India Climbs to Fourth After Boxing Glory: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ବକ୍ସରଙ୍କ ସ୍ବର୍ଣ୍ଣ ସଫଳତା, ପଦକ ତାଲିକାରେ ଚତୁର୍ଥ ସ୍ଥାନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ବକ୍ସରଙ୍କ ସୁବର୍ଣ୍ଣ ସଫଳତା । ୧୦ ଜଣ ଭାରତୀୟ ମୁଷ୍ଟିଯୋଦ୍ଧା ଫାଇନାଲରେ ପହଞ୍ଚିଥିବାବେଳେ ୭ ଜଣ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୫୪ କିଲୋଗ୍ରାମରେ ପ୍ରୀତି ପାୱାର, ୫୭ କିଲୋଗ୍ରାମରେ ଜସ୍ମିନ୍ ଲାମ୍ବୋରିଆ, ୫୧ କିଲୋଗ୍ରାମରେ ସାକ୍ଷୀ ଚୌଧୁରୀ, ୬୦ କିଲୋଗ୍ରାମରେ ପ୍ରିୟା ଘଂଘାସ୍ , ୭୦ କିଲୋଗ୍ରାମରେ ଅରୁନ୍ଧତୀ ଚୌଧୁରୀ, ସଚିନ ସିୱାଚ ପୁରୁଷ ୬୦ କିଲୋଗ୍ରାମରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ସଫଳତା ଆଣିଛନ୍ତି।
ତେବେ ମହିଳା ୭୫ କିଲୋଗ୍ରାମରେ ଲଭ୍ ଲୀନା ବର୍ଗୋହାଇଁ ଅଷ୍ଟ୍ରେଲିଆର ଏମା ଗ୍ରିନଟ୍ରିଙ୍କଠାରୁ, ପୁରୁଷ ୫୫ କିଲୋଗ୍ରାମ ଫାଇନାଲ୍ ରେ ଯଦୁମଣି ସିଂହ, ପୁରୁଷ ୯୦ କିଲୋଗ୍ରାମ ବର୍ଗରେ ଭାରତର ନରେନ୍ଦର ବନୱାଲ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି। ଏଥି ସହିତ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ଦୁଇ ଅଙ୍କ ଅତିକ୍ରମ କରିବା ସହ ମୋଟ ପଦକ ୩୭ ଟପିଛି।
ଏଥି ସହିତ ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନକୁ ଲମ୍ଫ ମାରିଛି। ୧୩ ସ୍ବର୍ଣ୍ଣ ସହ ୩୮ ପଦକ ଜିତିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ସଫଳତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ୍ ମୋଦି । ସୋସିଆଲ ମିଡିଆ ଏକ୍ସରେ ପଦକ ବିଜେତା ଆଥଲେଟଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଭାରତର ସ୍ବର୍ଣ୍ଣ ବର୍ଷା
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ସ୍ବର୍ଣ୍ଣ ବର୍ଷା
ବକ୍ସିଂରେ ଭାରତ ହାତେଇଲା ୭ ସ୍ବର୍ଣ୍ଣ
ପ୍ରୀତି,ଜସ୍ମିନ, ପ୍ରିୟା, ସାକ୍ଷୀ ଜିତିଲେ ସ୍ବର୍ଣ୍ଣ
ଅଙ୍କୁଶ, ଅରୁନ୍ଧତୀ ଓ ସଚିନଙ୍କୁ ମଧ୍ୟ ସ୍ବର୍ଣ୍ଣ
୫୪ କିଗ୍ରା ଓଜନ ବର୍ଗରେ ସ୍ବର୍ଣ୍ଣ ଜିତିଲେ ପ୍ରୀତି ପୱାର
୫୭ କିଗ୍ରା ଓଜନ ବର୍ଗରେ ସ୍ବର୍ଣ୍ଣ ଜିତିଲେ ଜସ୍ମିନ୍ ଲାମ୍ବୋରିଆ
୫୧ କିଗ୍ରା ଓଜନ ବର୍ଗରେ ସାକ୍ଷୀ ଚୌଧୁରୀଙ୍କୁ ସ୍ବର୍ଣ୍ଣ
୬୦ କିଗ୍ରା ଓଜନ ବର୍ଗରେ ପ୍ରିୟା ଘଂଘାସ ଜିତିଲେ ସ୍ବର୍ଣ୍ଣ
୭୦ କିଗ୍ରା ଓଜନ ବର୍ଗରେ ଅରୁନ୍ଧତୀ ଚୌଧୁରୀଙ୍କୁ ସ୍ବର୍ଣ୍ଣ
ପୁରୁଷ ୭୦ କିଲୋଗ୍ରାମ ଅଙ୍କୁଶ ପାଙ୍ଘାଲଙ୍କୁ ସ୍ବର୍ଣ୍ଣ
ପୁରୁଷ ୬୦ କିଗ୍ରା ଓଜନ ବର୍ଗରେ ସ୍ବର୍ଣ୍ଣ ଜିତିଲେ ସଚିନ୍ ସିୱାଚ୍
ପୁରୁଷ ୫୫ କିଗ୍ରା ବର୍ଗରେ ଯଦୁମଣି ସିଂଙ୍କୁ ରୌପ୍ୟ ପଦକ
ଟ୍ରିପଲ ଜମ୍ପରେ ପ୍ରବୀଣ ଚିତ୍ରଭେଲ ଓ ସେଲଭା ପ୍ରଭୁଙ୍କୁ ବ୍ରୋଞ୍ଜ ପଦକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।