Natural Farming: ପ୍ରାକୃତିକ ଚାଷର ଅଗ୍ରଯୋଦ୍ଧା ସନ୍ତୋଷ: ‘ବିଷ୍ଣୁଭୋଗ’ରେ ମହକୁଛି ‘ଝରଝରି’

Oct 19, 2026 - 02:39
Natural Farming: ପ୍ରାକୃତିକ ଚାଷର ଅଗ୍ରଯୋଦ୍ଧା ସନ୍ତୋଷ: ‘ବିଷ୍ଣୁଭୋଗ’ରେ ମହକୁଛି ‘ଝରଝରି’

"ସମ୍ବଲପୁର: ରାସାୟନିକ ସାର ପ୍ରୟୋଗ କେବଳ ଖାଦ୍ୟକୁ ବିଷାକ୍ତ କରିବା ସହ ରୋଗ ବାଣ୍ଟୁଛି।

ଯେତେବେଳେ ଏହା ଅନୁଭବ ହେଲା, ସେ ପଦ୍ଧତିକୁ ଆଉ ଯିବାକୁ ଇଚ୍ଛା ହେଲା ନାହିଁ।

୨୦୦୧ ମସିହାରୁ ପ୍ରଥମରେ ଜୈବିକ ଏବଂ ୨୦୦୯ ମସିହାରୁ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ୫ ଏକର ଜମିରେ ୫ ପ୍ରକାର ବିହନ କୁସୁମପଲି, ସୁନାହରିଣୀ, ନବାନ୍ନର ଧାନ ସହିତ ଆମ୍ବ, ମୁଗ ଚାଷ କରୁଛି।

ବିଷ୍ଣୁଭୋଗ ବିହନର ବାସନା ଚାଉଳ ତ କେଜି ପ୍ରତି ୧୨୦ ଟଙ୍କାରେ ବିକ୍ରି କରୁଛି।

ଅର୍ଥାତ ବିଷମୁକ୍ତ ଚାଉଳ ଉତ୍ପାଦନର ଖୁସି ସହିତ ଲାଭ ମଧ୍ୟ ଦେଉଥିବା କହନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଝରଝରି ଗାଁର ପରିବେଶ ସୁରକ୍ଷାର ଅଗ୍ରଯୋଦ୍ଧା ସନ୍ତୋଷ ଧରୁଆ (୬୦)।

ସନ୍ତୋଷ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରାକୃତିକ ଚାଷର ପ୍ରଶିକ୍ଷଣ ଦେବା ସହିତ ପାଲା ମାଧ୍ୟମରେ ହାତୀ ସୁରକ୍ଷାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।

ଯେଉଁ ବୟସରେ ଲୋକେ ଅବସର ନିଅନ୍ତି, ସେହି ବୟସରେ ସନ୍ତୋଷ ଆହୁରି ଚଳଚଞ୍ଚଳ ହୋଇ ଅନ୍ୟପାଇଁ ଉଦାହରଣ ହୋଇଛନ୍ତି।Advertisment Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି ସନ୍ତୋଷଙ୍କ କହିବା ଅନୁସାରେ, ୮୦ ଦଶକରେ ଆର୍ଥିକ କାରଣରୁ ପାଠରେ ଡୋରି ପଡ଼ିଥିଲା।

ଏହାପରେ ବାପା ନୃପମଣି ଧରୁଆଙ୍କଠାରୁ ପ୍ରାକୃତିକ ଚାଷର ପ୍ରଥମ ପାଠ ପଢ଼ିଥିଲେ।

କିନ୍ତୁ ସମୟ କ୍ରମରେ ସବୁଜ ବିପ୍ଳବର ପ୍ରଭାବରେ ରାସାୟନିକ ସାର, ହାଇବ୍ରିଡ୍‌ ବିହନ ପଦ୍ଧତିକୁ ଆପଣେଇ ଥିଲେ।

