Attack: ଚୋରା ମଦ ବ୍ୟବସାୟକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ, ଜଣେ ଅଭିଯୁକ୍ତ ଅଟକ
"ବାଲିପାଟଣା:ବାଲିପାଟଣା ଥାନା ଅଠାନ୍ତରରେ ଚୋରା ମଦ କାରବାର ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ୩ ଜଣ ସଙ୍ଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରିଥିଲେ | ଠେଙ୍ଗା ବାଡ଼ି ଏବଂ କୁରାଢ଼ୀ ବେଣ୍ଟରେ ମାଡ଼ ଗୁରୁତର କରିଥିଲେ | ଆହତ ଯୁବକ ହେଲେ କାହ୍ନା ଚରଣ ଭୋଇ (୨୪ ) | ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଅବସ୍ଥା ସଂକଟାପନ୍ନ ଥିବା ହେତୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆ ଯାଇଥିଲା।
ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି।Advertisment ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ୫ ଟାରେ କାହ୍ନା ଚରଣ ଭୋଇ ଗାଁ ଦାଣ୍ଡରେ ଆସୁଥିଲେ | ସେହି ଗାଁର କାହ୍ନା ଭୋଇ ଓ ଗୋପୀନାଥ ଭୋଇଙ୍କ ଭିତରେ ଥିବା ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗାଳିଗୁଲଜ କରିବା ସହ ହଠାତ ସଂଘବଦ୍ଧ ଆକ୍ରମଣ କରିଥିଲେ | ତଳେ ପକାଇ ବିଧା, ଗୋଇଠା, ସହ ଠେଙ୍ଗା ବାଡ଼ି ଲୁହା ଛଡ଼ ରେ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି | କୁରାଢ଼ୀ ଲୁହାରେ ମୁହଁକୁ ପିଟି ଦେଇଛନ୍ତି | ତାଙ୍କ ଶରୀରରେ ଗଭୀର ଆଘାତ ଲାଗିବା ସହ ରକ୍ତ ବାନ୍ତି ବନ୍ଦ ନ ହେବାରୁ କାହ୍ନାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା| ପୁଲିସ ଏକ କ୍ୟାବିନରୁ ବିପୁଳ ମଦ ଜବତ କରିଥିଲା ସଂଘବଦ୍ଧ ଆକ୍ରମଣର ମୁଖ୍ୟ କାରଣ ଚୋରା ମଦ କାରବାର | ଉକ୍ତ ଗ୍ରାମରେ ଚୋରା ମଦ କାରବାରକୁ କେନ୍ଦ୍ର କରି ୧୦ରୁ ଅଧିକ ମହିଳା ଆନ୍ଦୋଳନ କରିବା ସହ ପୁଲିସ ରେ ବହୁ ବାର ଅଭିଯୋଗ କରିଛନ୍ତି | ମୁଲିଆ ଶ୍ରେଣୀର ଲୋକେ ମଦ ପିଇ ପରିବାର ରେ ଅଶାନ୍ତି ସୃଷ୍ଟି କରିବା ସହ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି | କିଛି ଦିନ ତଳେ ବାଲିପାଟଣା ପୁଲିସ ଗାଁ ନିକଟ ଏକ କ୍ୟାବିନରୁ ବିପୁଳ ମଦ ଜବତ କରିଥିଲା | ପରେ ଉତ୍ତ୍ୟକ୍ତ ଲୋକେ କ୍ୟାବିନ ଭଙ୍ଗା ରୁଜା କରିବା ସହ ନିଆଁ ଲଗାଇ ପୋଡି ପାଉଁଶ କରିଦେଇଥିଲେ | ଏହି ଘଟଣାକୁ କେନ୍ଦ୍ର କରି ଚାପା ଉତ୍ତେଜନା ଲାଗି ରହିଥିଲା | Dharmendra Pradhan: ଏନ୍ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

