Sidharth-Kiara's Appeal: ସିଦ୍ଧାର୍ଥ-କିଆରାଙ୍କ ନିବେଦନ

Nov 21, 2026 - 06:44
Sidharth-Kiara's Appeal: ସିଦ୍ଧାର୍ଥ-କିଆରାଙ୍କ ନିବେଦନ

ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଗୋପନୀୟତା ରକ୍ଷା କରିବାର ଅଧିକାର ସମସ୍ତଙ୍କ ନିକଟରେ ରହିବା ଉଚିତ।

ସେଭଳି ଏକ ଅଧିକାର ପାଇଁ ନିବେଦନ କରିଛନ୍ତି ଚର୍ଚ୍ଚିତ ବଲିଉଡ୍‌ ଦମ୍ପତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାଣୀ।

ସେ ଦୁହେଁ ଝିଅ ସରାୟାଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟତା ରକ୍ଷା କରିବାକୁ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆ ପେଜ୍‌ଗୁଡ଼ିକୁ ଅନୁରୋଧ କରିଛନ୍ତି।

ନିକଟରେ ବିମାନବନ୍ଦରରେ ପରିବାର ସହ ଯାଉଥିବା ସମୟର ଏକ ଭିଡିଓରେ ଝିଅର ମୁହଁ ଦେଖାଯିବା ପରେ ଏହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଏହାପରେ ଦମ୍ପତି ସେମାନଙ୍କ ଝିଅର ଗୋପନୀୟତା ରକ୍ଷା କରିବାକୁ ନମ୍ର ନିବେଦନ କରିଛନ୍ତି।

Advertisment Rahul Gandhi: ଭୂରାଜନୀତିରେ ଭାରତ ଏବେ ଗୌଣ ଖେଳାଳି: ରାହୁଲ ଭାଇରାଲ୍‌ ଭିଡିଓରେ ସିଦ୍ଧାର୍ଥ ଝିଅକୁ କୋଳରେ ଧରିଥିବା ବେଳେ କିଆରା ତାଙ୍କ ପାଖରେ ଚାଲୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ଝିଅର ମୁହଁ ଦେଖାଯିବା ପରେ କିଆରା ତାକୁ କପଡ଼ାରେ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ।

ପରେ ଏହି ସମୟର ଭିଡିଓ‌ଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥିଲା।

ଏହାପରେ ଦମ୍ପତିଙ୍କ ଟିମ୍‌ ପକ୍ଷରୁ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆ ପେଜ୍‌ଗୁଡ଼ିକୁ ଝିଅର ଭିଡିଓ ପୋଷ୍ଟ ନକରିବାକୁ ଅନୁରୋଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ସିଦ୍ଧାର୍ଥ ଓ କିଆରା ୨୦୨୩ ଫେବ୍ରୁଆରି ୭ରେ ବିବାହ କରିଥିଲେ।

୨୦୨୫ ଜୁଲାଇ ୧୫ରେ ସେମାନଙ୍କ ପ୍ରଥମ ସନ୍ତାନ ସରାୟା ଜନ୍ମ ହୋଇଥିଲେ।

ଏବେ କିଆରା ଦ୍ବିତୀୟ ଥର ଗର୍ଭବତୀ ଅଛନ୍ତି।

Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)