ଏହି ବ୍ୟୟବହୁଳ ଚାଷ ପଦ୍ଧତି ଲୋକଙ୍କ ସ୍ବାସ୍ଥ୍ୟପ୍ରତି ପ୍ରତିକୂଳ ପ୍ରଭାବ ପକାଉଥିବା ଅନୁଭବ ହୋଇଥିଲା।

ତେଣୁ ୨୦୦୧ ମସିହାରେ ପ୍ରୟୋଗଭିତ୍ତିରେ ୧ ଏକର ଜମିରେ ପ୍ରଥମେ ଜୈବିକ ଚାଷ ଆରମ୍ଭ କରିଥିଲେ।

ଏଥିରେ ତାଙ୍କ ମନ ଭରିନଥିଲା।

ତେଣୁ ବାକି ଜମିରେ ବି ସେ ପ୍ରାକୃତିକ ଚାଷ ପଦ୍ଧତିକୁ ଆପଣେଇଥିଲେ।

୪୦ରୁ ଅଧିକ ଗାଈ ରଖି ଗୋବର ଖତକୁ ସାର ଭାବରେ ବ୍ୟବହାର କଲେ।

ଶ୍ରମିକଙ୍କ ମଜୁରି ବ୍ୟତୀତ ଆଉ କୌଣସି ଖର୍ଚ୍ଚ ବି ହେଉନି।

ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ସ୍ତ୍ରୀ ବହୁତ ପରିଶ୍ରମ କରିଛନ୍ତି।

ଆଜି କିନ୍ତୁ ବେଶୀ କଷ୍ଟ କରିବାକୁ ପଡ଼ୁନଥିବା କହନ୍ତି ସନ୍ତୋଷ।

ବରଂ ଲୋକେ ଖୋଜି ଖୋଜି ଚାଉଳ ପାଇଁ ଆସୁଛନ୍ତି।

ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ କ୍ବିଣ୍ଟାଲ ପ୍ରତି ବୋନସ ସହିତ ୩୧୦୦ ଟଙ୍କାରେ ଧାନ ବିକ୍ରି କରୁଛନ୍ତି।

ସେ କିନ୍ତୁ ତାଙ୍କ ଧାନ ୫ରୁ ୬ ହଜାର ଟଙ୍କାରେ ବିକ୍ରି କରୁଛନ୍ତି।

ଉତ୍ପାଦନ ମଧ୍ୟ ଏକର ପ୍ରତି ୨୫ ବସ୍ତା ହେଉଛି।

ସଅଳ କିସମର ଦେଶୀ ବିହନ ଯୋଗୁଁ ରୋଗ, ପୋକର ଭୟ ନାହିଁ କି ପାଣିକୁ ନେଇ ଚିନ୍ତା ବି ନାହିଁ।

ଏହି ପଦ୍ଧତିକୁ ଆଦୃତ କରିବାରେ ଲାଗି ପଡ଼ିଛନ୍ତି।

ସନ୍ତୋଷ କହନ୍ତି, ସରକାର ପ୍ରାକୃତିକ ଚାଷର ଗୁରୁତ୍ବକୁ ବୁଝିଛନ୍ତି।

କିନ୍ତୁ ଚାଷ ନୀତିରେ ଏହାକୁ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ କରି ନାହାନ୍ତି।

୨ ବର୍ଷ ଦୁଇଟି ଜିଲ୍ଲାରେ ପ୍ରାକୃତିକ ଚାଷ ଆରମ୍ଭ କରି ଏବେ ବନ୍ଦ କରି ଦେଇଛନ୍ତି।

ବର୍ତ୍ତମାନ ଯେତେ ରୋଗ ହେଉଛି, ପ୍ରାକୃତିକ ଚାଷ ହିଁ ତାର ସମାଧାନ ବୋଲି କହନ୍ତି।

ଗୋଟିଏ ଗୋଟିଏ କିସମ ବିହନରୁ ୨ରୁ ୩ ଥର ଉତ୍ପାଦନ ନେଇ ତାଙ୍କ ପ୍ରୟୋଗ ଜାରି ରହିଥିବା ସନ୍ତୋଷ କହିଛନ୍ତି।

Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)