bribery case Odisha ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ କାରାଦଣ୍ଡ

Jul 29, 2026 - 17:46
bribery case Odisha ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ କାରାଦଣ୍ଡ

"ଭୁବନେଶ୍ବର: ଆଜି ସ୍ବତନ୍ତ୍ର ଭିଜିଲାନ୍‌ସ ଅଦାଲତ ଦୁଇଟି ପୃଥକ ଦୁର୍ନୀତି ମାମଲାର ବିଚାର କରି ଦୁଇଜଣ ସରକାରୀ ଅଧିକାରୀଙ୍କୁ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।Advertisment ଭିଜିଲାନ୍‌ସ କୋର୍ଟରେ ଲାଞ୍ଚୁଆ ଆର୍‌ଆଇ ଦଣ୍ଡିତ କଟକ ଜିଲ୍ଲା ବଡ଼ମ୍ବା ସେକ୍‌ସନ୍‌ର ପୂର୍ବତନ ରୁରାଲ୍‌ ୱାର୍କ‌୍ସ କନିଷ୍ଠଯନ୍ତ୍ରୀ ଶିବନାରାୟଣ ପାଲ୍‌ଙ୍କୁ  ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨), ୧୩(୧)ରେ ୨ ବର୍ଷ କାରାଦଣ୍ଡ ଓ ୫ଲକ୍ଷ ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଶିବନାରାୟଣ ପରବର୍ତ୍ତୀ ସମୟରେ ଭୁବନେଶ୍ବର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରୁ ଅବସର ନେଇଥିଲେ।

ଅଦାଲତଙ୍କ ଏହି ରାୟ ପରେ ଦୋଷୀ ଅଧିକାରୀଙ୍କ ପେନ୍‌ସନ ବନ୍ଦ କରିବାକୁ ବିଭାଗୀୟ ପଦକ୍ଷେପ ନେବ ବୋଲି ଭିଜିଲାନ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

ମୟୂରଭଞ୍ଜ ଶିକ୍ଷା ବିଭାଗରେ ଅନିୟମିତତା : ଭିଜିଲାନ୍‌ସ କୋର୍ଟରେ ଦଣ୍ଡିତ ହୋଇ ବି ଚାକିରିରେ ଏବିଇଓ ସେହିଭଳି ଅନ୍ୟ ଏକ ମାମଲାରେ, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଆର୍‌ସିଏମ୍‌ଏସ୍‌ର ପୂର୍ବତନ ସଚିବ ଧୀରେନ୍ଦ୍ର କୁମାର ଶତପଥୀଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ଦୁର୍ନୀତି ନିବାରଣ ଆଇନ ୧୩(୨), ୧୩(୧) (ସି)(ଡି) ଓ ଆଇପିସି ୪୦୯ଧାରାରେ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ଆର୍ଥିକ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି।

ଧୀରେନ୍ଦ୍ର କୁମାରଙ୍କ ପେନ୍‌ସନ ବନ୍ଦ କରିବାକୁ ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।