Gadakana TTS: ଗାଡ଼କଣ ଟିଟିଏସ୍: କମିବା ବଦଳରେ ବଢ଼ୁଛି ଆବର୍ଜନା ପାହାଡ଼
ଭୁବନେଶ୍ୱର: ସୈନିକ ସ୍କୁଲ୍ ନିକଟ ଗାଡ଼କଣ ଟିଟିଏସ୍(ଟେମ୍ପରାରି ଟ୍ରାନ୍ଜିଟ୍ ଷ୍ଟେସନ୍)କୁ ଖାଲି କରିବାକୁ ବିଏମ୍ସି ଯେତେ ଯୋଜନା କଲେ ହେଁ କିଛି ସୁଫଳ ମିଳୁନାହିଁ।
ଆବର୍ଜନା ପାହାଡ଼ର କଳେବର କମିବା ବଦଳରେ ବଢ଼ିବଢ଼ି ଚାଲିଛି।
ଏଠାକୁ ସହର ଭିତରୁ ଯେତିକି ପରିମାଣର ଆବର୍ଜନା ଆସୁଛି, ତା'ଠୁ ବହୁ କମ୍ ପରିମାଣର ଆବର୍ଜନା ଖାଲି ହେଉଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି।
ଆବର୍ଜନା ପରିମାଣ ଏତେ ବଢ଼ିଗଲାଣି ଯେ ଏକାଧିକ ଆବର୍ଜନା ପାହାଡ଼ ମୁଣ୍ଡ ଟେକିଲାଣି।
ଏଠାକୁ ଯେଉଁ ଅଳିଆ ଗାଡ଼ିସବୁ ଆସୁଛି, ସେମାନେ ଅଳିଆ ଗଦାଇବାକୁ ଜାଗା ନ ପାଇ ମୁହଁରେ ଢାଳି ପଳାଉଥିବା ଅଭିଯୋଗ ହୋଇଛି।
ଫଳସ୍ବରୂପ ପୂର୍ବଭଳି ଆଖପାଖ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଲାଣି।
ସାମାନ୍ୟ ମେଘ ପବନ ହେଲେ ଆଖପାଖ ଅଞ୍ଚଳ ଗନ୍ଧାଉଛି।
ବର୍ଷା ହେଲେ ଆବର୍ଜନା ପାଣି ରାସ୍ତାକୁ ଆସି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି।
Advertisment Brain Stroke: 'ଷ୍ଟ୍ରୋକ୍କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ରାସ୍ତାରେ ଭାସୁଛି ପଚା, ଦୁର୍ଗନ୍ଧ ପାଣି ଖାଲି ହୋଇପାରୁନି ପୁରୁଣା ଆବର୍ଜନା ବିଏମ୍ସିର ବ୍ୟବସ୍ଥା ଅନୁଯାୟୀ ଅଳିଆବୁହା ଗାଡ଼ିଗୁଡ଼ିକ ଘରକୁ ଘର ଯାଇ ଅଳିଆ ସଂଗ୍ରହ କରିବା ପରେ ଏମ୍ସିସି ଓ ଏମ୍ଆର୍ଏଫ୍କୁ ନେଉଛନ୍ତି।
କିନ୍ତୁ ରାସ୍ତାଘାଟ ସଫେଇ ଦାୟିତ୍ବ ନେଇଥିବା ଏଜେନ୍ସିମାନେ ଦୈନିକ ସଂଗୃହୀତ ଅଳିଆକୁ ଗାଡ଼ିରେ ଲଦି ସୈନିକ ସ୍କୁଲ ଟିଟିଏସ୍କୁ ଆଣୁଛନ୍ତି।
କିଏ ଟ୍ରକ୍ ତ କିଏ ଟ୍ରାକ୍ଟରରେ ଅଳିଆ ଲଦି ଏଠାକୁ ଆଣୁଛନ୍ତି।
ବିଏମ୍ସି ତଥ୍ୟ ଅନୁଯାୟୀ ସହରରୁ ଦୈନିକ ପ୍ରାୟ ୯୦୦ ଟନ୍ ଆବର୍ଜନା ସଂଗୃହୀତ ହେଉଛି।
ଯେଉଁଥିରୁ କେବଳ ୪୦୦ ଟନ୍ ଆର୍ଡିଏଫ୍, ଯାହାକୁ ପ୍ରକ୍ରିୟାକରଣ କରିହୁଏ ନାହିଁ।
ଓଦା ଆବର୍ଜନାକୁ ପ୍ରକ୍ରିୟାକରଣ କରି ମାଟି କରାଯାଉଛି।
