OCA election issue: ହାଇକୋର୍ଟରେ ଓସିଏ ନିର୍ବାଚନ ପ୍ରସଙ୍ଗ: ଡିସେମ୍ବର ୧୭ରେ ଶୁଣାଣି
କଟକ : ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ନିର୍ବାଚନ ସଂପର୍କିତ ମାମଲାର ଡିସେମ୍ବର ୧୭ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।
ସୁପ୍ରିମକୋର୍ଟରେ ବିସିସିଆଇ ଓ ଓଡ଼ିଶା କ୍ରିକେଟ ଆସୋସିଏସନ ସଂପର୍କିତ ମାମଲାର ଡିସେମ୍ବର ୧୪ରେ ଶୁଣାଣି ହେବ ବୋଲି ଆଜି ପକ୍ଷମାନେ ହାଇକୋର୍ଟଙ୍କୁ ଅବଗତ କରିବା ପରେ ଡିସେମ୍ବର ୧୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି।
ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ କ୍ଲବ୍ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Advertisment Residents will be relocated: ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରୁ ସ୍ଥାନାନ୍ତର ହେବେ ବାସିନ୍ଦା: ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ୨ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଓସିଏ ନିର୍ବାଚନ ପ୍ରସଙ୍ଗରେ ନିକଟରେ ହୋଇଥିବା ଅଗ୍ରଗତି ଉପରେ ପକ୍ଷମାନେ ଦୃଷ୍ଟି ଆକର୍ଷଣ କରିଥିଲେ।
ଓସିଏ ସ୍ବତନ୍ତ୍ର କାଉନସିଲ ବୈଠକରେ ନିର୍ବାଚନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦର୍ଶାଯାଇଥିଲା।
ସୁପ୍ରିମକୋର୍ଟରେ ବିସିସିଆଇ ଓ ଓଡ଼ିଶା କ୍ରିକେଟ ଆସୋସିଏସନ ସଂପର୍କିତ ମାମଲାର ନଭେମ୍ବର ୧୬ରେ ଶୁଣାଣି ଧାର୍ଯ୍ୟ କରାଯାଇଥିବା ପ୍ରସଂଗରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।
ଏହାପରେ ନଭେମ୍ବର ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଥିଲେ।
Cricket: ରୋହିତ ଶର୍ମାଙ୍କ ୯ ବର୍ଷର ବିଶ୍ୱ ରେକର୍ଡର ସମକକ୍ଷ ହେଲେ ଏହି ଖେଳାଳି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
