Accident: ତେଲ ଟ୍ୟାଙ୍କର ଓଲଟି ଭୟାବହ ଅଗ୍ନିକାଣ୍ଡ; ୩୦ ମୃତ, ୨୧ ଆହତ
କାଇରୋ: ଇଜିପ୍ଟର ରାଜଧାନୀ କାଇରୋ ରିଙ୍ଗ ରୋଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।
ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯିବାରୁ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୧ରୁ ଅଧିକ ଆହତ ହୋଇଛନ୍ତି।
ବିସ୍ଫୋରଣ ପରେ ନିଆଁ ଦ୍ରୁତ ଗତିରେ ବ୍ୟାପି ନିକଟବର୍ତ୍ତୀ ଯାନବାହାନଗୁଡ଼ିକୁ ଗ୍ରାସ କରିଛି।
ରିପୋର୍ଟ ଅନୁଯାୟୀ ଦ୍ରୁତ ଗତିରେ ଯାଉଥିବା ତେଲ ଟ୍ୟାଙ୍କରଟି ନିୟନ୍ତ୍ରଣ ହରାଇ ରାଜପଥରେ ଓଲଟି ପଡ଼ିଥିଲା।
ଫଳରେ ବିସ୍ଫୋରଣ ଏବଂ ପରବର୍ତ୍ତୀ ଅଗ୍ନିକାଣ୍ଡ ଘଟିଥିଲା।
Advertisment ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଇଜିପ୍ଟର ରାଜଧାନୀକୁ ଘେରି ରହିଥିବା ମୁଖ୍ୟ ରାସ୍ତା ରିଙ୍ଗ ରୋଡରେ ଅଗ୍ନିକାଣ୍ଡ ଘଟି ଅତି କମରେ ୨୧ ଜଣ ଆହତ ହୋଇଛନ୍ତି ଏବଂ ଦୁଇ ଡଜନରୁ ଅଧିକ କାର ଏବଂ ମୋଟରସାଇକେଲ ନଷ୍ଟ ହୋଇଯାଇଛି।
ଦୁର୍ଘଟଣା ଘଟିଥିବା ରାଜପଥର ଯେଉଁ ଅଂଶଟି ଗିଜାର ୱାରାକ ଅଞ୍ଚଳରେ ପଡ଼ିଥାଏ।
ଏହି ଅଞ୍ଚଳଟି ଜନବହୁଳ ଏବଂ ଗ୍ରେଟର କାଇରୋ ଅଞ୍ଚଳର ଏକ ଅଂଶ।
Accident: ୧୬ ନଂ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ଟ୍ରକ୍ କେବିନ୍ରେ ଫସିଲେ ଡ୍ରାଇଭର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
