Khordha: ଖୋରଧାରେ ଖୋଲିବ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌

Jul 29, 2026 - 19:27
Khordha: ଖୋରଧାରେ ଖୋଲିବ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌

"ନୂଆଦିଲ୍ଲୀ: ସାରା ଦେଶରେ ଜାତୀୟ ଫୋରେନ୍ସି ସାଇନ୍‌ସେସ୍‌ ବିଶ୍ବବିଦ୍ୟାଳୟ (ଏନ୍‌ଏଫ୍‌ଏସ୍‌ୟୁ)ର ୯ଟି କ୍ୟାମ୍ପସ ଖୋଲିବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି।

ସେଥିରୁ ଗୋଟିଏ କ୍ୟାମ୍ପସ ଓଡ଼ିଶାର ଖୋରଧାରେ ଖୋଲାଯିବ।

ଏହି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇସାରିଛି ବୋଲି ସରକାର ଜଣାଇଛନ୍ତି।

ବିଶ୍ବବିଦ୍ୟାଳୟର ଅବଶିଷ୍ଟ କ୍ୟାମ୍ପସଗୁଡ଼ିକ ମହାରାଷ୍ଟ୍ରର ନାଗପୁର, ଛତିଶଗଡ଼ର ରାୟପୁର, ତାମିଲନାଡ଼ୁର ଚେଙ୍ଗଲପଟୁ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଖୋଲାଯିବ।

ସେହିପରି ୭ଟି କେନ୍ଦ୍ରୀୟ ଫୋରେନ୍ସି ବିଜ୍ଞାନ ପ୍ରୟୋଗଶାଳା (ସିଏଫ୍ଏସ୍‌ଏଲ୍‌) ଖୋଲିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

ଗୋଟିଏ ପ୍ରୟୋଗଶାଳା ଓଡ଼ିଶାର ଖୋରଧାରେ ମଧ୍ୟ ଖୋଲାଯାଇଛି।Advertisment ଆହୁରି ପଢନ୍ତୁ: Mahanadi Flood: ମହାନଦୀର ଅବବାହିକାରେ ବନ୍ୟା ଆଶଙ୍କା; ସତର୍କ ରହିବାକୁ ପରାମର୍ଶ ଏହି ପ୍ରୟୋଗଶାଳା ଏକ ଆବଣ୍ଟିତ ଟ୍ରାଞ୍ଜିଟ କୋଠାରୁ ପରିଚାଳିତ ହେଉଛି।

ଜାତୀୟ ଫୋରେନ୍ସିକ୍‌ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ୨୨୫୪.୪୩ କୋଟି ଟଙ୍କା ଅଟକଳର ଏକ ୫ ବର୍ଷିଆ ଯୋଜନା ଘୋଷଣା କରିଛନ୍ତି।

ଫୋରେନ୍ସିକ୍‌ ବିଶ୍ବବିଦ୍ୟାଳୟର ୯ଟି କ୍ୟାମ୍ପସ ସ୍ଥାପନ କରିବାକୁ ୧୩୦୯.୧୩ କୋଟି ଟଙ୍କା ଓ ପ୍ରୟୋଗଶାଳା ଖୋଲିବାକୁ ୮୬୦.୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଏହି ଦୁଇ ପ୍ରକାର ଆବଣ୍ଟନରୁ ୧୯୯.୦୯ କୋଟି ଟଙ୍କା ବ୍ୟବହାର ହୋଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।