Criminal Makes Daring Escape Through Small Skylight Opening: ପରିସ୍ରା ଯିବା ବାହାନାରେ ଅପରାଧୀ ଚମ୍ପଟ୍, ସ୍କାଇଲାଇଟର ଛୋଟ ଫାଙ୍କ ଦେଇ ଖସିଗଲା

Aug 02, 2026 - 11:19
Criminal Makes Daring Escape Through Small Skylight Opening: ପରିସ୍ରା ଯିବା ବାହାନାରେ ଅପରାଧୀ ଚମ୍ପଟ୍, ସ୍କାଇଲାଇଟର ଛୋଟ ଫାଙ୍କ ଦେଇ ଖସିଗଲା

ପରିସ୍ରା ଯିବା ବାହାନା ଦେଖାଇଲା, ବାଥରୁମରେ ପଶିଲା, ଆଉ ସ୍କାଇଲାଇଟ୍ ବାଟେ ଫେରାର ମାରିଲା।  ବାରିପଦା ଜୁଭେନାଇଲ୍ କୋର୍ଟ ପରିସରରୁ ଚମ୍ପଟ୍ ମାରିଛି ଜଣେ ବାଳ ଅପରାଧୀ। କୋର୍ଟରେ ହାଜର କରିବାକୁ ଅଣାଯାଇଥିବା ନାବାଳକ ଆଖି ପିଛୁଳାକେ ପୁଲିସକୁ ଚକମା ଦେଇ ଫେରାର ହୋଇଯିବା ଘଟଣାକୁ ନେଇ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ।

ଚୋରି ମାମଲାରେ ରାଉରକେଲା ବାଳ ସୁଧାର ଗୃହରେ ରହୁଥିବା ନାବାଳକକୁ ଗତକାଲି ହାଜର ପାଇଁ ବାରିପଦା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ଅଣାଯାଇଥିଲା। କୋର୍ଟରେ ହାଜର ପୂର୍ବରୁ ସେ ପରିସ୍ରା ଯିବାକୁ କହି ବାଥରୁମକୁ ଯାଇଥିଲା। ହେଲେ ସେଠାରେ ସୁଯୋଗର ଫାଇଦା ଉଠାଇ ବାଥରୁମର ସ୍କାଇଲାଇଟର ଛୋଟ ଫାଙ୍କ ଦେଇ ବାହାରକୁ ଚମ୍ପଟ୍ ମାରିଥିଲା। ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଜାରି ରହିଛି। ନାବାଳକ କିପରି ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଇଲା ଏବଂ ସୁରକ୍ଷାରେ କେଉଁଠି ତ୍ରୁଟି ରହିଲା ତାକୁ ନେଇ ପ୍ରଶ୍ନ ଉଠିଛି । 

ପରିସ୍ରା ଯିବା ବାହାନାରେ ଅପରାଧୀ ଚମ୍ପଟ

ବାଥରୁମକୁ ଯାଇ ବାଳ ଅପରାଧୀ ଫେରାର
ବାରିପଦା ଜୁଭେନାଇଲ୍ କୋର୍ଟ ପରିସରର ଘଟଣା
ଚୋରି ମାମଲାରେ ଗିରଫ ନାବାଳକ ଫେରାର
କୋର୍ଟରେ ହାଜର ପୂର୍ବରୁ ପରିସ୍ରା ବାହାନା ଦେଖାଇଥିଲା
ସ୍କାଇଲାଇଟର ଛୋଟ ଫାଙ୍କ ଦେଇ ବାହାରକୁ ଚମ୍ପଟ୍ ମାରିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।