Dhanu Yatra Accident: ଧନୁଯାତ୍ରାରେ ଅଘଟଣ! ଯେଉଁ ହାତୀକୁ ନେଇ ଆସିଥିଲେ, ସେହି ହାତୀ ନେଇଗଲା ମାହୁନ୍ତଙ୍କ ଜୀବନ
ବଙ୍ଗୋମୁଣ୍ଡା ଧନୁଯାତ୍ରାରେ ଅଘଟଣ।
ମାହୁନ୍ତଙ୍କୁ ଦଳିଦେଲା ହାତୀ।
ଯେଉଁ ହାତୀକୁ ନେଇ ଧନୁଯାତ୍ରାକୁ ଆସିଥିଲେ, ସେହି ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ।
ବଲାଙ୍ଗୀର ବଙ୍ଗୋମୁଣ୍ଡା ଗାଁରେ ଚାଲିଥିବା ୪୦ତମ ଧନୁଯାତ୍ରା ମହୋତ୍ସବରେ ଘଟିଛି ଏଭଳି ଅଭାବନୀୟ ଘଟଣା।
Advertisment ମୃତ ମାହୁନ୍ତ ହେଉଛନ୍ତି ଉତ୍ତରପ୍ରଦେଶ ଆହ୍ଲାବାଦ ଅଞ୍ଚଳର ।
ସୂଚନା ଅନୁସାରେ, ଧନୁଯାତ୍ରାରେ ମହାରାଜ କଂସ ହାତୀ ପିଠିରେ ବସି ନଗର ପରିକ୍ରମା କରିବା ସହ ଯାତ୍ରା ମଞ୍ଚକୁ ପ୍ରବେଶ କରିବାର ପରମ୍ପରା ରହିଛି।
ଏଥିପାଇଁ ହାତୀ ସହ ଆହ୍ଲାବାଦରୁ ଆସିଥିଲେ ମାହୁନ୍ତ ।
ତେବେ ହଠାତ୍ ହାତୀଟି ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ।
ତୁରନ୍ତ ତାଙ୍କୁ ଉଦ୍ଧାର କରି ବଙ୍ଗୋମୁଣ୍ଡା ଡାକ୍ତରଖାନା ଏବଂ ପରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
