Panchalingeswar Road Deteriorates: ପଞ୍ଚଲିଙ୍ଗେଶ୍ୱର ରାସ୍ତାର ଅବସ୍ଥା ଶୋଚନୀୟ, ସମସ୍ତ ଘରୋଇ ବସ ସେବା ବନ୍ଦ
ନୀଳଗିରି ବଉଳଗଡିଆ ଭାୟା ପଞ୍ଚଲିଙ୍ଗେଶ୍ୱର ରାସ୍ତାର ଅବସ୍ଥା ଅତି ଶୋଚନୀୟ । ତେଣୁ ଏହି ରାସ୍ତା ଦେଇ ସମସ୍ତ ଘରୋଇ ବସ ସେବାକୁ ବନ୍ଦ କରିଦିଆଯାଇଛି । ୨ଟି ଭୁବନେଶ୍ବର ବସ ସହ ୬ଟି ଲୋକାଲ ବସ ମୋଟ ୮ଟି ବସ ସେବାକୁ ବନ୍ଦ କରାଯାଇଛି ।
ରାସ୍ତାଟି ପଞ୍ଚଲିଙ୍ଗେଶ୍ବରକୁ ସଂଯୋଗ ହେଉଥବା ବେଳେ କାଉଡିଆଙ୍କ ସହ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବସ ଚଳାଚଳ କରୁନଥିବାରୁ ଲୋକମାନେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ରାସ୍ତା ମରାମତି ନହେବା ଯାଏଁ ବସ ଚଳାଚଳ କରିବନି ବୋଲି ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି କହିଛନ୍ତି ।
ପଞ୍ଚଲିଙ୍ଗେଶ୍ୱର ରାସ୍ତାର ଅବସ୍ଥା ଶୋଚନୀୟ
ସମସ୍ତ ଘରୋଇ ବସ ସେବା ବନ୍ଦ
୮ଟି ବସ ଚଳାଚଳ ବନ୍ଦ
କାଉଡିଆଙ୍କ ସହ ହଜାର ହଜାର ଲୋକ ପ୍ରଭାବିତ
ରାସ୍ତା ମରାମତି ନହେବା ଯାଏଁ ବସ ଗଡିବନି : ବସ ମାଲିକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।