Garage Owner Shot Dead ଗ୍ୟାରେଜରେ ପଶି ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗିରଫ
"ଗଣିଆ (ସନ୍ଦୀପ ଲେଙ୍କା/କୈଳାସ ସାହୁ): ଆଜି (ରବିବାର) ରାତି ପ୍ରାୟ ୮ଟା ବେଳେ ଗଣିଆ ଥାନା ଅନ୍ତର୍ଗତ ପଣ୍ଡରାସିଂହା ଗାଁରେ ଏକ ଗୁଳିକାଣ୍ଡ ଘଟିଛି।
ଗୁଳିମାଡ଼ରେ ଜଣେ ଗ୍ୟାରେଜ୍ ମାଲିକଙ୍କ ମୃତ୍ୟୁ ଘଟିଛି।
ମୃତକ ଜଣକ ହେଲେ କିଶୋର ପ୍ରସାଦ ପଞ୍ଚାୟତ ଅଧୀନ ପତୁରିଆ ଗାଁର ରବୀନ୍ଦ୍ର ନାୟକ (୨୮)।
Advertisment ରବୀନ୍ଦ୍ର ପାଣ୍ଡରାସିଂହା ଛକରେ ବାଇକ ଗ୍ୟାରେଜ କରିଥିଲେ।
ଦୁଇ ମାସ ପୂର୍ବେ ସେ ବିବାହ କରିଥିଳେ।
ଏକ କାରରେ ଆସି ଗୁଳିମାଡ଼ କରିବା ପରେ ତିନି ଜଣ ଯୁବକ ସେଠାରୁ ଦ୍ରୁତ ବେଗରେ ପଳାଇଥିଲେ।
ମାତ୍ର ପୁଲିସ ସେମାନଙ୍କ ପିଛା କରି ଜଣଙ୍କୁ ଗିରଫ କରିଛି।
ତା ନିକଟରୁ ଗୁଳିମାଡ଼ କରାଯାଇଥିବା ବନ୍ଧୁକ ଜବତ କରିଛି।
ଅନ୍ୟ ଦୁଇ ଜଣ ସେଠାରୁ ଫେରାର ହୋଇଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ପ୍ରେମ ସମ୍ପର୍କକୁ ନେଇ ଏହି ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୁଚନା ମୁତାବକ, ପ୍ରତ୍ୟେକ ଦିନ ପରି ଆଜି ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିଲେ।
ବର୍ଷା ପବନ ଯୋଗୁଁ ବିଜୁଳି ନଥିବା ବେଳେ ଦୋକାନ ସାମ୍ନା ଅନ୍ଧାର ଥିଲା।
ଏହି ସମୟରେ ସେଠାରେ ଏକ କାର୍ ଅଟକିଥିଲା।
ସେଥିରେ ତିନି ଜଣ ଯୁବକ ବସିଥିଲେ।
କାର୍ ଚକା ଟିକେ ଖରାପ ଅଛି ବୋଲି କହି ସେମାନେ ରବୀନ୍ଦ୍ରଙ୍କୁ ପାଖକୁ ଡାକିଥିଲେ।
ସେମାନଙ୍କ ଫନ୍ଦି ବୁଝିନପାରି ରବୀନ୍ଦ୍ର ଗ୍ୟାରେଜ୍ ବାହାରକୁ ପଳାଇଥିଲେ।
ଏହି ସମୟରେ ହଠାତ କାର ଭିତରେ ବସିଥିବା ଜଣେ ଯୁବକ ରବୀନ୍ଦ୍ରଙ୍କ ଛାତିକୁ ଗୁଳି ମାରିଥିଲା।
ଗୁଳିଟି ରବୀନ୍ଦ୍ରଙ୍କ ଛାତିରେ ପଶି ପିଠି ପଟେ ବାହାରିଯାଇଥିବା ଜଣାପଡ଼ିଛି।
ପରେ ସମସ୍ତେ ସେଠାରୁ ଦ୍ରୁତ ବେଗରେ ଫେରାର ହୋଇଯାଇଥିଲେ।
ଗୁଳିମାଡ଼ ଶଦ୍ଦ ଓ ରବୀନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ତୁରନ୍ତ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।
ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ଓ ଏଏସଆଇ ସାହା ଆଲାମ ଖାଁ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।ପୁଲିସ ଅଟକ ରଖିଥିବା ଅଭିଯୁକ୍ତଙ୍କ ପତ୍ନୀ କିଛି ଦିନ ହେଲା ନିଖୋଜ ଅଛନ୍ତି।
ଏହି ଘଟଣାରେ ମୃତ ରବୀନ୍ଦ୍ରଙ୍କ ସମ୍ପୃକ୍ତି ଥିବା ସେ ସନ୍ଦେହ କରୁଥିଲେ।।
ଏହାକୁ ନେଇ ରବୀନ୍ଦ୍ରଙ୍କୁ ସେ ପୂର୍ବରୁ ମଧ୍ୟ ଧମକଚମକ ଦେଇଛି।
ପରେ ସେ ରବୀନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ।
ବର୍ତ୍ତମାନ ପଚରାଉଚରା ଜାରି ରହିଛି, ଖୁବଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣାପଡ଼ଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।