Sheikh Hasina :ଡିସେମ୍ବର ସୁଦ୍ଧା ଘର ବାହୁଡ଼ିବି: ପୁଣି ଦୋହରାଇଲେ ଶେଖ ହସିନା

Jul 29, 2026 - 17:26
Sheikh Hasina :ଡିସେମ୍ବର ସୁଦ୍ଧା ଘର ବାହୁଡ଼ିବି: ପୁଣି ଦୋହରାଇଲେ ଶେଖ ହସିନା

"ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ବୁଧବାର ଦିନ ପୁନର୍ବାର କହିଛନ୍ତି ଯେ, ସେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ତାଙ୍କ ଦେଶକୁ ଫେରିବେ।

ତାଙ୍କୁ ଗିରଫ କରାଯାଉ କି ଜେଲ୍ ଦଣ୍ଡ ହେଉ ଅବା ଫାଶୀ ଦିଆଯାଉ କିନ୍ତୁ ସେ ଘରକୁ ଫେରିବେ ବୋଲି ସେ ସମ୍ବାଦ ସରବରାହ ସଂସ୍ଥା ଏଜେନ୍ସ ଫ୍ରାନ୍ସ-ପ୍ରେସ୍(ଏଏଫପି)କୁ କହିଛନ୍ତି।

ଛାତ୍ର ବିରୋଧ ପରେ ଅଗଷ୍ଟ ୨୦୨୪ରେ ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିବାକୁ ପଡିଥିଲା।

ସେବେଠାରୁ, ସେ ଦିଲ୍ଲୀରେ ଆତ୍ମ-ନିର୍ବାସନରେ ରହୁଛନ୍ତି।

ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଦ୍ୱାରା ହସିନାଙ୍କୁ ମୃତ୍ୟୁଦଣ୍ଡାଦେଶ କରାଯାଇଛି।

ସମ୍ବାଦ ସରବରାହ ସଂସ୍ଥା ଏଏଫପିକୁ ଏକ ଇମେଲ୍ ପ୍ରତିକ୍ରିୟାରେ ହସିନା କହିଛନ୍ତି, ହୁଏତ ମୋତେ ହତ୍ୟା କରାଯିବ।

ହୁଏତ ମୋତେ ଗିରଫ କରାଯିବ କିମ୍ବା ହୁଏତ ମୋତେ ଜେଲ୍‌ରେ ରଖାଯିବ।

ମୁଁ ମୋର ଭାଗ୍ୟ ବିଷୟରେ ସମ୍ପୂର୍ଣ୍ଣ ଅବଗତ।

ତଥାପି, ମୁଁ ଫେରିଯିବି କାରଣ ମୋ ଲୋକମାନେ ମୋତେ ଡାକୁଛନ୍ତି।Advertisment ଯଦି ମୃତ୍ୟୁ ଆସେ, ତେବେ ତାହା ମୋ ନିଜ ଭୂମିରେ ଆସିବା ଉଚିତ ଚଳିତ ମାସର ଆରମ୍ଭରେ, ରଏଟର୍ସ ସହିତ ଏକ ସାକ୍ଷାତକାରରେ, ଶେଖ ହସିନା ପ୍ରଥମେ ବାଂଲାଦେଶ ଫେରିବା ପାଇଁ ଡିସେମ୍ବରର ସମୟସୀମା ଘୋଷଣା କରିଥିଲେ।

ହସିନା କହିଥିଲେ ଯେ ସେ ଏବଂ ତାଙ୍କର ରାଜନୈତିକ ସହଯୋଗୀମାନେ ନିର୍ବାସନରୁ ଫେରିବେ ଏବଂ ବାଂଲାଦେଶରେ ବିଚାରର ସମ୍ମୁଖୀନ ହେବେ।

ହସିନା ରଏଟର୍ସକୁ କହିଥିଲେ ଯେ ତାଙ୍କ ଦଳର ନେତା ଏବଂ କର୍ମୀମାନଙ୍କୁ ନିର୍ମମ ଭାବରେ ଦମନ କରାଯାଉଛି।

ହସିନା କହିଥିଲେ, ଯଦି ମୃତ୍ୟୁ ଆସେ, ତେବେ ତାହା ମୋ ନିଜ ଭୂମିରେ ଆସିବା ଉଚିତ, ଯେଉଁଠାରେ ମୋ ପିତାମାତାଙ୍କୁ କବର ଦିଆଯାଇଛି ଏବଂ ଯେଉଁଠାରେ ସେମାନଙ୍କର ରକ୍ତ ବୁହାଯାଇଛି।

ଶେଖ ହସିନାଙ୍କ ପିତା ଏବଂ ବାଂଲାଦେଶର ପ୍ରତିଷ୍ଠାତା ପିତା, ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କୁ ୧୯୭୫ ମସିହାରେ ଏକ ସାମରିକ ବିଦ୍ରୋହରେ ହତ୍ୟା କରାଯାଇଥିଲା।

ସୈନିକଙ୍କ ଏକ ଦଳ ରାଷ୍ଟ୍ରପତି ବାସଭବନ ଉପରେ ଆକ୍ରମଣ କରି ଶେଖ ମୁଜିବୁର ରହମାନଙ୍କୁ ତାଙ୍କ ସ୍ତ୍ରୀ ଏବଂ ପୁଅମାନଙ୍କ ସହିତ ହତ୍ୟା କରିଥିଲେ।

ଶେଖ ମୁଜିବୁର ରହମାନଙ୍କ ଝିଅ ଶେଖ ହସିନା ଏବଂ ଶେଖ ରେହାନା ଦେଶ ବାହାରେ ଥିବାରୁ ଆକ୍ରମଣରୁ ବଞ୍ଚି ଯାଇଥିଲେ।

ପାନ ଦୋକାନରେ ବିକ୍ରି ହେଉଥିଲା ନିଶା, ନିଆଁ ଲଗାଇଦେଲେ ଗାଁଲୋକ ଶେଖ ହାସିନାଙ୍କୁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ୨୦୨୪ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ଆଇସିଟି) ଦ୍ୱାରା ତାଙ୍କୁ ମୃତ୍ୟୁଦଣ୍ଡାଦେଶ ହୋଇଛି।

ଜୁଲାଇ ୨୦୨୪ ରେ, ବାଂଲାଦେଶରେ ସରକାରୀ ଚାକିରିରେ କୋଟା ବିରୋଧରେ ଛାତ୍ର ପ୍ରତିବାଦ ଆରମ୍ଭ ହୋଇଥିଲା, ଯାହା ଶୀଘ୍ର ଏକ ଦେଶବ୍ୟାପୀ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଥିଲା।

ପ୍ରତିବାଦ ବୃଦ୍ଧି ପାଇବା ସହିତ, ଶେଖ୍ ହାସିନା ୫ ଅଗଷ୍ଟ ୨୦୨୪ରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ଭାରତ ପଳାଇ ଆସିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।