Dinesh Sharma: ଆଣ୍ଡାମାନ-ନିକୋବର ଉପରାଜ୍ୟପାଳ ହେଲେ ପୂର୍ବତନ ୟୁପି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା

Sep 06, 2026 - 19:46
Dinesh Sharma: ଆଣ୍ଡାମାନ-ନିକୋବର ଉପରାଜ୍ୟପାଳ ହେଲେ ପୂର୍ବତନ ୟୁପି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା

" ନୂଆଦିଲ୍ଲୀ: ପୂର୍ବତନ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସଦସ୍ୟ ଡ.

ଦିନେଶ ଶର୍ମାଙ୍କୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ନୂଆ ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

ରାଷ୍ଟ୍ରପତି ଭବନ ପକ୍ଷରୁ ଶନିବାର ରାତିରେ ଏ ସମ୍ପର୍କରେ ଘୋଷଣା କରାଯାଇଛି।

୬୨ ବର୍ଷୀୟ ଶର୍ମା ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ନିଯୁକ୍ତି କାର୍ଯ୍ୟକାରୀ ହେବ।

ସେ ବର୍ତ୍ତମାନର ଉପରାଜ୍ୟପାଳ ଅବସରପ୍ରାପ୍ତ ଆଡମିରାଲ୍‌ ଡି.

କେ.

ଯୋଶୀଙ୍କ ସ୍ଥାନ ନେବେ।Advertisment ଆହୁରି ପଢନ୍ତୁ :Accident: ଫୋନ୍‌ ଧରିବାକୁ ରାସ୍ତାକଡ଼ରେ ବାଇକ୍‌ ରଖିବା ପରେ ଦ୍ରୁତଗାମୀ କାର୍‌ ମାଡ଼ିଗଲା; ପରିବାରର ୩ ମୃତ ଦିନେଶ ଶର୍ମା ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସରକାରରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଥିଲେ।

ବର୍ତ୍ତମାନ ସେ ବିଜେପିର ରାଜ୍ୟସଭା ସଦସ୍ୟ ଥିବା ସହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି।

ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବାର ଥିଲା।

ଶିକ୍ଷା ଓ ସାର୍ବଜନୀନ ଜୀବନ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ରହିଛି।

ସମ୍ପୂର୍ଣ୍ଣ ନିଷ୍ଠା, ସଚ୍ଚୋଟତା ଓ ସମର୍ପଣର ସହ ଦାୟିତ୍ୱ ତୁଲାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)