Cricket: ଷ୍ଟାର୍କଙ୍କୁ ୧୦ ୱିକେଟ୍‌: ବାଂଲାଦେଶର ପାଳି ପରାଜୟ: ଶୃଙ୍ଖଳା ୧-୧ରେ ଶେଷ

Aug 23, 2026 - 12:35
Cricket: ଷ୍ଟାର୍କଙ୍କୁ ୧୦ ୱିକେଟ୍‌: ବାଂଲାଦେଶର ପାଳି ପରାଜୟ: ଶୃଙ୍ଖଳା ୧-୧ରେ ଶେଷ

"ମକାୟ: ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଟେଷ୍ଟ୍‌ ଜିତି ଐତିହାସିକ ସଫଳତା ପାଇଥିବା ବାଂଲା ଟାଇଗର କିନ୍ତୁ ଦ୍ବିତୀୟ ଟେଷ୍ଟ୍‌ରେ ଘରୋଇ ଦଳଠୁ ଶୋଚନୀୟ ଭାବେ ପରାଜୟ ବରଣ କରି ଲାଙ୍ଗୁଡ଼ ଯାକିଛି।

ଦୁଇଟି ଯାକ ପାଳିରେ ଭ୍ରମଣକାରୀ ଦଳ ୧୦୦ ରନ୍‌ ବି ଟପି ପାରିନି।

ବାଂଲାଦେଶର ଏଭଳି ନୈରାଶ୍ୟଜନକ ବ୍ୟାଟିଂ ପାଇଁ ୫ ଦିନିଆ ମ୍ୟାଚ୍‌ ପୂରା ୨ ଦିନ ବି ଗଲାନି।

ଏହି ଟେଷ୍ଟ୍‌ରେ ମିଚେଲ୍ ଷ୍ଟାର୍କଙ୍କ ୧୦ ୱିକେଟ୍ ସଫଳତା ବଳରେ ଅଷ୍ଟ୍ରେଲିଆ ପାଳି ଓ ୫୧ ରନ୍‌ରେ ବାଂଲାଦେଶକୁ ପରାସ୍ତ କରି ୨ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାକୁ ୧-୧ରେ ଶେଷ କରିଛି।Advertisment ଦଶମ ସ୍ଥାନରେ ପହଞ୍ଚିଛନ୍ତି ପ୍ରଥମ ପାଳିରେ ଷ୍ଟାର୍କଙ୍କ ୬/୧୨ ସଫଳତା ଯୋଗୁଁ ୬୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ବାଂଲାଦେଶ।

ଦ୍ବିତୀୟ ପାଳିରେ ଷ୍ଟାର୍କ (୪/୩୯)ଙ୍କ ଘାତକ ବୋଲିଂ ସାଙ୍ଗକୁ ପ୍ୟାଟ୍‌ କମିନ୍ସ ଓ ନାଥନ ଲାୟନଙ୍କ ୩-୩ ୱିକେଟ୍‌ ସଫଳତା ଯୋଗୁଁ ବାଂଲାଦେଶ ୯୫ ରନ୍‌ରେ ଅଟକି ଏହି ପାଳି ପରାଜୟ ବରଣ କରିଛି।

ଦ୍ବିତୀୟ ପାଳିରେ ବାଂଲାଦେଶର ୨ ଜଣ ବ୍ୟାଟର୍‌ ଅଧିନାୟକ ନାଜମୁଲ ହୁସେନ ସାଣ୍ଟୋ (୩୧) ଓ ମୁସଫିକର ରହିମ (୨୯*)ଙ୍କ ଛଡ଼ା ଅନ୍ୟ କେହି ୨ ଅଙ୍କ ଛୁଇଁ ପାରି ନଥିଲେ।

