Dead: ଗୋରୁ ଚରାଇବାକୁ ଯାଇଥିଲେ; ପାଣିରେ ବୁଡ଼ି ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ
"ତେଲକୋଇ (ବିରଞ୍ଚି ବେହେରା): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ପାଣିରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ମୃତକମାନେ ହେଲେ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କନ୍ତଲେଇ ଦାଣ୍ଡିଆସାହିର ରଙ୍ଗାଧର ଦେହୁରୀଙ୍କ ସ୍ତ୍ରୀ ଅଖାରୀ ଦେହୁରୀ(୫୮) ଓ କାଳିଆହତା ଘାଷିଡ଼ିହା ସାହିର ଶିତୁଲ୍ ମୁଣ୍ଡାଙ୍କ ଶିଶୁକନ୍ୟା ଏଲିନା ମୁଣ୍ଡା (୧ବର୍ଷ)।
Advertisment ଗତକାଲି ଲଗାଣ ବର୍ଷା ସତ୍ତ୍ବେ ଅଖାରୀ ସ୍ବାମୀଙ୍କ ସହ ପ୍ରତିଦିନ ଭଳି ଗୋରୁ ଚରାଇବା ପାଇଁ ଯାଇଥିଲେ।
ସନ୍ଧ୍ୟାରେ ଘରକୁ ଫେରିବା ବେଳେ ଗାଁ ମୁଣ୍ଡ ଚାଷ ଜମିରେ ପ୍ରବାହିତ ବର୍ଷା ପାଣିରେ ଅଖାରୀ ପଡି ଯାଇଥିଲେ।
ଆଜି ସକାଳେ ତାର ଶବକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇଛି।
River Death: ଜଳାଶୟ ଏବେ ମୃତ୍ୟୁଯନ୍ତା!
ଦୁଇବର୍ଷରେ ପାଣିରେ ବୁଡ଼ି ମରିଛନ୍ତି ୨୪୩ ସେହିପରି କାଳିଆହତାର ଶିତୁଲ୍ ମୁଣ୍ଡାଙ୍କ ଝିଅ ଏଲିନା ଆଜି ଅପରାହ୍ନରେ ଘର ନିକଟସ୍ଥ ନାଳ ପାରି ହେଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ,ଦୀର୍ଘ ତିନି ଘଣ୍ଟା ଖୋଜାଖୋଜି ପରେ ଘଟଣାସ୍ଥଳରୁ ଏକ କିଲୋମିଟର ଦୂର ନାଳ ତଳମୁଣ୍ଡରୁ ତା'ର ମୃତ ଦେହ ଉଦ୍ଧାର କରାଯାଇଛି।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ସୃଷ୍ଟି କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।