Police Officer misconduct ଖବର ପାଇଁ ସାମ୍ବାଦିକଙ୍କୁ ଧମକ ଦେଲେ ଥାନା ଅଧିକାରିଣୀ

Jun 14, 2026 - 22:48
Police Officer misconduct ଖବର ପାଇଁ ସାମ୍ବାଦିକଙ୍କୁ ଧମକ ଦେଲେ ଥାନା ଅଧିକାରିଣୀ

"କଲ୍ୟାଣସିଂହପୁର: ଥାନା ଅଧିକାରିଣୀ ଉତ୍ତ୍ୟକ୍ତ ଲୋକଙ୍କ ସମ୍ମୁଖରେ କ୍ଷମା ମାଗିବାର ଭିଡ଼ିଓ ଓ ଖବର ସମ୍ବାଦପତ୍ର ଏବଂ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।

ଏହା ପରେ ଉକ୍ତ ଥାନା ଅଧିକାରିଣୀଙ୍କ କ୍ରୋଧ ବଢ଼ିଯାଇଥିଲା।

ଖବର ପ୍ରକାଶ କରିଥିବା ସାମ୍ବାଦିକଙ୍କୁ ଖୋଜି ବଜାର ମଝିରେ ଅଶ୍ଲୀଳଭାଷାରେ ଗାଳିଗୁଲଜ କରିବା ସହ ଧମକ‌ ଦେଇଛନ୍ତି।

ଏହି ଘଟଣା କଲ୍ୟାଣସିଂହପୁରରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Advertisment ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର  ଥାନା ଅଧିକାରିଣୀ କଳ୍ପନା ବେହେରା  ସାମ୍ବାଦିକଙ୍କୁ ବଜାର ମଝିରେ ଦୁବ୍ୟବହାର କରିଛନ୍ତି।

ଆଜି (ରବିବାର) ଅପରାହ୍ନ ରେ ବଜାର ମଧ୍ୟରେ ଥିବା ବହି ଦୋକାନ ନିକଟରେ  ତିନିଜଣ ସାମ୍ବାଦିକ ବସିଥିଲେ।

ଥାନା ଅଧିକାରିଣୀ ସେମାନଙ୍କୁ ଦେଖି ଗାଡ଼ି ପାଖକୁ ଡାକିଥିଲେ।

ବଜାର ମଝିରେ ଅନେକ ଲୋକଙ୍କ ଉପସ୍ଥିତିରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ।

ସେ କହିଥିଲେ, ସେ ଉ$% ହୋଇ ଠିଆ ହେବେ।

ତୁମେ ସବୁ ସାମ୍ବାଦିକ ଭିଡିଓ କରି ଭାଇରଲ କର।

ସେ ଏଠାରେ ଥିବା ପର୍ଯ୍ୟନ୍ତ ତୁମେ କିଏ ତାଙ୍କର %#  ଉପାଡ଼ି ପାରିବେ ନାହିଁ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରିରେ ଶିକରପାଇ ଲୋକମାନେ  ଥାନା ଅଧିକାରୀ କଳ୍ପନା ବେହେରା ଦୁବ୍ୟବହାର କରିଥିବା ନେଇ ଥାନା ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଶେଷରେ ଚାପରେ ପଡ଼ି ଥାନା ଅଧିକାରିଣୀ କଳ୍ପନା ବେହେରା ହାତ ଯୋଡ଼ି ଭୁଲ ମାଗିଥିଲେ।

ଏହି ଖବର ପ୍ରଚାର ପ୍ରସାର କରାଯିବା ପରେ ଆଜି ଅପରାହ୍ନ ଖପର ପ୍ରସାରିତ କରିଥିବା ସାମ୍ବାଦିକଙ୍କୁ ଡାକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି।

ଏ ସମ୍ପର୍କରେ ଏସ୍‌ଡିପିଓ  ଗୌରହାରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, କଣ ହୋଇଛି।

ସେ ଅନୁସନ୍ଧାନ କରି ପ୍ରତିକ୍ରିୟା ଦେବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।