Dharmendra Pradhan: ଉତ୍ତରାଖଣ୍ଡରେ ହାତକୁ ଦି ହାତ ହେବେ ଧର୍ମେନ୍ଦ୍ରଙ୍କ କନ୍ୟା, ପୁରୀରେ ରିସେପ୍ସନ

Nov 26, 2026 - 11:09
Dharmendra Pradhan: ଉତ୍ତରାଖଣ୍ଡରେ ହାତକୁ ଦି ହାତ ହେବେ ଧର୍ମେନ୍ଦ୍ରଙ୍କ କନ୍ୟା, ପୁରୀରେ ରିସେପ୍ସନ

ଭୁବନେଶ୍ୱର: ବାଜା ବାଜିବ, ସାହାନାଇ ଶୁଭିବ, ଆଉ ହାତକୁ ଦୁଇ ହାତ ହେବେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଝିଅ | ତେବେ ଏହି ବାହାଘର ଏମିତି ସେମିତି ହେବ ନାହିଁ, ବରଂ ଏହି ବାହାଘର ଉତ୍ତରାଖଣ୍ଡରେ ହେବ ଆଉ ଦେଶର ଅନେକ ବଡ ବଡ ବ୍ୟକ୍ତିତ୍ୱଙ୍କ ସହ ରାଜନେତା ଏହି ବାହାଘର ରେ ସାମିଲ ହେବେ | ନିଜର ଏକମାତ୍ର ଝିଅ ନୈମିଷାଙ୍କ ବାହାଘର ପାଇଁ ଏବେ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତୁତି ଚଳାଇଥିବାବେଳେ ନିମନ୍ତ୍ରଣ ପତ୍ର ବଣ୍ଟନ ଜାରି ରହିଛି | ଏନେଇ କିଛିଦିନ ତଳେ କେନ୍ଦ୍ର ମନ୍ତ୍ରୀ ଏଚଡ଼ି କୁମାରସ୍ବାମୀ ସମସ୍ତଙ୍କୁ ଜଣାଇଥିଲେ | ଧର୍ମେନ୍ଦ୍ର ତାଙ୍କ ଝିଅର ବିବାହ ନିମନ୍ତ୍ରଣ ନେଇ ତାଙ୍କ ଘରକୁ ଆସିଥିବା କୁମାରସ୍ବାମୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ | Advertisment ଏହି ଦିନ ବାହାଘର ଓ ରିସେପ୍ସନ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ଡିସେମ୍ବର ୨ ତାରିଖରେ ଉତ୍ତରାଖଣ୍ଡରେ ଏହି ହାଇପ୍ରୋଫାଇଲ ବାହାଘର ହେବାକୁ ଥିବାବେଳେ ଏଥିରେ ଓଡ଼ିଶାର କିଛି ସାଂସଦଙ୍କ ସହ କିଛି କେନ୍ଦ୍ର ମନ୍ତ୍ରୀ ଯୋଗ ଦେବାର ସମ୍ଭାବନା ଅଛି | ସେହିପରି ଡିସେମ୍ବର ୯ ତାରିଖରେ ଦିଲ୍ଲୀରେ ରିସେପ୍ସନ ସହ ୧୩ ତାରିଖରେ ପୁରୀରେ ରିସେପ୍ସନ ହେବ | ଆହୁରି ପଢନ୍ତୁ: Mumbai Terror Attack: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବାର୍ଷିକୀ: ସର୍ଗିଓ ଗୋର୍ ଦେଲେ ଶ୍ରଦ୍ଧାଞ୍ଜଳି ଧର୍ମେନ୍ଦ୍ରଙ୍କ ଜ୍ୱାଇଁ କିଏ?

ମିଳିଥିବା ସୂଚନା ମୁତାବକ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅର ବିବାହ ଛତିଶଗଡ଼ର ବିଳାସପୁରର ଜଣାଶୁଣା ବ୍ୟବସାୟୀ ଅମିତ ଶର୍ମାଙ୍କ ପୁଅ ସହ ସ୍ଥିର ହୋଇଛି | ଅମିତ ଶର୍ମାଙ୍କ ପୁଅ ଇଂଜିନିୟରିଂ ପାଠ୍ୟକ୍ରମ ସମାପ୍ତ କରିବା ପରେ ଏବେ ଏକ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟ କରୁଛନ୍ତି | ଅମିତ ଶର୍ମା ବିଳାସପୁରରେ ହୋଟେଲ ଓ ରିୟଲ ଇଷ୍ଟେଟ ବ୍ୟବସାୟରେ ଜଡିତ ଥିବାବେଳେ ଏବେ ସେ ଧର୍ମେନ୍ଦ୍ରଙ୍କ ସମୁଦୀ ହେବାକୁ ଯାଉଛନ୍ତି |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)