ମାତ୍ର ଯେଉଁଗୁଡ଼ିକର ପ୍ରକ୍ରିୟାକରଣ ସମ୍ଭବ ନୁହେଁ, ସେସବୁକୁ ଆର୍ଡିଏଫ୍ ଭାବେ ମାଗଣାରେ ବିଭିନ୍ନ ସିମେଣ୍ଟ ଫ୍ୟାକ୍ଟ୍ରିକୁ ପଠାଯାଉଛି।
ଆର୍ଡିଏଫ୍ ସିମେଣ୍ଟ ଫ୍ୟାକ୍ଟ୍ରିରେ ପହଞ୍ଚାଇବା ଖର୍ଚ୍ଚ ବିଏମ୍ସି ବହନ କରୁଛି।
ଆର୍ଡିଏଫ୍ ଲୋଡ୍, ଅନ୍ଲୋଡ୍ ଓ ଟ୍ରକ୍ ଯୋଗେ ସିମେଣ୍ଟ ଫ୍ୟାକ୍ଟ୍ରିରେ ପହଞ୍ଚାଇବା ବାବଦରେ ମେଟ୍ରିକ୍ ଟନ୍ ପିଛା ୧୧୯୦ ଟଙ୍କା ଡାଲମିଆ ସିମେଣ୍ଟକୁ ଦିଆଯାଉଛି।
ତଥାପି ଆବର୍ଜନାର ଭାର କମି ପାରୁନି।
ନିୟମିତ ସଂଗୃହୀତ ଆବର୍ଜନା ଏତେ ବଢ଼ିଗଲାଣି ଯେ ପୁରୁଣା ଆବର୍ଜନା ଉଠିପାରୁନି।
Income Tax: ଆୟକର ବିଭାଗର ଟିକସଦାତା ହବ୍-୨୦୨୬ ଆରମ୍ଭ ୨୦୨୨-୨୩ ମସିହାରେ ସୈନିକ ସ୍କୁଲ ଟିଟିଏସ୍କୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ତୁରନ୍ତ ଆବର୍ଜନାକୁ ସ୍ଥାନାନ୍ତର କରିବାକୁ ବିଏମ୍ସି ପ୍ରତିଶ୍ରୁତି ଦେଇଥିଲା।
ନିୟମିତ ସଂଗୃହୀତ ଆବର୍ଜନା ପକାଇବାରେ କଟକଣା ଲଗାଇବ ବୋଲି କହିଥିଲା।
ପଳାଶୁଣୀ ମେଗା ଏମ୍ଆର୍ଏଫ୍(ମ୍ୟାଟରିଆଲ୍ ରିକଭରି ଫାସିଲିଟି) ଖୋଲିବା ପରେ ସମସ୍ୟା ରହିବନି ବୋଲି କହିଥିଲା।
ବର୍ଷକ ତଳୁ ପଳାଶୁଣୀ ଏମ୍ଆର୍ଏଫ୍ ଖୋଲିଥିଲେ ବି ସମସ୍ୟାରେ ସୁଧାର ଆସିପାରିନି।
ବିଏମ୍ସି ଡେପୁଟି କମିସନର(ପରିମଳ) ରାକେଶ କୁମାର ପାତ୍ର କହିଛନ୍ତି, ଏବେ ନିୟମିତ ଯେଉଁ ଆବର୍ଜନା ଗାଡ଼କଣ ଟିଟିଏସ୍କୁ ଆସୁଛି, ତାର ପ୍ରକ୍ରିୟାକରଣ କରାଯାଉଛି।
ଏଥିରୁ ମାଟିରେ ମିଶି ପାରୁନଥିବା ବର୍ଜ୍ୟକୁ ଆର୍ଡିଏଫ୍ ଭାବେ ସିମେଣ୍ଟ ଫ୍ୟାକ୍ଟ୍ରିକୁ ନିୟମିତ ପଠାଯାଉଛି।
ଏଥିସହ ପୂର୍ବରୁ ଜମା ହୋଇଥିବା ଆବର୍ଜନାକୁ ବି ଖାଲି କରାଯାଉଛି।
ଭୁଆଶୁଣୀଠାରେ ଯେଉଁ ଆବର୍ଜନା ଥିଲା, ବାୟୋମାଇନିଂ ପ୍ରକଳ୍ପ ପରେ ଏଠାର ଆବର୍ଜନା ପ୍ରାୟ ଖାଲି ହୋଇଗଲାଣି।
ଆଉ ମାତ୍ର ୯ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ବାକି ରହିଛି।
ଏହାର ଟେଣ୍ଡର ବି ସରିଛି।
ଫେବ୍ରୁଆରି ଭିତରେ ଭୁଆଶୁଣୀର ସବୁ ଆବର୍ଜନା ଉଠି ସାରିଥିବ।
ପରେ ଗାଡ଼କଣ ଟିଟିଏସ୍ର ପୁରୁଣା ଆବର୍ଜନା ଉଠାଇବା ସହଜ ହେବ।
ନିୟମିତ ରସାୟନିକ ପ୍ରକ୍ରିୟାରେ ଗନ୍ଧ ଓ ସଂକ୍ରମଣ ରୋକିବା ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
