Crime: ପରିବାରର ସ୍ବୀକୃତି ମିଳିଲାନି ବୋଲି... ଛୁଆକୁ କୂଅରେ ଫିଙ୍ଗିଥିଲା ମା’

Nov 21, 2026 - 06:44
Crime: ପରିବାରର ସ୍ବୀକୃତି ମିଳିଲାନି ବୋଲି... ଛୁଆକୁ କୂଅରେ ଫିଙ୍ଗିଥିଲା ମା’

ଯୁଯୁମୁରା: ପ୍ରେମ ବିବାହ ପରେ ସ୍ବାମୀଙ୍କଠାରୁ ଦୂରେଇବାକୁ ପଡ଼ିଲା, ଉଭୟ ପରିବାର ମଧ୍ୟ ସ୍ବୀକୃତି ଦେଲେନି।

ସାମାଜିକ ଚାପ ଭିତରେ ଜନ୍ମଦାତ୍ରୀ ଶେଷରେ ନିଜର ୧୦ ମାସର ଶିଶୁପୁତ୍ରକୁ କୂଅରେ ଫିଙ୍ଗିଦେଲା।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଦଳିତପଡ଼ାରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ପୁଲିସ ଶିଶୁର ମା'କୁ ଗିରଫ କରିଛି।

ତେବେ ଏହି ହୃଦୟବିଦାରକ ଘଟଣା ପଛରେ ପାରିବାରିକ ଅବହେଳା, ସାମାଜିକ ପରିଚୟର ସଙ୍କଟ ନା ଅନ୍ୟ କିଛି କାରଣ ରହିଛି, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଗିରଫ ମହିଳାଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର ସୂଚନା ଦେଇଛନ୍ତି।

Advertisment Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ ପୁଲିସର ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରେମ ବିବାହ କରିଥିଲେ।

ହେଲେ ପୁତ୍ର ସନ୍ତାନ ଜନ୍ମ ହେବା ପରେ ସ୍ବାମୀ ତାଙ୍କୁ ଆପଣାଇ ନଥିଲେ।

ଶାଶୂ-ଶ୍ବଶୁରଙ୍କ ପରିବାର ତ ଦୂରର କଥା, ନିଜ ବାପଘର ଲୋକ ମଧ୍ୟ ତାଙ୍କୁ ଗ୍ରହଣ କରିନଥିଲେ।

ଫଳରେ ମହିଳାଙ୍କୁ ସାମାଜିକ ଅପମାନ ଓ ଅନିଶ୍ଚିତତା ମଧ୍ୟରେ ରହିବାକୁ ପଡ଼ିଥିଲା।

ଏହି ଚାପରେ ସେ ମାନସିକ ଭାବେ ଭାଙ୍ଗିପଡ଼ି ଏଭଳି କାଣ୍ଡ ଘଟାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ଶିଶୁକୁ କୂଅରେ ପକାଇବା ପରେ ମହିଳା ନିଜେ ପୁଲିସକୁ ଫୋନ୍‌ କରି ପୁଅ ନିଖୋଜ ଥିବା ଜଣାଇଥିଲେ।

ତେବେ ମହିଳାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ପୁଲିସ ଏହାକୁ ଅସ୍ବୀକାର କରିଛି।

ଛୁଆକୁ କୂଅରେ ଫିଙ୍ଗିଥିଲା ମା' ୧୦ ମାସର ଶିଶୁପୁତ୍ର ହତ୍ୟା ଘଟଣାରେ ଗିରଫ Judgement: ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉପରେ ଆଇନ ଆଣିବା ପ୍ରସଙ୍ଗ: କେନ୍ଦ୍ରର ଜବାବ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ରମିତା ବାଗ (ଛଦ୍ମନାମ) ନାମ୍ନୀ ମହିଳା ପାରିବାରିକ ସମସ୍ୟା ଯୋଗୁଁ ସମ୍ବଲପୁରର ଏକ ହୋଟେଲରେ କାମ କରି ଜୀବିକା ନିର୍ବାହ କରୁଥିଲେ।

ସେଠାରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ଗାଁ ର ଲୋକେଶ୍ବର ପ୍ରଧାନ (୨୫)ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

ପରେ ଉଭୟ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ତେବେ ଉଭୟଙ୍କ ପରିବାର ଏହି ବିବାହକୁ ସ୍ବୀକାର କରିନଥିଲେ।

ଫଳରେ ରମିତା ନିଜ ଶିଶୁପୁତ୍ର ସହ ଅଜା ସୁରେଶ ରଣଜିତଙ୍କ ଘରେ ରହୁଥିଲେ।

ପରିବାରଠାରୁ ସ୍ବୀକୃତି ନ ମିଳିବା ସତ୍ତ୍ବେ ରମିତା ଓ ଲୋକେଶ୍ବରଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା।

ଘଟଣା ଘଟିବା ଦିନ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ଫୋନ୍‌ରେ କଥା ହୋଇଥିବା ଜଣାପଡ଼ିଛି।

ଏହାର ପରଦିନ ଗୁରୁବାର ରମିତା ୧୧୨ ନମ୍ବରକୁ ଫୋନ୍‌ କରି ଶିଶୁପୁତ୍ର ନିଖୋଜ ଥିବା ସୂଚନା ଦେଇଥିଲେ।

ଗୁରୁବାର ସକାଳେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ସମୟରେ କୂଅ ଭିତରେ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲା।

ଶିଶୁ ମୃତ୍ୟୁରେ ସନ୍ଦେହ ପ୍ରକାଶ କରି ପୁଲିସ ମା', ବାପା, ଅଜା, ଆଈ, ମାମୁ ଏବଂ ଅନ୍ୟ ଏକ ଗାଁର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

ତଦନ୍ତରୁ ଶିଶୁର ମା'ଙ୍କ ସମ୍ପୃକ୍ତି ସାମନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)