୍ତ ଅଧିକାରୀ ଆଇଆଇସି ସୁଶାନ୍ତ କୁମାର ସେଠୀ ଥିଲେ।

ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

Transferred: ଜଳେଶ୍ୱର ନାବାଳିକା ଦୁଷ୍କର୍ମ ପରେ ହତ୍ୟା ମାମଲା: ନାମ୍ପ ଫାଣ୍ଡି ଅଧିକାରୀଙ୍କ ବଦଳି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)