Gill: ଗିଲ୍‌ ପୁଣି ୧ନଂ ଦିନିକିଆ ବ୍ୟାଟର୍‌: ଟ୍ବେଣ୍ଟି-୨୦ରେ ସୂର୍ଯ୍ୟବଂଶୀଙ୍କ ବଡ଼ ଲମ୍ଫ

Jul 29, 2026 - 19:06
Gill: ଗିଲ୍‌ ପୁଣି ୧ନଂ ଦିନିକିଆ ବ୍ୟାଟର୍‌: ଟ୍ବେଣ୍ଟି-୨୦ରେ ସୂର୍ଯ୍ୟବଂଶୀଙ୍କ ବଡ଼ ଲମ୍ଫ

"ଦୁବାଇ: ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ ପୁଣି ଥରେ ବିଶ୍ବର ୧ନମ୍ବର ଦିନିକିଆ ବ୍ୟାଟର୍‌ ହୋଇଛନ୍ତି।

ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧୮୮ ରନ୍‌ର ପାଳି ଖେଳିଥିବା ଗିଲ୍‌ (୮୦୧ ପଏଣ୍ଟ୍‌) ବୁଧବାର ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାର ଗୋଟିଏ ସ୍ଥାନ ଉଠି ଶୀର୍ଷରେ ପହଞ୍ଚିଛନ୍ତି।

ଆହତ ଯୋଗୁଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଦୁଇ ମ୍ୟାଚ୍‌ ଖେଳି ନଥିବା ନ୍ୟୁଜିଲାଣ୍ଡର ଡାରିଲ ମିଚେଲ (୭୯୪) ଶୀର୍ଷ ସ୍ଥାନରୁ ଖସି ଦ୍ବିତୀୟରେ ରହିଛନ୍ତି।

ଅନ୍ୟ ଦୁଇ ଭାରତୀୟ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ସ୍ଥିର ରହିଛନ୍ତି।

ବୋଲିଂ‌ ମାନ୍ୟତାର ଶୀର୍ଷ ୧୦ରେ କୌଣସି ଭାରତୀୟ ନଥିଲା ବେଳେ କୁଲଦୀପ ଯାଦବ (ଏକାଦଶ) ଏହାର ନିକଟତର ଅଛନ୍ତି।

ଅଲ୍‌ରାଉଣ୍ଡରରେ ଅକ୍ଷର ପଟେଲ (ନବମ) କେବଳ ଭାରତୀୟ ଭାବେ ଶୀର୍ଷ ୧୦ରେ ରହିଛନ୍ତି।Advertisment ଆହୁରି ପଢନ୍ତୁ: Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ୮ ଜିଲ୍ଲା ପ୍ରଭାବିତ, ୩ ମୃତ; ଆସନ୍ତାକାଲି ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତା‌ରେ ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ବଡ଼ ଲମ୍ଫ ଦେଇ ୪୮ତମରେ ପହଞ୍ଚିଛନ୍ତି।

ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସେ ୩ ପାଳିରେ ୧୯୬.୧୦ ଷ୍ଟ୍ରାଇକ୍‌ରେଟ୍‌ରେ ୧୫୧ ରନ୍‌ କରିବା ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ତାଙ୍କର ଏହି ପ୍ରଦର୍ଶନ ବଳରେ ସେ ୨୩୦ ସ୍ଥାନ ଉପରକୁ ଉଠିଛନ୍ତି।

ଈଶାନ କିଶନ ପୂର୍ବ ପରି ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି।

ତିଳକ ବର୍ମା ୨ ଏବଂ ଶ୍ରେୟସ ଆୟର ୭ ସ୍ଥାନ ଉଠି ଯଥାକ୍ରମେ ଷଷ୍ଠ ଓ ୨୪ତମ ସ୍ଥାନ ରହିଛନ୍ତି।

ବୋଲିଂ ଜିମ୍ବାୱେର ବ୍ଲେସିଂ ମୁଜରବାନି ୧୯ ସ୍ଥାନ ଉଠି ୨୬ ଏବଂ ଭାରତର ରବି ବିଷ୍ଣୋଇ ୩୧ ସ୍ଥାନ ଉଠି ୪୧ରେ ପହଞ୍ଚିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।