ଚତୁର୍ଥ ଥର ଲାଗି ୧୦ ୱିକେଟ୍‌ ସଫଳତା ପାଇଥିବା ଷ୍ଟାର୍କ ମ୍ୟାଚ୍‌ ଓ ଶୃଙ୍ଖଳା (୧୨ ୱିକେଟ୍‌, ୨୦ ରନ୍‌) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଏହି ୧୦ ୱିକେଟ୍‌ ସଫଳତା ସହ ଷ୍ଟାର୍କ (୪୪୫) ସର୍ବାଧିକ ଟେଷ୍ଟ୍‌ ୱିକେଟ୍‌ ଅକ୍ତିଆର କରିିବା ତାଲିକାରେ ଦଶମ ସ୍ଥାନରେ ପହଞ୍ଚିଛନ୍ତି।

ଏଥିରେ ସେ ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେନ୍‌ (୪୩୯)ଙ୍କୁ ପଛରେ ପକାଇଛନ୍ତି।

ରବିବାର ୧୬୫/୮ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଏଥିରେ ୨୧ ରନ୍‌ ଯୋଡ଼ିବା ପରେ ଅପରାଜିତ ବ୍ୟାଟର୍‌ କ୍ୟାମରନ ଗ୍ରିନ୍‌ (୬୭)ଙ୍କୁ ହରାଇଥିଲା।

ଏହାପରେ ନାଥନ ଲାୟନ (୩୨*) ଗୋଟିଏ ପଟେ ଅପରାଜିତ ରହି ଦଳୀୟ ସ୍କୋର୍‌ ୨୧୦ରେ ପହଞ୍ଚାଇ ୧୪୬ ରନ୍‌ର ଅଗ୍ରଣୀ ଦେଇଥିଲେ।

ବାଂଲାଦେଶର ଶରିଫୁଲ ଇସ୍‌ଲାମ (୭/୪୮) ସଫଳ ବୋଲର ଥିଲେ।

Ronaldo: ରୋନାଲ୍‌ଡୋଙ୍କ ଆଉ ଏକ‌ ରେକର୍ଡ‌: ଲଗାତାର ୨୫ ଲିଗ୍‌ ଋତୁରେ ଗୋଲ୍‌ ସ୍କୋରର୍‌ ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ପ୍ରଥମ ପାଳି ୩୪ ଓଭରରେ-୬୪ (‌‌ଶରିଫୁଲ୍‌ ଇସଲାମ୍‌ ୧୪, ତାଇଜୁଲ ଇସଲାମ ୧୧*, ମିଚେଲ ଷ୍ଟାର୍କ ୬/୧୨, ପ୍ୟାଟ୍‌ କମିନ୍ସ ୩/୨୫, ଜୋସ ହାଜେଲଉଡ୍‌ ୧/୧୮)।

ଅଷ୍ଟ୍ରେଲିଆ ପ୍ରଥମ ପାଳି ୫୨.୩ ଓଭରରେ-୨୧୦ (କ୍ୟାମରନ ଗ୍ରିନ୍‌ ୬୭, ଷ୍ଟିଭେନ ସ୍ମିଥ୍‌ ୪୨, ନାଥନ ଲାୟନ ୩୨*, ଶରିଫୁଲ୍‌ ଇସଲାମ ୭/୪୮, ମେହଦି ହାସନ ମିରାଜ ୧/୪, ତାଇଜୁଲ ଇସ୍‌ଲାମ ୧/୧୭, ତସ୍କିନ ଅହମଦ ୧/୫୮)।

ବାଂଲାଦେଶ ଦ୍ବିତୀୟ ପାଳି ୩୮.୩ ଓଭରରେ-୯୫ (ନାଜମୁଲ ହୁସେନ ସାଣ୍ଟୋ ୩୧, ମୁସଫିକର ରହିମ ୨୯*, ମିଚେଲ ଷ୍ଟାର୍କ ୪/୩୯, ପ୍ୟାଟ୍‌ କମିନ୍ସ ୩/୧୦, ନାଥନ ଲାୟନ ୩/୨୫)।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)