ICC Women's T20 World Cup 2026: ପାକିସ୍ତାନ ବିପକ୍ଷରେ ଭାରତ ୬୪ ରନ୍ରେ ବିଜୟୀ; ଦୀପ୍ତି ଶର୍ମା ନେଲେ ୫ ୱିକେଟ୍
"ବର୍ମିଂହାମ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳ ଆଜି ପାକିସ୍ତାନକୁ ୬୪ ରନ୍ରେ ପରାସ୍ତ କରିଛି।
ବର୍ମିଂହାମର ଏଜବେଷ୍ଟନ ପଡ଼ିଆରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି।Advertisment ପାକିସ୍ତାନ ୧୭୧ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା।
ଦଳ ୧୭ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା।
ପାକିସ୍ତାନ ପାଇଁ ପ୍ରାରମ୍ଭିକ ବ୍ୟାଟର ମୁନୀବା ଅଲି ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।
ସେ ୩୫ଟି ବଲ୍ ଖେଳି ୫ଟି ଚୌକା ବଳରେ ୪୧ ରନ୍ କରିଥିଲେ।
ତେବେ ଦଳର ଭଲ ସ୍କୋର ପାଇଁ ଅନ୍ୟ ବ୍ୟାଟରଙ୍କ ଯୋଗଦାନ ଉତ୍ସାହଜନକ ନଥିଲା।
ଅଲିଆ ରିଆଜ ୧୮ରନ୍, ଗୁଲ ଫିରୋଜା ଏବଂ ଆୟେସା ଜାଫର ୧୨-୧୨ ରନ୍, ନତାଲିଆ ପରଭାଇଜ ୭ ରନ୍, ରମୀନ ସଲିମ ଏବଂ ନସାରା ସାନ୍ଧୁ ୪-୪ ରନ୍ କରିଥିଲେ।
ଅଧିନାୟକ ଫତିମା ସାନା ଏବଂ ତସମିଆ ରୁବାବ ଖାତା ଖୋଲିପାରି ନଥିଲେ।
ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ।
ସେ ୪ ଓଭର ବୋଲିଂ କରି ମାତ୍ର ୧୦ ରନ୍ ଖର୍ଚ୍ଚ କରିଥିଲେ।
ସେହିପରି ଶ୍ରୀ ଚରଣୀ ୩ଟି ୱିକେଟ୍ ଅକ୍ତିଆର କରିଥିଲେ।
ସେଫାଳ ବର୍ମାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
ଭାରତୀୟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।
ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୦ ରନ୍ କରିଥିଲା।
ଭାରତ ପାଇଁ ସ୍ମୁତି ମନ୍ଧାନା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।
ସେ ୪୪ଟି ବଲ୍ ଖେଳି ୯ଟି ଚୌକା ଏବଂ ୨ଟି ଛକା ବଳରେ ୬୮ ରନ୍ ସଂଗ୍ରହ କରିଥିଲେ।
ସେହିପରି ହରମନପ୍ରୀତ କୌର ୩୫ଟି ବଲ୍ ଖେଳି ୪ଟି ଚୌକା ସହାୟତାରେ ୩୬ ରନ୍ ସଂଗ୍ରହ କରିଥିଲେ।
ପ୍ରାରମ୍ଭିକ ବ୍ୟାଟର ସେଫାଳି ବର୍ମା ୬ ରନ୍ ଏବଂ ଭାରତୀ ଫୁଲମାଳି ଏକ ରନ୍ କରିଥିଲେ।
ରିଚା ଘୋଷ ୧୭ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୪ ରନ୍ କରିଥିଲେ।
ଦୀପ୍ତି ଶର୍ମା ୧୨ ରନ୍ କରିଥିଲେ।
ଏଥିରେ ସେ ଗୋଟିଏ ଚୌକା ସାମିଲ କରିଥିଲେ।
ପାକିସ୍ତାନ ପକ୍ଷରୁ ସାଦିଆ ଇକ୍ବାଲ ଏବଂ ଅଧିନାୟକ ଫତିମା ସାନା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିତିଲେ।
ସେହିପରି ତସିମା ରୁବାବ ଏବଂ ରମୀନ ଶମିମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।