Friendship Day Marks the Joy of True Companionship: ବନ୍ଧୁତାର ବନ୍ଧନକୁ ଆହୁରି ମଜବୁତ କରିବାର ଦିନଟିଏ, ଫ୍ରେଣ୍ଡସିପ୍ ଡେ
ରକ୍ତର ସମ୍ପର୍କ ନୁହେଁ, ହୃଦୟର ସମ୍ପର୍କ। ସୁଖ-ଦୁଃଖର ସାଥୀ, ହସ-ଲୁହର ସହଯାତ୍ରୀ । ସେହି ବନ୍ଧୁତାର ବନ୍ଧନକୁ ଆହୁରି ମଜବୁତ କରିବାର ଦିନ ହେଉଛି ବିଶ୍ୱ ବନ୍ଧୁତା ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ବା ଆଜିର ଦିନରେ ପାଳନ କରାଯାଏ ବିଶ୍ୱ ବନ୍ଧୁତା ଦିବସ ।
ସ୍କୁଲ ବେଞ୍ଚରୁ ଆରମ୍ଭ କରି କଲେଜ କ୍ୟାମ୍ପସ, କର୍ମକ୍ଷେତ୍ରରୁ ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ବନ୍ଧୁତା ଜୀବନକୁ ଦେଇଥାଏ ନୂଆ ପରିଚୟ ଓ ନୂଆ ଆଶା। ସଫଳତାରେ ତାଳି ବଜାଇବା ସହ ବିଫଳତାରେ କାନ୍ଧରେ ହାତ ରଖି ଆଗକୁ ବଢ଼ିବାର ସାହସ ଦିଏ ଜଣେ ପ୍ରକୃତ ବନ୍ଧୁ।
ଆଜିର ଦିନରେ ବନ୍ଧୁମାନେ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି, ଉପହାର ବିନିମୟ କରୁଛନ୍ତି, ପୁରୁଣା ସ୍ମୃତିକୁ ସତେଜ କରୁଛନ୍ତି । ଅନେକ ସ୍ଥାନରେ ଫ୍ରେଣ୍ଡଶିପ୍ ବ୍ୟାଣ୍ଡ ବାନ୍ଧି ଏହି ଦିନକୁ ସ୍ମରଣୀୟ କରାଯାଉଛି। ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ ରୂପେ ପାଳନ ହୋଇଆସିଛି ।
ଆଜି ବିଶ୍ବ ବନ୍ଧୁତ୍ବ ଦିବସ
ବିଶ୍ବ ପାଳୁଛି ବନ୍ଧୁତ୍ବ ଦିବସ
ଅଗଷ୍ଟ ମାସର ପ୍ରଥମ ରବିବାର ଫ୍ରେଣ୍ଡସିପ୍ ଡେ
ବନ୍ଧୁତା ଜୀବନକୁ ଦେଇଥାଏ ନୂଆ ପରିଚୟ ଓ ନୂଆ ଆଶା
ଆଗକୁ ବଢ଼ିବାର ସାହସ ଦିଏ ଜଣେ ପ୍ରକୃତ ବନ୍ଧୁ
୧୯୫୮ ମସିହାରୁ ବିଶ୍ବରେ ବିଶ୍ବ ବନ୍ଧୁତ୍ବ ଦିବସ ପାଳନ ହେଉଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।