Water Level Rises at Mundali: ମୁଣ୍ଡଳୀରେ ବୃଦ୍ଧି ପାଉଛି ମହାନଦୀ ଜଳସ୍ତର, ୪୦ ଘଣ୍ଟାରେ ଆସି ପହଞ୍ଚିଲା ହୀରାକୁଦରୁ
ମୁଣ୍ଡଳୀରେ ଧୀରେ ଧୀରେ ବୃଦ୍ଧି ପାଉଛି ମହାନଦୀ ଜଳସ୍ତର। ହୀରାକୁଦ ଖୋଲିଥିବା ୨୨ ଟି ଗେଟର ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ଶୁକ୍ରବାର ପର୍ଯ୍ୟାୟ କ୍ରମେ ୨୨ଟି ଗେଟ ଖୋଲାଯାଇଥିଲା। ଯାହା ମୁଣ୍ଡଳୀରେ ପହଞ୍ଚିବାକୁ ପ୍ରାୟ ୪୦ ଘଣ୍ଟା ସମୟ ଲାଗିଛି। ଆଜି ସକାଳେ ମୁଣ୍ଡଳୀରେ ୫ ଲକ୍ଷ ୭୩ ହଜାର ୪୭୫ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି।
ଉପର ମୁଣ୍ଡରେ ୮୯.୧୦ ଫୁଟ୍ ଜଳସ୍ତର ରହିଥିବା ବେଳେ ତଳ ମୁଣ୍ଡରେ ୮୬.୫୦ ଫୁଟ ଜଳସ୍ତର ରହିଛି। ଗତକାଲି ବିଳମ୍ୱିତ ରାତି ପ୍ରାୟ ୩ ଟାରୁ ପୁଣି ମହାନଦୀରେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ...
ମୁଣ୍ଡଳୀରେ ବୃଦ୍ଧି ପାଉଛି ମହାନଦୀ ଜଳସ୍ତର
ହୀରାକୁଦ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି
ଶୁକ୍ରବାର ପର୍ଯ୍ୟାୟ କ୍ରମେ ୨୨ଟି ଗେଟ ଖୋଲାଯାଇଥିଲା
ମୁଣ୍ଡଳୀରେ ପହଞ୍ଚିବାକୁ ପ୍ରାୟ ୪୦ ଘଣ୍ଟା ସମୟ ଲାଗିଛି
ମୁଣ୍ଡଳୀରେ ୫ ଲକ୍ଷ ୭୩ ହଜାର ୪୭୫ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।