Mahanadi Flood: ମହାନଦୀର ଅବବାହିକାରେ ବନ୍ୟା ଆଶଙ୍କା; ସତର୍କ ରହିବାକୁ ପରାମର୍ଶ

Jul 29, 2026 - 19:06
Mahanadi Flood: ମହାନଦୀର ଅବବାହିକାରେ ବନ୍ୟା ଆଶଙ୍କା; ସତର୍କ ରହିବାକୁ ପରାମର୍ଶ

"ଭୁବନେଶ୍ବର: ମହାନଦୀର ଉପରମୁଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି।

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି।

ମହାନଦୀର ଶାଖା ନଦୀରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି।

ତେଣୁ ମହାନଦୀର ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ।Advertisment ଆସନ୍ତାକାଲି ସନ୍ଧ୍ୟାରେ ମହାନଦୀର କଟକ ଜିଲ୍ଲା ମୁଣ୍ଡଳିଠାରେ ପ୍ରାୟ ୮ ଲକ୍ଷରୁ ଅଧିକ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ମହାନଦୀ କୂଳ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି।

ଅନ୍ୟପଟରେ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି।

ମହାନଦୀର ବନ୍ୟାରେ ସମ୍ଭାବିତ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଅଭିଜ୍ଞ ବରିଷ୍ଠ ଅଧିକାରୀମାନଙ୍କୁ ପଠାଯିବା ସହ ବନ୍ୟା ବନ୍ଧ ଉପରେ କଡ଼ା ନଜର ରଖିବାକୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ପ୍ରଶାସନକୁ ସଜାଗ ରହିବାକୁ କହିଛନ୍ତି।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବନ୍ୟା କାରଣରୁ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଟି ଜିଲ୍ଲାରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ସେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ବିଶେଷ କରି ପଶ୍ଚିମ ଓଡ଼ିଶା ଏବଂ ତଳମୁଣ୍ଡର ଜିଲ୍ଲାଗୁଡ଼ିକରେ ଉପୁଜିଥିବା ସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।