Patna High Court: ପାଟନା ହାଇକୋର୍ଟ ୨୦୨୬ ପାଇଁ ପ୍ରକାଶ କଲା ନିଯୁକ୍ତି ବିଜ୍ଞପ୍ତି
"ପାଟନା: ପାଟନା ହାଇକୋର୍ଟ ୨୦୨୬ ମସିହା ପାଇଁ ୬୮ଟି ଏକ୍ସ-କ୍ୟାଡ୍ରେ ଆସିଷ୍ଟାଣ୍ଟ (ଗ୍ରୁପ୍-ସି) ପଦବି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୦୨୬ ଜୁଲାଇ ୨୮,ରୁ ଆରମ୍ଭ ହୋଇ ଅଗଷ୍ଟ ୨୭ ପର୍ଯ୍ୟନ୍ତ ଚାଲିବ।
ଆଶାୟୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ Patna High Court ମାଧ୍ୟମରେ ଆବେଦନ କରିପାରିବେ।Advertisment ଏହି ନିଯୁକ୍ତି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ପ୍ରତିଷ୍ଠାରୁ ସ୍ନାତକ ସମାପ୍ତ କରିଥିବା ସହିତ କମ୍ପ୍ୟୁଟର ଆପ୍ଲିକେସନ୍ରେ ସର୍ବନିମ୍ନ ଛଅ ମାସର ଡିପ୍ଲୋମା/ସାର୍ଟିଫିକେଟ୍ ହାସଲ କରିଥିବା ଆବଶ୍ୟକ।ଯେଉଁମାନେ ଟେରିଟୋରିଆଲ ଆର୍ମିରେ ଅତି କମରେ ଦୁଇ ବର୍ଷ ପାଇଁ ସେବା ପ୍ରଦାନ କରିଛନ୍ତି କିମ୍ବା ନାସନାଲ କ୍ୟାଡେଟ୍ କୋରର 'ବି' ପ୍ରମାଣପତ୍ର ହାସଲ କରିଛନ୍ତି ସେମାନଙ୍କୁ ସାକ୍ଷାତକାର ସମୟରେ ସିଧାସଳଖ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବ।
ଶତାବ୍ଦୀ-ଜନଶତାବ୍ଦୀ, ସମ୍ପର୍କକ୍ରାନ୍ତି-ରାଜଧାନୀ ଟ୍ରେନ ମଧ୍ୟରେ ଫରକ କଣ?
ବୟସ ସୀମା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୦୨୬ ଜାନୁଆରି ୧ ସୁଦ୍ଧା ୩୭ ବର୍ଷ ଅତିକ୍ରମ କରିବା ଉଚିତ୍ ନୁହେଁ।
ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ନିୟମ ଅନୁଯାୟୀ ବୟସ ଛାଡ଼ର ସୁବିଧା ପ୍ରଦାନ କରାଯାଇଛି।
ଅଣସଂରକ୍ଷିତ/ବିସି/ଇବିସି/ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଫର୍ମ ସହିତ ୧୫୦୦ଟଙ୍କା ଫି ଦାଖଲ କରିବାକୁ ପଡିବ।
ଏସସି/ଏସଟି/ପିଏଚ ପାଇଁ, ଫି ୭୫୦ଟଙ୍କା ଧାର୍ଯ୍ୟ କରାଯାଇଛି ।
ଫି ପେମେଣ୍ଟ ଅନଲାଇନରେ କରାଯାଇପାରିବ।
ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୬୮ ଟି ପଦବି ପୂରଣ କରାଯିବ।ଚୟନ ପ୍ରକ୍ରିୟା ସମେତ ନିଯୁକ୍ତି ବିଷୟରେ ଅଧିକ ସୂଚନା ପାଇଁ, ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ସମୀକ୍ଷା କରିପାରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।